ଆଠଗଡ଼ ରାସରସିକପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଆଠଗଡ଼, ୪-୧୦ : ଆଠଗଡ଼ ରାସରସିକପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ପଣ୍ଡା ମେଳାକୁ ଉଦ୍‌ଘାଟନ କରିଥିଲେ । ମହାତ୍ମାଗାନ୍ଧୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ପୁଲିନ୍ ମିଶ୍ର ମୁଖ୍ୟବକ୍ତା ଏବଂ ନବକିଶୋର ରାଉତ, ବିଦ୍ୟାଳୟର ଉପସଭାପତି ଉଦୟନାଥ ଶତପଥୀ, ସମ୍ପାଦକ ଶରତ କୁମାର ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅରୁଣରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୨୦୦ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ବିଭିନ୍ନ ବିଭାଗର ପ୍ରଥମ ପ୍ରତିଯୋଗୀ ପ୍ରାନ୍ତୀୟସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟା ରଶ୍ମିତା ନନ୍ଦ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *