Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାରିପଦାରେ ଜିଲ୍ଲାସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାରିପଦାରେ ଜିଲ୍ଲାସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା


ବାରିପଦା,୨୮/୯: ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ବାରିପଦା ଠାରେ ଜିଲ୍ଲାସ୍ତରୀୟ ସାମାଜିକ ଗଣମାଧ୍ୟମର ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ ପ୍ରଚାର ପ୍ରମୁଖ ମନୀନ୍ଦ୍ର ସୁନ୍ଦର ଦାସ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମୟୂରଭଞ୍ଜ ବିଭାଗ ପ୍ରଚାର ପ୍ରମୁଖ ତୁଷାର କାନ୍ତି ମହାନ୍ତ ଏବଂ ଜିଲ୍ଲା ପ୍ରଚାର ପ୍ରମୁଖ ସୁମନ୍ତ କୁମାର ସେଠୀ ପ୍ରଶିକ୍ଷଣ କୁ ପରିଚାଳନା କରିଥିଲେ ।
ସଂଘର ସହପ୍ରାନ୍ତ ପ୍ରଚାର ପ୍ରମୁଖ ମନୀନ୍ଦ୍ର ସୁନ୍ଦର ଦାସ ପ୍ରଶିକ୍ଷଣ ପ୍ରଦାନକରି କହିଥିଲେ ଯେ ସମାଜରେ ସକରାତ୍ମକ ଭାବନା ସହିତ ରାଷ୍ଟ୍ରୀୟ ବିଚାରଧାରାକୁ ଆଗକୁ ନେବା ପାଇଁ ଆମ୍ଭେମାନେ ସାମାଜିକ ଗଣମାଧ୍ୟର ବ୍ୟବହାର ଅଧିକରୁ ଅଧିକ କରିବାକୁ ପଡିବ । ଆଜି ସୋସିଆଲ ମିଡିଆର ପ୍ରଭାବ ସମାଜରେ ବହୁତ ବୃଦ୍ଧି ପାଇଛି ଏବଂ ଏହା ନକାରାତ୍ମକତା ବିସ୍ତାର କରିବାରେ ବ୍ୟବହୃତ ହେଉଛି । ଯେଉଁଥିରେ ରାଷ୍ଟ୍ର ବିରୋଧୀ ଶକ୍ତିମାନେ ପଛରେ ନାହାଁନ୍ତି ଏବଂ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି । ଏହି ପରିସ୍ଥିତିରେ, ଆମର ଦାୟିତ୍ୱକୁ ଦ୍ୱିଗୁଣିତ କରିବା । ସମାଜ ସମ୍ମୁଖିନ ହେଉଥିବା ଆହ୍ୱାନକୁ ସାମନା କରିବା । ପ୍ରଥମତଃ ବିରୋଧୀଙ୍କ ବିଭ୍ରାନ୍ତିକର ବକ୍ତବ୍ୟକୁ ତୁରନ୍ତ ଉପଯୁକ୍ତ ପ୍ରତିକ୍ରିୟା ଦେବା ତଥା ଧ୍ୟାନ ଦେବା ଯେ ଏପରି କରିବାବେଳେ ନକାରାତ୍ମକ କିମ୍ବା ଭୁଲ ତଥ୍ୟ ଆମ ଦ୍ୱାରା ଉପସ୍ଥାପନା ନହେଉ । ଆପଣ ସମସ୍ତେ ଏହି କାର୍ଯ୍ୟରେ ନିଜକୁ ଅଧିକ ସକ୍ରିୟ କରିବାକୁ ପଡିବ । ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର କରିବା ପାଇଁ ଆମକୁ ଫେସବୁକ୍‌, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ପରି ସମସ୍ତ ମାଧ୍ୟମର ଉତମ ବ୍ୟବହାର କରିବାକୁ ପଡିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

Leave a Reply