ବାଂଲାଦେଶକୁ ତ୍ରିପୁରାର ନିର୍ଦ୍ଦେଶ: ତୁରନ୍ତ ୧୩୦ କୋଟିର ବାକି ବିଜୁଳି ବିଲ୍ ଦିଅ

ଅଗରତାଲା: ବାଂଲାଦେଶରେ ଭାରତ ବିରୋଧୀ ହାୱା ବୋହୁଥିବା ବେଳେ   ତ୍ରିପୁରାର ନିର୍ଦ୍ଦେଶ, ତୁରନ୍ତ ବାକି ପଇସା ଫେରାଅ। ଏନଟିପିସି ବିଦ୍ୟୁତ୍ ବ୍ୟାପାର ନିଗମ ଲିମିଟେଡ୍ ମାଧ୍ୟମରେ ହୋଇଥିବା ବିଜୁଳି ବାଣିଜ୍ୟିକ ଚୁକ୍ତି ଅନୁଯାୟୀ ବାଂଲାଦେଶ ଉପରେ ତ୍ରିପୁରା ୧୩୫ କୋଟି ଟଙ୍କାର ବିଜୁଳି ବିଲ ବାକି ରଖିଛି। ତୁରନ୍ତ ଏହି ବାକି ଟଙ୍କା ଫେରାଇବାକୁ ତ୍ରିପୁରା ସରକାର ବାଂଲାଦେଶକୁ କହିଛନ୍ତି।

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆତ୍ୟାଚାର ବଢ଼ୁଥିବା ବେଳେ ଭାରତ ବିରୋଧୀ ହାୱା ତେଜୁଛି। ବାଂଲାଦେଶର ବ୍ରାହ୍ମଣବରିଆ ଜିଲ୍ଲାର ଢାକା ଦେଇ ଯାଉଥିବା ଅଗରତାଲା-କୋଲକାତା ବସ୍ ଉପରେ ଶନିବାର ଆକ୍ରମମଣ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଟ୍ରକ୍ ଓ ଅଟୋକ୍ସ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତୀୟ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କରିଥିଲେ ବାଂଲାଦେଶୀ। 

ଏହି ଦୁର୍ଘଟଣାରେ ଯଦି ଓ କୌଣସି ବ୍ୟକ୍ତିରଙ୍କର ମୃତ୍ୟୁ ହୋଇନଥିଲା ତେବେ ବାଂଲାଦେଶୀ ନାଗରିକମାନେ ଭାରତୀୟ ଯାତ୍ରୀଙ୍କୁ ଧମକଚମକ ଦେଇଥିଲେ ଏବଂ ଭାରତ ବିରୋଧୀ ନାରା ଲଗାଇଥିଲେ। ଏହି ଘଟଣା ପରେ ତ୍ରିପୁରା ବାଂଲାଦେଶ ଉପରେ କ୍ଷୁବ୍ଧ ହୋଇଛି। ବାକି ଥିବା ଟଙ୍କା ଉପରେ ପ୍ରତିକ୍ରିୟା ଦେଇ ରବିବାର ରାଜ୍ୟ ଶକ୍ତି ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି  “ଯଦିଓ ୧୩୫ କୋଟି ଟଙ୍କା ବକେୟା ରହିଛି, ତେବେ ବାଂଲାଦେଶ ନିୟମିତ ଭାବରେ ଦେୟ ପ୍ରଦାନ କରୁଥିଲା। ବିଜୁଳିର ପ୍ରତି ୟୁନିଟ୍ ପାଇଁ, ଆମେ ୬.୬୫ ଟଙ୍କା ଚାର୍ଜ କରୁଥିଲୁ, ଯାହା ଘରୋଇ ସଂଯୋଗରୁ ପାଇଥିବା ତୁଳନାରେ ଭଲ ଦାମ।”

ବାକି ପାଇଁ ବାଂଲାଦେଶକୁ ବିଜୁଳି କାଟିଦେଲା ଟିଏସଇସିଏଲ୍

ଏହା ପୂର୍ବରୁ ଠିକ୍ ସମୟରେ ବିଦୁତ ବିଲ ଦେଇ ନପାରିବାରୁ ମେ ୨୦୨୪ ତ୍ରିପୁରା ରାଜ୍ୟ ବିଦ୍ୟୁତ୍ ନିଗମ ଲିମିଟେଡ୍ (TSECL) ବାଂଲାଦେଶ ଶକ୍ତି ବିକାଶ ବୋର୍ଡ (ବିପିଡିବି)କୁ ବିଦ୍ୟୁତ୍ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା ବର୍ଷ ହେଲା ବାଂଲାଦେଶ କର୍ତ୍ତୃପକ୍ଷ ଠିକ୍ ସମୟରେ ଦେୟ ଦେଇ ନପାରିବାରୁ ବକେୟା ପରିମାଣରେ ବୃଦ୍ଧି ପାଇଥିଲା।

ଏନେଇ TSECL ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ସରକାର କହିଛନ୍ତି ଯେ ବିପିଡିବି TSECL ୧ କୋଟି ଟଙ୍କାର ବକେୟା ରଖିଛି। ବର୍ତ୍ତମାନ କମ୍ପାନୀକୁ ଆର୍ଥିକ ଚ୍ୟାଲେଞ୍ଜ ଦେଖା ଦେଇଥବାରୁ ବାକି ପଇସା ଦେବାକୁ ବିପିଡିବିକୁ କୁହାଯାଇଛି। ସରକାରଙ୍କ ସୂଚନା ଅନୁଯାୟୀ, ଚୁକ୍ତିନାମା ଅନୁଯାୟୀ ବାଂଲାଦେଶ ତ୍ରିପୁରାରୁ ୧୬୦ ମେଗାୱାଟ ବିଜୁଳି ପାଇବାକୁ ହକଦାର। ଏହି ବାଣିଜ୍ୟକୁ NVVN (NTPC ବିଦ୍ୟୁତ୍ ଭାୟାର ନିଗମ) ତଦାରଖ କରନ୍ତି। ତେବେ ବାଂଲାଦେଶ ଯେପରି ସମୟ ଅନୁସାରେ ପେମେଣ୍ଟ କରେ ଏନେଇ ଆମେ ଏନଭିଭିଏନ ସହ ଆଲୋଚନା କରିଛୁ ବୋଲି ସରକାର କହିଛନ୍ତି। 

ବାଂଲାଦେଶ ବିଜୁଳି ବିଲ୍ ସମୟ ଅନୁସାରେ ଦେଉ ନାହିଁ। କିସ୍ତି ଆକାରରେ ଦେଉଛି। ଫଳରେ ଏହା ରାଜ୍ୟ ଉପରେ ଆର୍ଥିକ ଚାପ ସୃଷ୍ଟି କରୁଛି। ତେଣୁ ବିଜୁଳି ଯୋଗାଣ କମ କରିଦିଆଯାଇଛି। ତା ସହିତ ଠିକ୍ ସମୟରେ ବିଜୁଳି ବିଲ୍ ଦେବାକୁ ଦେବାଶିଷ ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *