Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍‌ଠାରୁ ଜେ-୩୫ ଫାଇଟର ଜେଟ କିଣିବ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍‌ଠାରୁ ଜେ-୩୫ ଫାଇଟର ଜେଟ କିଣିବ ପାକିସ୍ତାନ

ନୂଆଦିଲ୍ଲୀ: ନିକଟରେ ନିଜର ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଚାଇନାଠୁ ଜେ-୩୫ ଫାଇଟର ଜେଟ କିଣିବ ବୋଲି ଘୋଷଣା କରିଛି । ଚାଇନାର ଏହି ଜେ-୩୫ ଜେଟ ପଞ୍ଚମ ପିଢିର ଜେଟ ହୋଇଥିବା ବେଳେ ଏହାକୁ ସାଧାରଣତଃ ଏଫସି୩୧ ଜିରଫାଲକନ ବୋଲି କୁହାଯାଇଥାଏ । ଏହା ପଞ୍ଚମ ପିଢିର ଜେଟ ହୋଇଥିବାରୁ ଅନ୍ୟ ଜେଟ ଗୁଡିକ ଅପେକ୍ଷା ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି । ନିକଟରେ ହୋଇଥିବା ଜୁହାଇ ଏୟାର ଶୋ ରେ ପ୍ରଥମ ଥର ପାଇଁ ଏହାର ଝଲକ ଦେଖିବାକୁ ମିଳିଥିଲା । ଆମେରିକାର ଏଫ-୩୫ ସହ ଜେ୩୫ ସମାନ ବୋଲି ଚାଇନା ଦାବି କରୁଥିବା ବେଳେ ଏନେଇ କୈଣସି ବିଶେଷ ପ୍ରମାଣ ମିଳିପାରି ନାହିଁ । ଋଷିଆର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନ ଚାଇନାଠୁ ଜେ୩୫ ଜାହାଜ କିଣିବ ବୋଲି ପ୍ରକାଶ ପାଇଛି । ସମସ୍ତ ଫାଇଟର ଜେଟ ଗୁଡିକୁ ୨୪ ମାସ ଭିତରେ ଚାଇନା ପାକିସ୍ଥାନକୁ ଯୋଗେଇବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ପାକିସ୍ତାନ ତରଫରୁ ଏନେଇ କୌଣସି ଆଧିକାରିକ ସ୍ତରରେ ବୟାନ ଦିଆଯାଇ ନାହିଁ । ତେବେ ପାକିସ୍ତାନ ବାୟୁସେନା ଚାଇନା ସହ ଜେ-୩୫ କ୍ରୟ ନେଇ ଆଲୋଚନା କରୁଥିବା କଥା ସ୍ପଷ୍ଟ କରିସାରିଛି । ମିଳିଥିବା ଖବର ଅନୁସାରେ ପାକିସ୍ତାନି ବାୟୁସେନାର ପାଇଲଟ ମାନେ ଚାଇନା ଯାଇ ସେଠାରେ ଯୁଦ୍ଧବିମାନର ବୈଷୟିକ ଜ୍ଞାନକୈଶଳ ଓ ବୈଶିଷ୍ଟ୍ୟ ଉପରେ ତାଲିମ ନେଉଛନ୍ତି । ଭାରତ ନିଜ ସୀମାରେ ବଢାଉଥିବା ବୈଷୟିକ ଜ୍ଞାନ କୈଶଳ ବିରୁଦ୍ଧରେ ପାକିସ୍ଥାନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ବାୟୁସେନାରେ ଜେ-୩୫ ସାମିଲ ହେବା ଦ୍ୱାରା ପାକିସ୍ତାନର ସାମରିକ ବଳରେ ବୃଦ୍ଧି ଘଟିବ । ଏହା ଏକ ପଞ୍ଚମ ପିଢିର ଲଢ଼ୁଆ ଯୁଦ୍ଧ ବିମାନ ହୋଇଥିବାରୁ ଏଥିରେ ଷ୍ଟେଲ୍ଥ ଟେକ୍ନୋଲୋଜି ରହିଛି । ଯାହା ଫଳରେ ଏହା ସହଜରେ ଶତ୍ରୁପକ୍ଷର ରାଡାରରେ ଦେଖାଯାଇ ନଥାଏ । ଅନ୍ୟପଟେ ପାକିସ୍ତାନର ଆର୍ଥନୈତିକ ସ୍ଥିତି ଏବେ ଖରାପ ଥିବାରୁ ପାକିସ୍ତାନ କିପରି ପଞ୍ଚମ ପିଢିର ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ କରିବ ସେନେଇ ପ୍ରଶ୍ନ ଉଠୁଛି । ଜେ-୩୫ର ଷ୍ଟିଲ୍ଥ ଟେକ୍ନୋଲୋଜି ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ସହଜରେ ରାଡାରରେ ଧରାପଡୁ ନଥିବାରୁ ପାକିସ୍ଥାନ ଭାରତ ସୀମା ମଧ୍ୟକୁ ପଶିଆସିବାର ସମ୍ଭାବନା ରହିଛି । ଅନ୍ୟପଟେ ଭାରତୀୟ ସେନା ବାହିନିରେ ଏଯାଏ କୌଣସି ପଞ୍ଚମ ପିଢିର ଫାଇଟର ଜେଟ ନାହିଁ । ଭାରତ ନିଜ ସେନା ବାହିନି ପାଇଁ ଏକ ପଞ୍ଚମ ପିଢିର ଫାଇଟର ଜେଟ ନିର୍ମାଣ କରୁଛି ।

Leave a Reply