Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେବାଳୟ ପ୍ରକଳ୍ପକୁ ମଠ ମହନ୍ତଙ୍କ ସ୍ବାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେବାଳୟ ପ୍ରକଳ୍ପକୁ ମଠ ମହନ୍ତଙ୍କ ସ୍ବାଗତ


ପୁରୀ: ରାଜ୍ୟ ସରକାରଙ୍କ ଦେବାଳୟ ପ୍ରକଳ୍ପକୁ ପୁରୀର ମଠ ମହନ୍ତମାନେ ସ୍ଵାଗତ ଜଣାଇଛନ୍ତି। ଏହାଦ୍ଵାରା ମଠ, ମନ୍ଦିରର ପ୍ରଚାରପ୍ରସାର ହେବା ସହ ବିକାଶ ବି ସମ୍ଭବପର ହୋଇପାରିବ ବୋଲି ମହନ୍ତମାନେ କହିଛନ୍ତି। ଅକ୍ଟୋବର ୩୦ ତାରିଖ ଦିନ ମଠ ମହନ୍ତମାନଙ୍କୁ ନେଇ ଗଠିତ ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର ଏକ ବୈଠକ ଉତ୍ତରପାର୍ଶ୍ବ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଉତ୍ତରପାର୍ଶ୍ଵ ମଠ ନାରାୟଣ ରାମାନୁଜ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କୁ ଆମେ ମଠ, ମନ୍ଦିର ବିକାଶ ଉପରେ ପ୍ରସ୍ତାବ ଦେଇଥିଲୁ। ସରକାର ଆମ କଥା ରଖିଛନ୍ତି। ମଠ, ମନ୍ଦିରର ବିକାଶ ଲକ୍ଷ୍ୟରେ ଦେବାଳୟ ପ୍ରକଳ୍ପ ଆରମ୍ଭ କରିଛନ୍ତି | ଶ୍ରୀକ୍ଷେତ୍ରର ୪୩୪ଟି ମଠ ଓ ସାରା ରାଜ୍ୟର ପ୍ରାୟ ୮ହଜାର ମଠ ଦେବାଳୟ ପ୍ରକଳ୍ପରେ ସାମିଲ୍ କରାଯାଇଛି। ଏହାଦ୍ଵାରା ଶ୍ରୀକ୍ଷେତ୍ର ସହ ସାରା ରାଜ୍ୟର ମଠ, ମନ୍ଦିରର ପ୍ରଚାରପ୍ରସାର ହୋଇପାରିବ ମଠର ବିକାଶକୁ ବି ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ଆମ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ବିକାଶ ପାଇଁ ଏଭଳି ଏକ ମହତ୍ବକାଂକ୍ଷୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଉଛୁ। ବୈଠକରେ ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ, ପାପୁଡ଼ିଆ ମଠ ମହନ୍ତ ରାମକୃଷ୍ଣ ଦାସ, କଟକୀ ମଠ ମହନ୍ତ ଡ. ବିଜୟ ନାରାୟଣ। ରାମାନୁଜ ଦାସ, ନେବଳ ଦାସ ମଠ ମହନ୍ତ ଡ. ରାମଚରଣ ଦାସ, ବଳରାମକୋର୍ଟ ମଠ ମହନ୍ତ ରଘୁବୀର ଦାସ, ମହିପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ, ମଣିରାମ ମଠ ମହନ୍ତ ସନ୍ଥ ଅଭିରାମ ଦାସଙ୍କ ସମେତ ବଡ଼ସନ୍ଥ ମଠ ମହନ୍ତ, ରାମଜୀ ମଠ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply