Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶାର କୋଲାବିରାରେ ବେଆଇନ ଗୋରୁ ଚାଲାଣ: ୪ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶାର କୋଲାବିରାରେ ବେଆଇନ ଗୋରୁ ଚାଲାଣ: ୪ ଅଟକ

ଓଡିଶାର କୋଲାବିରାରେ ବେଆଇନ ଗୋରୁ ଚାଲାଣ: ୪ ଅଟକ
କୋଲାବିରା,୧।୧୦: ପିକଅପ୍ ଗାଡ଼ିରେ ଗୋରୁ ଚାଲାଣ ହେଉଥ‌ିବା ସମୟରେ ବଜରଙ୍ଗ ଦଳର କର୍ମୀମାନେ
ଗୋରୁ ସହିତ ଗାଡ଼ିକୁ ଧରି କୋଲାବିରା ପୁଲିସକୁ ହସ୍ତାନ୍ତର କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଲଇଡ଼ା ଅଞ୍ଚଳ ଦେଇ ଏକ ପିକଅପ ଗାଡ଼ିରେ  ବେଆଇନଗୋରୁ ଚାଲାଣ କରାଯାଉଥିବା ଖବର ପାଇ ବଜରଙ୍ଗ ଦଳ ଲଇଡ଼ା ଶାଖାର କର୍ମୀମାନେ ଗାଡ଼ିର ପିଛା କରିଥିଲେ । ଗାଡିଟି ଦ୍ରୁତ ଗତିରେ ଚାଲିଯିବାରୁ କୋଲାବିରା ଶାଖା ସହିତ ଯୋଗାଯୋଗ କରି ଅମନାପାଲିରେ ରାତି ୯ଟାରେ ଗାଡ଼ିକୁ ଅଟକାଇବାକୁ ସଫଳ ହୋଇଥିଲେ। ଗାଡ଼ିରେ ୫ ଗୋରୁ ଚାଲାଣ ହେଉଥ‌ିବାବେଳେ ଏହି କାର୍ଯ୍ୟରେ ୪ ଜଣ ସଂପୃକ୍ତ ଥିବା ଜଣାଯାଇଛି। ଅଭିଯୋଗ ହେବାପରେ ଗୋରୁ ଗାଡ଼ି ଓ ଚାଳକ ସମେତ ସମସ୍ତ ୪ ଜଣଙ୍କୁ ଅଟକ ରଖ୍ ପୁଲିସ ତଦନ୍ତ କରୁଛି ।

Leave a Reply