ବିରିଡ଼ି ବ୍ଲକ ଅଣଖିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବିରିଡ଼ି: ବିରିଡ଼ି ବ୍ଲକ ଅଣଖିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ତଥା ସମ୍ପାଦକ ଅଶୋକ କୁମାର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ସ୍ବୟଂଶୋଭିତ ସିଂହ, ଆଚାର୍ଯ୍ୟ ଅରୁଣ ପ୍ରସାଦ ଦାସ, ସର୍ବେଶ୍ଵର ମହାପାତ୍ର, ବୈରାଗୀ ଚରଣ ବେହେରା, ଗୁରୁପ୍ରସାଦ ରାଉତରାୟ, ଲକ୍ଷ୍ମୀକାନ୍ତ ରାୟ, ନାରାୟଣ ବାରିକ, ଆଚାର୍ଯ୍ୟା ସୁହାସିନୀ ପଣ୍ଡା, ରଶ୍ମିରେଖା ସାହୁ, ମୌସୁମୀ ଦାଶ, ନଳିନୀପ୍ରଭା ସାହୁ, ପ୍ରଭାବତୀ ତ୍ରିପାଠୀ, ରଞ୍ଜିତା ସ୍ଵାଇଁ, ସଲୋନୀ ମହାନ୍ତି, ମନୋରମା ଦାଶ, ଆଦ୍ୟାରଶ୍ମି ମହାନ୍ତି, ପଲ୍ଲବୀ ଜେନା, ସସ୍ମିତା ମିଶ୍ର, ଶୋଭାରାଣୀ ଦାସ, ଲିପିକା ଦାସ, ଆଲୋକପ୍ରଭା ଦାଶ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା |ସେହିପରି ପୁରଣ ପଞ୍ଚାୟତ ଚାଷୀଖଣ୍ଡ ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ନିକୁଞ୍ଜ କିଶୋର ଭଞ୍ଜଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ବିଦ୍ୟାଳୟ ପରିଚାଳନା କମିଟି ପ୍ରାକ୍ତନ ସଭାପତି ରବି ଦାଶ ଉଦ୍‌ଘାଟନ କରିଥିଲେ। ସମ୍ପାଦକ ବସନ୍ତ କୁମାର ସାହୁ, ପ୍ରଧାନଆଚର୍ଯ୍ୟା ସଂଯୁକ୍ତା ଦାସ, ଗୁରୁଜୀ ଦୀପ୍ତିରଞ୍ଜନ ରାଉତରାୟ, ଶୁଭ୍ରାଂଶୁ ଭୋଇ, ସୁମନ ସାହୁ, ଗୁରୁମା ସସ୍ମିତା ମହାନ୍ତି, ଭାସିଲିସା ଜେନା, ଅର୍ଚ୍ଚନା ପଣ୍ଡା, ସରିତା ଭୋଇ, ମୌସୁମୀ ବେହେରା, ଶୁଭଶ୍ରୀ ସେଠୀଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *