ବାଲିକୁଦା ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା

ବାଲିକୁଦା: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି, ଜଗତସିଂହପୁର ଜିଲ୍ଲା ନିରୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟର ସଭାପତି ରମେଶ ଚନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ସମ୍ମିନ୍ନ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବାଲିକୁଦା ସଙ୍କୁଳ ପ୍ରମୁଖ ଶିଶିର କୁମାର କାନୁନଗୋ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ନିକୁଞ୍ଜ କିଶୋର ବିଶ୍ବାଳ, ସହ ସମ୍ପାଦକ ଶରତ କୁମାର ଲେଙ୍କା, କୋଷାଧ୍ୟକ୍ଷ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ଉପସଭାପତି ପ୍ରମିଳା ମୁଦୁଲି, ସଦସ୍ୟ ରାମଚନ୍ଦ୍ର ସାହୁ, ସଦସ୍ୟା ପ୍ରମିଳା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଶିଶୁ ବାଟିକା ବିଦ୍ୟାଳୟ ପ୍ରମୁଖ

ନିରୁପମା ସ୍ଵାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗୁରୁମା’ ମଧୁବିଣା ବରାଳ ଓ ମନୋଜାଲକ୍ଷ୍ମୀ ଦାସ ଅଭିନୟ କରି ମା’ମାନଙ୍କୁ ନଚାଇ ଥିଲେ। ବିଦ୍ୟାଳୟର ଗୁରୁଜୀ ଅର୍ଜୁନ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଗୁରୁଜୀ ନିତ୍ୟାନନ୍ଦ ଭାରତୀ, ବିଜୟ କୁମାର ବେହେରା, ବିଜୟ କୁମାର ମୁଦୁଲି, ସୁବାସ ଚନ୍ଦ୍ର ବିଶ୍ବାଳ, ପ୍ରଦୀପ୍ତ କୁମାର ସ୍ବାଇଁ, ଗୁରୁପ୍ରସାଦ ଦାସ, ରାଜଲକ୍ଷ୍ମୀ ସ୍ବାଇଁ, ଅନୁପମା ମହାନ୍ତି, ମନସ୍ବନୀ ମହାନ୍ତି, ଇତିଶ୍ରୀ ଭୋଳ, ଜୟଶ୍ରୀ ଭୋଳ, ସୁଖଦା ରାଣୀ ପରିଡ଼ା, ନିଳୀମା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *