Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପବିତ୍ର ଵିଜୟା ଦଶମୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଦ୍ୱାରା ଏକ ଭବ୍ୟ ପଥ ସଂଚଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପବିତ୍ର ଵିଜୟା ଦଶମୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଦ୍ୱାରା ଏକ ଭବ୍ୟ ପଥ ସଂଚଳନ

ବରୀ : ପବିତ୍ର ଵିଜୟା ଦଶମୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଦ୍ୱାରା ଏକ ଭବ୍ୟ ପଥ ସଂଚଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ପଥ ସଂଚଳନରେ ୧୩୫ ରୁ ଉର୍ଦ୍ଧ ସ୍ଵୟଂସେବକ ମାନେ ପୁର୍ଣ୍ଣ ଗଣବେଶ ସହ ଅଂଶଗ୍ରହଣ କରିଥିଲେ । ପଥ ସଂଚଳନ ଇଶାଣେଶ୍ୱର ର ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିଥିଲା । ସଂଚଳନ ପରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ଶସ୍ତ୍ର ପୂଜନ , ଶାରୀରିକ କାର୍ଯ୍ୟକ୍ରମ ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କର୍ଣ୍ଣ ଚନ୍ଦ୍ର ଘଡ଼େଇ ଯୋଗ ଦେଇ ଭାରତର ସସ୍କୃତି କିପରି ବଜାୟ ରହିବ ସେ ଉପରେ ଆଲୋକପାତ କରିଥିଲେ.

ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ର ମାନନୀୟ୍ ସଂଘ ଚାଳକ ବଟ କୃଷ୍ନ ଜେନା ଯୋଗ ଦେଇ କହିଲେ ଯେ ସଂଘ ର ସ୍ଵୟଂସେବକ ମାନଙ୍କୁ ଅନେକ କମ ଆହୁରି କରିବାର ଅଛି। ସମାଜ କୁ ସଂଘ ସହିତ ଯୋଡ଼ିବା ର ପ୍ରୟାସ ନିରନ୍ତର କରିବା. ଏହି କାର୍ଯ୍ୟକ୍ରମରେ ବିଭାଗ ବୌଦ୍ଧିକ ପ୍ରମୁଖ ପ୍ରଦୀପ କୁମାର ସାମଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ର ବାଲ ପ୍ରମୂଖ ଜ୍ୟୋତି ରଞ୍ଜନ ରାଉତ ପରିଚାଳନା କରିଥିଲେ

Leave a Reply