କଣ୍ଟେନରରୁ ୪୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର


ପାଟଣା,୨।୧୦-24: ଗୋ ମାଫିଆ ମାନେ ବିଭିନ୍ନ ତରିକାରେ ଗ୍ରାମ୍ୟ ରାସ୍ତା ଦେଇ ଗୋ ଚାଲାଣ କରୁଥିବା ବେଳେ ଆଜି ସନ୍ଧ୍ୟାରେ ଏକ ଗୋରୁ ବୋଝେଇ କଣ୍ଟେନର ଟ୍ରକକୁ ଗ୍ରାମବାସୀ ଅଟକ ରଖ୍ ଘଟଗାଁ ପୁଲିସର ଜିମା ଦେଇଛନ୍ତି। ଗୋ- ମାଫିଆ ମାନେ ଏକ କଣ୍ଟେନରରେ ୪୦ରୁ ଉର୍ଦ୍ଧ୍ଵ ଗୋରୁ ବୋଝେଇ କରି କେନ୍ଦୁଝର ଜିଲା ଘଟଗାଁ ଥାନା ତୋରାଣିପୋଖରୀ ଗ୍ରାମ ଦେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ନଜର କଣ୍ଟେନର ଉପରେ ପଡ଼ିଥିଲା। କଣ୍ଟେନରରେ ଗୋରୁ ବୋଝେଇ ହୋଇଥିବା ଜଣାପଡ଼ିବା ପରେ ଘଟଣା ସ୍ଥଳରେ ଶତାଧକ ଗ୍ରାମବାସୀ ପହଞ୍ଚି କଣ୍ଟେନରକୁ ଅଟକ ରଖ୍ ଘଟଗାଁ ପୁଲିସକୁ ଖବର ଦେଇଥିଲେ। କଣ୍ଟେନରରୁ ୪୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥ‌ିବା ବେଳେ ଗୋଟିଏ ଗୋରୁର ମୃତ୍ୟୁ ଘଟିଥ‌ିବା ଦେଖାଯାଇଛି। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା। ପୁଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *