Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନୁପ୍ରବେଶକାରୀଙ୍କ ଭୂସ୍ବର୍ଗ ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନୁପ୍ରବେଶକାରୀଙ୍କ ଭୂସ୍ବର୍ଗ !


ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅନୁପ୍ରବେଶକାରୀଙ୍କ ଭୂସ୍ବର୍ଗ ପାଲଟିଛି । ଆବଶ୍ୟକ ପଦକ୍ଷେପ ଅଭାବରୁ ଜିଲା ସଦର ମହକୁମା ସମେତ ବ୍ଲକ ଅଞ୍ଚଳରେ ମଧ୍ୟ ବିଭିନ୍ନ ବ୍ୟବସାୟ ସହ ରଙ୍ଗ ଓ ମିସ୍ତ୍ରୀ କାମ ଆଳରେ ରାଜ୍ୟ ବାହାରୁ ଶତାଧିକ ବାଂଲାଦେଶୀ କ୍ରମଶଃ ଜିଲାରେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ଦଳଦଳ ହୋଇ ‘ଫେରିବାଲା’ ନାଁରେ ଶହ ଶହ ଅଚିହ୍ନା ବ୍ୟକ୍ତି ମାସ ମାସ ଧରି ଅସ୍ଥାୟୀ ଭଡ଼ାଘରେ ରହି ବେଧଡ଼କ ବ୍ୟବସାୟ ଚଳାଇଛନ୍ତି । ବର୍ତ୍ତମାନ ଶୀତ ଦିନେ ରାଜ୍ୟ ବାହାର ନମ୍ବର ଥିବା ବାଇକ୍‌ରେ ଶହ ଶହ ଲୋକ ଜିଲାର ବିଭିନ୍ନ ଅଞ୍ଚଳରେ କମ୍ବଳ ବିକ୍ରି କରୁଛନ୍ତି । ହେଲେ ସେମାନେ ବାସ୍ତବରେ କେଉଁ ଅଞ୍ଚଳର, ସେମାନଙ୍କ ପ୍ରକୃତ ପରିଚୟ କ’ଣ, ସେମାନଙ୍କର ପରିଚୟପତ୍ର ଅଛିକି ନାହିଁ; ସେ ସମ୍ପର୍କିତ ସୂଚନା କାହା ପାଖରେ ରହୁନାହିଁ । ଯାହାର ପରିଣାମ ସଦୃଶ ଏମାନେ କୌଣସି ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ ସୁଦ୍ଧା ଅନାୟାସରେ ଖସି ଯିବାରେ ସକ୍ଷମ ହେଉଛନ୍ତି । ଫଳରେ ଏହାକୁ ନେଇ ଜିଲାର ବିଭିନ୍ନ ସଚେତନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଏମାନଙ୍କ ଅବାଧ ଅନୁପ୍ରବେଶ ଯୋଗୁଁ ବର୍ତ୍ତମାନ ଏହି ଶାନ୍ତି ପ୍ରିୟ ସୁବର୍ଣ୍ଣପୁର ଜିଲା ଅଶାନ୍ତ ହେବାରେ ଲାଗିଛି । ଜିଲାର ହଜାର ହଜାର କୁଶଳି ଶ୍ରମିକ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥ‌ିବା ବେଳେ ଖୋଦ ଜିଲା ସଦର ମହକୁମା ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି ବାଂଲାଦେଶୀ ଶ୍ରମିକଙ୍କ କାୟା ବିସ୍ତାର ଆଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତିକୁ ଆମନ୍ତ୍ରଣ କରୁଥିବା ଜିଲାର ବିଭିନ୍ନ ମହଲରେ ଆଲୋଚନା ।
ପ୍ରକାଶ ଯେ, ୧୯୯୩ରେ ସୁବର୍ଣ୍ଣପୁର ଏକ ସ୍ଵତନ୍ତ୍ର ଜିଲାର ମାନ୍ୟତା ପାଇବା ପରେ ଜିଲା ସଦର ମହକୁମା ସମେତ ଜିଲାର ସମସ୍ତ ବ୍ଲକ
ଅଞ୍ଚଳରେ ଜନସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଜିଲା ଗଠନ ମାତ୍ର କିଛି ବର୍ଷ ପରେ ଜିଲା ସଦର ମହକୁମାରେ ବିଭିନ୍ନ ଅଞ୍ଚଳରୁ
ଶତାଧ‌ିକ ଶିକ୍ଷିତ ପରିବାର ଆସି ଏଠାରେ ସ୍ଥାୟୀ ବସତି ସ୍ଥାପନ କରିଛନ୍ତି । ସେହି ଅନୁସାରେ ଜିଲା ସଦର ମହକୁମାରେ ମଧ୍ୟ ନିର୍ମାଣ କାରୀଗରଙ୍କ ଆବଶ୍ୟକତା ଅନେକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଜିଲା ସଦର ମହକୁମାରେ ପ୍ରଚୁର ପରିମାଣର କୋଠା ନିର୍ମାଣରେ ନିର୍ମାଣ ଶ୍ରମିକ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କିଛି ସମ୍ଭ୍ରାନ୍ତ ବ୍ୟକ୍ତି ଜିଲା ବାହାର କିଛି ମିସ୍ତ୍ରୀଙ୍କୁ ଆଣି ନିଜର ସୌନ ଘର ନିର୍ମାଣରେ ନିୟୋଜିତ କରିଥିଲେ । ପରବର୍ତ୍ତି ସମୟରେ ସେହି ଘରର ଚାକଚକ୍ୟକୁ ଦେଖୁ ସହରର ଅଧିକାଂଶ ବ୍ୟକ୍ତି ସ୍ଥାନୀୟ ମିସ୍ତ୍ରୀ କିମ୍ବା ନିର୍ମାଣ ଶ୍ରମିକଙ୍କୁ ନିୟୋଜିତ ନକରି ଏଭଳି ବାହାର ମିସ୍ତ୍ରୀଙ୍କ ଉପରେ ନିର୍ଭରଶୀଳ ହୋଇ ପଡ଼ିଲେ । ଆଉ ଏହାର ସୁଯୋଗ ନେଇ ଜିଲା ସଦର ମହକୁମାକୁ କିଛି ରାଜ୍ୟ ବାହାର ମିସ୍ତ୍ରୀ ଆସି ଅତି କମ୍ ଖର୍ଚ୍ଚରେ ଆକର୍ଷଣୀୟ କାର୍ଯ୍ୟ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ । ଏହି ବାହାର ମିସ୍ତ୍ରୀ ନିୟୋଜନ ବ୍ୟବସ୍ଥା ବର୍ତ୍ତମାନ ଏପରି ପରିସ୍ଥିତିରେ ପହଞ୍ଚିଛି ଯେ, ଜିଲାର ନିର୍ମାଣ ଶ୍ରମିକ ମାନେ ଜିଲାରେ କାମ ନକରି ଏବେ ହାତରେ ହାତ ଦେଇ ବିକ୍ରି ପାଇଁ ଯାଉଥ‌ିବ। ବେଳେ ଏବେ କିଛି ଆନ୍ଧ୍ର ଅଞ୍ଚଳର ବ୍ୟକ୍ତି ଏଠାରେ ଜମି କିଣିବା ବାହାନାରେ ଡେରା ପକାଇଥିବା ଦେଖାଯାଇଛି । ଏମାନେ ବିଭିନ୍ନ ବ୍ଲକ ଅଞ୍ଚଳ ସହ ଖୋଦ ଜିଲା ସଦର ମହକୁମାରେ ରହୁଥିଲେ ମଧ୍ୟ ଏମାନଙ୍କ ପ୍ରକୃତ ପରିଚୟ କ’ଣ, ଏମାନେ କେଉଁ ଜିଲାରୁ ଆସିଛନ୍ତି, ଏମାନେ କେଉଁକେଉଁ ଅଞ୍ଚଳରେ ରହୁଛନ୍ତି କାହା ପାଖରେ ସେମାନଙ୍କର ସୂଚନା ନାହିଁ ା ଅନ୍ୟ ପକ୍ଷରେ ବାହାର ମିସ୍ତ୍ରୀ ଉପରେ ସ୍ଥାନୀୟ ଲୋକଙ୍କ ଏଭଳି ଚାହିଦା ବୃଦ୍ଧି ପାଇବାରୁ ଦ୍ବାରା ସେମାନେ ବର୍ତ୍ତମାନ ଦଳଦଳ ହୋଇ ଆସି ଏଠାରେ ବିଭିନ୍ନ ଅଞ୍ଚଳରେ ଭଡାରେ ରହି ଘର ନିର୍ମାଣ କାର୍ଯ୍ୟ କରୁଛନ୍ତି । ସେହି ସବୁ ମିସ୍ତ୍ରୀ ମାନଙ୍କ ମଧ୍ୟରୁ କିଛି ପୁରୁଣା ମିସ୍ତ୍ରୀ ଏବେ ଘର ନିର୍ମାଣର ସମସ୍ତ କଞ୍ଚାମାଲ ଗଚ୍ଛିତ ରଖି ସ୍ଥାନୀୟ ଶ୍ରମିକ ମାନଙ୍କୁ ନିଜ ଅଧ୍ଵନରେ ରଖ୍ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ସେହିପରି ଜିଲାର ବିଭିନ୍ନ ଅଞ୍ଚଳରେ ଏବେ ରାଜ୍ୟ ବାହାରର ଶତାଧ୍କିକ ‘ଫେରିବାଲା’ ସେହି ଅଞ୍ଚଳରୁ ବାଇକ୍ ଆଣି ପଲିଥନ ଜରି, ପ୍ଲାଷ୍ଟିକ୍ ପାଣି ଡ୍ରମ, ଚୌକି, ପୋଷାକ, କପଡ଼ା ଆଦି ବିକ୍ରି କରିବା ବାହାନାରେ ଆସି ଏଠାରେ ବର୍ଷ ବର୍ଷ ଧରି ରହିଯାଉଥବା ଦେଖାଯାଇଛି । ବର୍ତ୍ତମାନ କିଛି ରାଜ୍ୟ ବାହାର ବ୍ୟକ୍ତି ଏଠାରୁ ପ୍ରତ୍ୟେକ ଦିନ ସକାଳୁ ଏକାଧିକ ବାଇକ୍‌ରେ କମ୍ବଳ ଧରି ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରୁଛନ୍ତି ତାର ଠିକଣା ଖୋଦ ଜିଲା ପୁଲିସ ନିକଟରେ ମଧ୍ୟ ରହୁନଥ‌ିବା ଦେଖାଯାଉଛି । ଫଳରେ ଏମାନେ ବେଧଡକ ନିଜର ବ୍ୟବସାୟ କରି କ୍ରମଶଃ ଜିଲାର ବିଭିନ୍ନ ଅଞ୍ଚଳରେ ଏକ ପ୍ରକାର ସ୍ଥାୟୀ ବସତି ସ୍ଥାପନ କରିବା ପାଇଁ ମଧ୍ୟ ଉଦ୍ୟମ କରିବାରେ ସକ୍ଷମ ହେଉଛନ୍ତି । ଜିଲାର ଅନେକ ଅଞ୍ଚଳରେ ଏଭଳି ଅଚିହ୍ନା ବ୍ୟକ୍ତିଙ୍କ ରାଜୁତି ଧିରେ ଧିରେ ବୃଦ୍ଧି ପାଉଥ‌ିବାରୁ ଶାନ୍ତି ପ୍ରିୟ ଏହି ଜିଲା ଏବେ ଘୋର ଅଶାନ୍ତିର ବାତାବରଣ ମଧ୍ୟରେ ଗତି କରୁଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଶାନ୍ତି ପ୍ରିୟ ସୁବର୍ଣ୍ଣପୁର ଜିଲା ଅଶାନ୍ତି ହେବା ପୂର୍ବରୁ ଏଭଳି ରାଜ୍ୟ ବାହାରୁ ଆସିଥିବା ଶ୍ରମିକ ତଥା ଅନୁପ୍ରବେଶକାରୀ ପ୍ରସଙ୍ଗ ଏବେ ଜିଲାର ଏକ ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏମାନଙ୍କ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଜିଲ୍ଲାର ସଚେତନ ମହଲରେ ଦାବି ହେଉଛି ।

Leave a Reply