Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧୀନ ଖଡିପାଳ ଗ୍ରାମ ନିକଟରେ ବସୁଥିବା ବେଆଇନ ଗୋରୁହାଟ ବନ୍ଦକଲା ପ୍ରଶାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧୀନ ଖଡିପାଳ ଗ୍ରାମ ନିକଟରେ ବସୁଥିବା ବେଆଇନ ଗୋରୁହାଟ ବନ୍ଦକଲା ପ୍ରଶାସନ


ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧୀନ ଖଡିପାଳ ଗ୍ରାମ ନିକଟରେ ବସୁଥିବା ବେଆଇନ ଗୋରୁ ହାଟକୁ ବନ୍ଦ କଲା ପୋଲିସ ପ୍ରଶାସନ । ସୂଚନା ଅନୁଯାୟୀ ଆନନ୍ଦପୁର ଥାନା ଏବଂ ଆନନ୍ଦପୁର ପୌର ପାଳିକା ଅଧୀନ ୧୧ ନଂ ୱାଡ଼ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଦୀର୍ଘ ବର୍ଷରୁ ଆଜି ପର୍ଯ୍ୟନ୍ତ ପ୍ରତେକ ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସିଥାଏ । ହାଟରେ ବିଭିନ୍ନ ସାମଗ୍ରୀ ସହ ପରିବା, ଦେଶୀ କୁକୁଡ଼ା, ଛେଳି ଓ ଗୋରୁ ଗାଈ ମଧ୍ୟ ସରକାରଙ୍କ ନିୟମ ଅନୁସାରେ କିଣା ବିକା କରାଯାଏ । ଯାହାର ଟିକସ ଆନନ୍ଦପୁର ପୌର ପାଳିକା ପ୍ରତି ବର୍ଷକୁ ବର୍ଷ ଗ୍ରହଣ କରିଥାଏ । ପ୍ରତି ସପ୍ତାହରେ ହାଟଟି ଅତ୍ୟଧିକ ଗହଳି ହେବା ସହ ବିଭିନ୍ନ ବେପାରୀ ମାନଙ୍କର କାରବାର ମଧ୍ୟ ଭଲ ହେଇଥାଏ । ତେବେ ଖଡିପାଳ ଗ୍ରାମ ପଛପଟେ ୩ ସପ୍ତାହ ହେଲା କିଛି ମୁଷ୍ଟିମେୟ ଲୋକ ଓ କିଛି ଅସାମାଜିକ ଯୁବକ ମିଳିତ ହୋଇ ଏକ ବେଆଇନ ଗୋରୁ ହାଟ ବସାଇଛନ୍ତି । ଯେଉ ହାଟରେ କେବଳ ଗୋରୁ ଗାଈ ବିକ୍ରି ହେବା ସହ ଅନ୍ୟ କୌଣସି ଦୋକାନ ଖୋଲେ ନାହିଁ । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଗୋରୁ ବେପାରୀ ସ୍ଥାନୀୟ ଯୁବକଙ୍କୁ ହାତ ବାରିସୀ କରି ଗୋରୁ କିଣିବା ପାଇଁ ଆସୁଛନ୍ତି । ଉକ୍ତ ବେଆଇନ ହାଟ ବିଷୟରେ ଆନନ୍ଦପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଘଟଣାସ୍ଥଳକୁ ଯାଇ ହାଟକୁ ସବୁଦିନ ପାଇଁ ବନ୍ଦ କରିଛି ।

Leave a Reply