ପ୍ରୟାଗରାଜ୍: ଏଥର ପ୍ରୟାଗରାଜ୍ରେ ହେବାକୁ ଥିବା କୁମ୍ଭମେଳାକୁ ନେଇ ସରକାର ବିଶେଷ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମେଳା ପାଇଁ ସରକାର ୫ ହଜାର କୋଟି ଟଙ୍କାର ବଜେଟ୍ ରଖିଛନ୍ତି।
ପ୍ରୟାଗରାଜରେ ଆରମ୍ଭ ହେବାକୁ ଥିବା ମହାକୁମ୍ବ ମେଳା ସକାଶେ ରାଜ୍ୟ, ରାଜ୍ୟ ବାହାରୁ, ଦେଶ ଏବଂ ଦେଶ ବାହାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମହାକୁମ୍ଭ ମେଳା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥିରୁ ୪୦ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।
ସବୁଠୁ ବଡକଥା ହେଲା, ରେଳ ଯାତ୍ରୀଙ୍କ ପାଇଁ ମାଗଣା ରେଳ ସେବା ଯୋଗାଇ ପାରନ୍ତି ୟୁପି ସରକାର । ଏନେଇ ବିଶେଷ ଆଲୋଚନା ଚାଲିଛି । ଜାନୁଆରି ୧୩ ତାରିଖରୁ ଫେବ୍ରୁଆରି ୨୬ ତାରିଖ ଯାଏ ଚାଲିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଯଦି ରେଳ ସେବା ମାଗଣା କରାଯାଏ ତେବେ ଏହାଦ୍ୱାରା ଶ୍ରଦ୍ଧାଳୁମାନେ ନିଶ୍ଚିତ ଭାବେ ଉପକୃତ ହେବେ ।