Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୮୧ଗୋରୁ ଉଦ୍ଧାର, ୪ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୮୧ଗୋରୁ ଉଦ୍ଧାର, ୪ ଅଟକ

୮୧ଗୋରୁ ଉଦ୍ଧାର, ୪ ଅଟକ
ବିନିକା, ୪ ।୧୨: ବିନିକା ସହର ଉପକଣ୍ଠ ମହାନଦୀ ପୋଲ ଦେଇ ମଙ୍ଗଳବାର ବିଳମ୍ବିତ ରାତିରେ ଚାଲାଣ ହେଉଥ‌ିବା ୮୧ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି। ସୂଚନାରୁ ପ୍ରକାଶ ଯେ, ରାମପୁର ପଟରୁ ରାଜପଥ ଦେଇ ୨ ଟ୍ରକ ଦୃତ ଗତିରେ ମହାନଦୀ ସେତୁ ରାସ୍ତାକୁ ଯାଉଥିଲା । ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ସନ୍ଦେହରେ ଟ୍ରକ ଅଟକାଇ ଯାଞ୍ଚ କରିବା ପରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ପୁଲିସ ୨ ଟ୍ରକ ଜବତ କରିବା ସହ ୮୧ ଗୋରୁ ଉଦ୍ଧାର କରିଥିଲା। ଉଦ୍ଧାର ଗୋରୁଙ୍କୁ ପିତେଇପାଲି ସ୍ଥିତ ଗୋସେବା ସଂସ୍ଥାନରେ ଛାଡି ଦେଇଥ‌ବା ପ୍ରକାଶ। ଖବର ପାଇ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ ଜେନା ଆସି ଜବତ ଟ୍ରକ ସମ୍ପର୍କରେ ତଦନ୍ତ କରିଥିଲେ। ପୁଲିସ ଏନେଇ ପଶ୍ଚିମବଙ୍ଗର ଟ୍ରକ ଚାଳକଙ୍କ ସମେତ ୪ ଜଣଙ୍କୁ ଅଟକ ରଖ୍ ପଚରାଉଚୁରା କରୁଥ‌ିବା ବିନିକା ଥାନା ଅଧିକାରୀ ଅନୀଲ ବେହେରା ସୂଚନା ଦେଇଛନ୍ତି। ଏହା ସହିତ କଳା ରଙ୍ଗର ପଲ୍ସର ବାଇକ ପୁଲିସ ଜବତ କରିଛି। ବିନିକା ଥାନା ଏସଆଇ ରଞ୍ଜୟ ନାୟକ, ଅନୀଲ ବେହେରା, ଗୋପୀନାଥ ସାହୁ, ତାରାକାନ୍ତ ଥନାପତି ପ୍ରମୁଖ ପାଟ୍ରୋଲିଂରେ ସାମିଲ ହୋଇଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବ୍ୟସ୍ତବହୁଳ ରାସ୍ତାରେ ପ୍ରତ୍ୟହ ବେଆଇନ ଗୋରୁ ଚାଲାଣ ହେଉଛି। ପୁଲିସ ପ୍ରଶାସନର ଅବହେଳା ମନୋଭାବ ଗୋରୁ ବେପାରୀଙ୍କୁ ପରୋକ୍ଷରେ ଉତ୍ସାହିତ କରୁଥ‌ିବା ଆଲୋଚନା ହେଉଛି। ଅନେକ ସମୟରେ ପୁଲିସ ସବୁ ଜାଣି କିଛି ନଜାଣିଲା ଭଳି ଅଭିନୟ କରୁଥିବାରୁ ଗୋରୁ ଚାଲାଣ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ପୁଲିସ ପ୍ରଶାସନ ତୁରନ୍ତ ତୁରନ୍ତ ଗୋରୁ ଚାଲାଣ ବନ୍ଦ ନେଇ କଠୋର ପଦକ୍ଷେପ ଗ୍ରହଣ ନକଲେ ଅଞ୍ଚଳବାସୀଙ୍କ ମଧ୍ୟରେ କୁହୁଳୁଥ‌ିବା ଅସନ୍ତୋଷ ଜନ ଆନ୍ଦୋଳନର ରୂପ ନେବାର ଆଶଙ୍କା ରହିଛି।

Leave a Reply