ଗୋରୁ ବୋଝେଇ ଟ୍ରକ ଓଲଟି ୧ଗାଈ ମୃତ,୧୪ ଆହତ


ଦଶରଥପୁର: ଗୋରୁ ବୋଝେଇ ଟ୍ରକ୍ ଓଲଟି ପଡିବାରୁ ଘଟଣାସ୍ଥଳରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୪ ଟି ଗୋରୁ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ଦଶରଥପୁର ଥାନା ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ବଜରଙ୍ଗ ଦଳ ପକ୍ଷରୁ ମଝିରେ ମଝିରେ ଗୋ-ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠନ ହେଉଥିଲେ ମଧ୍ୟ ପ୍ରଶାସନର ହାଲୁକା ମନୋଭାବ ଓ କୋହଳ ଆଇନ ଯୋଗୁ ଗୋ ଚାଲାଣରେ ସେତେଟା ଅଙ୍କୁଶ ରହୁନି। ଗୋଡ଼ ବାନ୍ଧି ଗୋରୁ ଗୁଡ଼ିକୁ ଅତ୍ୟନ୍ତ ନିର୍ଦୟ ଭାବେ ପଣ୍ୟ ଦ୍ରବ୍ୟ ଭଳି ପରିବହନ କରାଯାଉଛି।
ସୂଚନା ମୁତାବକ ଅକ୍ଟୋବର ୨୮ ତାରିଖ ଦିନ ଦଶରଥପୁର ଥାନା ଝୁମ୍ପୁରି ବଜାର ତାରିଣୀ ଛକ ନିକଟରେ ଗୋରୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବିଲକୁ ଗଡି ପଡ଼ିଥିଲା। ଫଳରେ ଗୋଟିଏ ଗାଈର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୪ଟି ଗୋରୁ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଆହତ ଗୋରୁଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଗୋ ଚାଲାଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *