ଅଧ୍ଵବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ
କଟକ: ଅଧିବକ୍ତା ପରିଷଦ ହାଇକୋର୍ଟ ୟୁନିଟ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଯୋଗଦେଇ କହିଲେ, ସମାଜର ସବା ଶେଷରେ ଥିବା ଲୋକଟି ନ୍ୟାୟ ପାଇ ପାରିଲେ ସମ୍ବିଧାନ ବ୍ୟବସ୍ଥା ସଫଳ ହେବ । ଆଉଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ଗଣତନ୍ତ୍ରର ଦିଗ ବାରେଣୀ ଏବଂ ସାଧାରଣ ଲୋକଙ୍କ ବିଶ୍ୱାସର ଶ୍ରୀମନ୍ଦିର ବୋଲି ଉଲ୍ଲେଖ କରିଥିଲେ । ପରିଷଦର ରାଜ୍ୟ ସଂଯୋଜକ ଦେବାଶିଷ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ସଭାପତି ଅଜିତ ପଟ୍ଟନାୟକ ସଭାପତିତ୍ଵ କରିଥିଲେ। ହାଇକୋର୍ଟ ୟୁନିଟ୍ର ସମ୍ପାଦକ ଜଟେଶ୍ଵର ନାୟକ ଓ ଯୁବ ଅଧିବକ୍ତା ପ୍ରଭୁ ପ୍ରସନ୍ନ ବେହେରା ସଭା ପରିଚାଳନା କରିଥିଲେ ।