ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ମାତୃ ସମ୍ମଳନୀ



ବିରିଡ଼ି: ବିରିଡ଼ି ବତିମୀରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଅଙ୍ଗନବାଡ଼ି କର୍ମୀ ନିରୂପମା ନାୟକ ଅତିଥି ଭାବେ ଯୋଗଦେଇ ଶିଶୁର ବିକାଶରେ ମା’ମାନଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଧାନଆଚାର୍ଯ୍ୟା ସୁବାସିନୀ ମହାପାତ୍ର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ବାଟିକା ଗୁରୁମାଙ୍କ ଦ୍ଵାରା ଶିଶୁ ବାଟିକାର ବିଭିନ୍ନ କ୍ରିୟା କଳାପ ପ୍ରଦର୍ଶନ କରାଯାଇଥିଲା । ମା’ମାନଙ୍କ ଦ୍ବାରା ମ୍ୟୁଜିକ ଚେୟାର ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ମାତୃ କର୍ମଶାଳାରେ ୪୦ରୁ ଅଧିକ ମା’ମାନେ ସାମିଲ ହୋଇଥିଲେ। ବିଦ୍ୟାମନ୍ଦିର ପରିଚାଳନା କମିଟି ସମ୍ପାଦକ ବିକ୍ରମ ଦାଶଙ୍କ, ଗୁରୁଜୀ ସୁରେନ୍ଦ୍ର କୁମାର ସାହୁ, ମଧୁସୂଦନ ନାୟକଙ୍କ ସମେତ ସମସ୍ତ ଗୁରୁଜୀ, ଗରୁମା ଓ କର୍ମଚାରୀ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *