Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାପୁର ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାପୁର ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ

ରଘୁନାଥପୁର : ରଘୁନାଥପୁର ବ୍ଲକ ଅଯୋଧ୍ୟାପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ଅନ୍ତର୍ଜାତୀୟ ମାନବାଧିକାର କମିଶନର ଓଡ଼ିଶାର ରାଜ୍ୟ ସଭାପତି ଡ଼. ଶିବସୁନ୍ଦର ସ୍ୱାଇଁ ଯୋଗଦେଇ ଶିଶୁମାନଙ୍କ ରାଧାକୃଷ୍ଣ ବେଶକୁ ଦେଖି ପ୍ରାଚୀନ କଳା ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅଜୟ ଚନ୍ଦ୍ର ତ୍ରିପାଠୀ, ବାବାଜୀ ଚରଣ ସାହୁ, ଚନ୍ଦ୍ରମଣି ବରାଳ, କୃଷ୍ଣ ଭୋଇ, କେଶବ ଚନ୍ଦ୍ର ଜେନା, ବିକାଶ ମିଶ୍ର, ପ୍ରମୋଦ ସାହୁ ଓ ତପନ ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ କୁନି କୁନି ଶିଶୁଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ସଭାରେ ପ୍ରଧାନାଚାର୍ଯ୍ୟ ଅଂଶୁମାନ ଆଚାର୍ଯ୍ୟ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ହେମନ୍ତ କୁମାର ସାହୁ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ଗୁରୁମା ଅମିତା ପଣ୍ଡା, ବନ୍ଦନା ପଣ୍ଡା, ସସ୍ମିତା ବେହେରା, ସଂଯୁକ୍ତା ଦାସ, ଅନୁସ୍ମିତା ପ୍ରଧାନ, ଗୀତାଞ୍ଜଳି ଓଝା, ପ୍ରକାଶ ସାହୁ, ଅର୍ପିତା ସାହୁ, କିରଣ ସେଠୀ, ସନ୍ତୋଷୀ ସାହୁ ସହଯୋଗ କରିଥିଲେ । ସେହିପରି ଜଗନ୍ନାଥପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିରିଡି ବ୍ଲକର ଚାଷୀଖଣ୍ଡ ଓ କୁଳକଇଜଙ୍ଗା ଶିଶୁ ବିଦ୍ୟାମନ୍ଦିରରେ ଅନୁରୂପ ଭାବେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଥିଲା ।

Leave a Reply