ମନ୍ଦିର ଚୋର ଦଳ ଠାବ : ମୂର୍ତ୍ତି ଓ ଗହଣା ଜବତ

ଜଗତସିଂହପୁର: ଜଗତସିଂହପୁର ଓ ଏହାର ଆଖପାଖ ଅଞ୍ଚଳରୁ ମାସକ ଭିତରେ ୪/୫ଟି ମନ୍ଦିରରୁ ଚୋରି ହୋଇସାରିଲାଣି। ପୁଲିସ ମାମଲା ରୁଜୁ କରୁଛି ମାତ୍ର କାହାରିକୁ ଧରିବାରେ ସକ୍ଷମ ହୋଇନାହିଁ। ତେବେ ଶୁକ୍ରବାର ରାତିରେ ବାଲିପାଟଣା ଥାନା ଅଞ୍ଚଳର ୨ଟି ମନ୍ଦିରରୁ ଚୋରି ଘଟଣାରେ ଚଢେଇଗାଁର ଅନ୍ନଦା ଆଚାର୍ଯ୍ୟ(୨୨) କୁ ଲୋକେ ଧରିବା ପରେ ବହୁ ମନ୍ଦିରରୁ ହୋଇଥବା ଚୋରି ଗ୍ୟାଙ୍ଗର ପର୍ଦାଫାସ ହୋଇଛି। ଜଗତସିଂହପୁର ଓ ନାଉଗାଁ ପୁଲିସ ମିଳିତ ଭାବେ ଶନିବାର ସନ୍ଧ୍ୟାରେ ଚଢଉ କରି ତାଙ୍କ ଘରୁ ଓ ପଛ ପଟରେ ମାଟି ତଳେ ପୋତା ହୋଇଥ‌ିବା ବସ୍ତା ବସ୍ତା ଠାକୁରଙ୍କ ମୂର୍ତ୍ତି, ବଡ ବଡ ନାଗ ମୂର୍ତ୍ତି ବହୁ ଗହଣା, ବାସନ ସହ ଖଣ୍ଡା ଓ କଟୁରି ଆଦି ଜବତ କରି ଛି। ଜଗତସିଂହପୁର ଥାନା ଅଧିନ ତୁମ୍ବା ଅଣ୍ଡେଇସାହି ପଞ୍ଚାୟତର ମା କୁତ୍ତାମଚଣ୍ଡୀଙ୍କ ମନ୍ଦିର ଓ ନାଉଗାଁ ଥାନା ଅଧ୍ଵନ ଗଜରାଜପୁର ପଞ୍ଚାୟତ ନୂଆପାରିସ୍ଥ ତୁମ୍ଭେଶ୍ଵରଙ୍କ ମନ୍ଦିରରୁ ଗତ ୨୦ତାରିଖ ରାତିରେ ଶିବ ପାର୍ବତୀଙ୍କ ପିତ୍ତଳ ମୂର୍ତ୍ତି, ତମ୍ବା ନାଗ, ଲକ୍ଷ ଲକ୍ଷ ଟଙ୍କାର ସୁନା, ରୂପା ଗହଣା, ପିତ୍ତଳ ବାସନ ଜିନିଷ ସହ ଘଣ୍ଟ, ଘଣ୍ଟି ଏପରିକି ପାଣି ମୋଟର ମଧ୍ୟ ଚୋରି ହୋଇଥିଲା। ଏ ସଂକ୍ରାନ୍ତରେ ଉଭୟ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ପୂର୍ବରୁ ମା କନକଦୁର୍ଗାଙ୍କ ମନ୍ଦିର ସହ ସାଇଣ୍ଡୋ ଓ ଚଢେଇଗାଁ ମନ୍ଦିରରୁ ମଧ୍ଯ ଠାକୁରଙ୍କ ମୂର୍ତ୍ତି, ଗହଣା, ହୁଣ୍ଡି ଟଙ୍କା ଓ ବାସନକୁସନ ଚୋରିହୋଇଥିଲା। ଶୁକ୍ରବାର ରାତିରେ ବାଲିପାଟଣା ଥାନା ଅଧ୍ବନ ବନମାଳିପୁର ଦୁଲାଦେଇ ମନ୍ଦିର ଓ ଭାପୁର ପଞ୍ଚାତର ବେଲେଶ୍ଵର ମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହେଉଥିଲା। ଏହି ସମୟରେ କିଛି ଲୋକ ଉଠିଯିବା ପରେ ଜଣେ ଚୋର ତାଙ୍କ ଖଣ୍ଡା ଧରି ଗୋଡେଇଥିଲା । ପରେ ଲୋକେ ଏକାଠି ହୋଇ ଜଣେ ଚୋରକୁ ଧରିବା ସହ ଗାଡି ଓ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଧରାପଡ଼ିଥିବା ଯୁବକ ଜଣକ ଜଗତସିଂହପୁର ଥାନା ଚଢାଇଗାଁର ସ୍ଵର୍ଗତ ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ପୁଅ ଅନ୍ନଦା ବୋଲି ଜଣାପଡ଼ିଲା । ତା ସହ ତାର ବଡ ଭାଇ ବରଦା ଥ‌ିବା ଜଣାପଡ଼ିବା ପରେ ପୁଲିସ ତାକୁ ମଧ୍ୟ ଗିରଫ କରିଛି।ଅଧୂନପୁଲିସ ଶନିବାର ଅପରାହ୍ନରେ ତାଙ୍କ ଘରେ ପଶି ଖୋଜାଖୋଜି କରି ବହୁ ପରିମାଣର ଠାକୁରଙ୍କ ଗହଣା, ପିତ୍ତଳ ବାସନ ଆଦି ମିଳିଥିଲା। ବହୁଖୋଳତାଡ ପରେ ଜଣାଗଲା ଘରରପଛ ପାଖରେ ଥ‌ିବା ମାଟି ତଳେ କିଛି ପୋତା ହୋଇଛି । ପୁଲିସ ଲୋକ ଲଗାଇ ମାଟି ଖୋଳିବା ପରେ ବହୁ ପରିମାଣର ଠାକୁରଙ୍କ ମୂର୍ତ୍ତି, ନାଗ ମୂର୍ତ୍ତି, ଠାକୁରଙ୍କ ଗହଣା, ଆଖ୍, ମକୁଟ, ବାସନ ଜବତ କରିଛି। ପୁଲିସ ପିସିଆର ପଛରେ ଓ ଏକ ଡାଲା ଅଟୋରେ ଭତ୍ତୀ କରି ସବୁ ଜନିଷ ଥାନାକୁ ଆଣିବା ସହ ଘରେ ଥ‌ିବା ତାଙ୍କ ମାଆକୁ ଧରି ଥାନାକୁ ଆଣି ପଚରାଉଚରା କରାଯାଇଛି । ଜଗତସିଂହପୁର ପୁଲିସ ଏସଂକ୍ରାନ୍ତରେ ଅଧିକ ତଦନ୍ତ ଚଳାଉଛି।

Leave a Reply

Your email address will not be published. Required fields are marked *