ଆରଏସଏସ ପକ୍ଷରୁ ଡାକ୍ତରଖାନା ସଫେଇ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ନଭେମ୍ବର ୨୫ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ସେବା ସପ୍ତାହର ଷଷ୍ଠ ଦିବସ ଅବସରରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସଫେଇ କରାଯାଇଛି। ବର୍ଷା ସତ୍ୱେ ସକାଳ ୬ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ସ୍ୱଚ୍ଛତା ଜାଗରଣ ସହିତ ସଫେଇ କରାଯାଇଥିଲା। ଆରଏସଏସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନଗର କାର୍ଯ୍ୟବାହ ରାମ ଭାଇ, ସହ କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ, ସେବା ପ୍ରମୁଖ ଅକ୍ଷୟ ଭୋଜରାଜ ଙ୍କ ନେତୃତ୍ୱରେ ବିଶ୍ୱ ରଞ୍ଜନ ଜେନା, ହରି ହରିପାଲ, ଆକାଶ ପାଢ଼ୀ, ସାନ ଛତ୍ରିଆ, ଧୀରେନ ପ୍ରଧାନ, ଆଦିତ୍ୟ ମିଶ୍ର, ରୁଦ୍ର କର୍ଣ୍ଣ ଙ୍କ ସମେତ ସ୍ୱୟଂ ସେବକ ମାନେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ, ରକ୍ତ ଭଣ୍ଡାର, ଡାକ୍ତରଖାନା ପରିସର ଆଦି ସଫେଇ କରାଯାଇଥିଲା।

Leave a Reply

Your email address will not be published. Required fields are marked *