Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ

ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ ଚନ୍ଦ୍ର ମହାପାତ୍ର । ଆଜି ମନ୍ତ୍ରୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ବୁଲିଥିଲେ । ବସ ଷ୍ଟାଣ୍ଡରେ ଯାତ୍ରୀ କେମିତି ଗମନା ଗମନର ସୁବିଧା ପାଉଛନ୍ତି ତାର ତଦାରଖ କରିଥିଲେ । ଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବାସ ଷ୍ଟାଣ୍ଡର କିଛି ସ୍ଥାନରୁ ଦୁର୍ଗନ୍ଧ ବହାରୁଥିବା ଜାଗାକୁ ଯଥା ଶୀଘ୍ର ଠିକ କରିବା ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ସେହିପରି ଭିନ୍ନକ୍ଷମଙ୍କ ଅଭିଯୋଗ ପରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ଼ ନ କରିଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ବୋଲି ମନ୍ତ୍ରୀ କହିଥିଲେ ।

Leave a Reply