Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନ୍ଦର ଇତିହାସରେ ପ୍ରଥମ ଥର ସଫଳତା ହାସଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନ୍ଦର ଇତିହାସରେ ପ୍ରଥମ ଥର ସଫଳତା ହାସଲ

ପାରାଦୀପ : ପାରାଦୀପ ବନ୍ଦର ଦ୍ୱାରା ପ୍ରଥମ ଥର ପାଇଁ ବନ୍ଦର ପୋତାଶ୍ରୟ ମଧ୍ୟରେ ଜାହାଜରୁ ଜାହାଜକୁ ସ୍ୱତନ୍ତ୍ରମାନର ଡିଜେଲ ପରିବହନ ସଫଳତାର ସହିତ ବୋଝେଇ କରାଯାଇଛି । ଯାହାକି ବନ୍ଦର ଇତିହାସରେ ପ୍ରଥମ ଥର ଏହି ସଫଳତା ହାସଲ କରିଛି । ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ନର୍ଥ ଅଏଲ୍ ଜେଟି ନିକଟରେ ଏମଭି ଓରକିମ୍ ଫରଟିଚ୍ୟୁଡ୍ ଜାହାଜରୁ ଅନ୍ୟ ଏକ ତୈଳବାହୀ ଜାହାଜ ଏମଭି ଟର୍ମ ରିପବ୍ଲିକାନ୍‌ରେ ବୋଝେଇ କରାଯାଇଛି । ଏହା ଦ୍ୱାରା କମ୍ ସମୟ ମଧ୍ୟରେ ଜାହାଜରୁ ଜାହାଜକୁ ପଣ୍ୟ ପରିବହନ କରିବା ଦ୍ନାରା ଜାହାଜ ବର୍ଥିଙ୍ଗ ଖର୍ଚ୍ଚକୁ କମ୍ କରାଯାଇ ପାରିଛି । ଏହି ସଫଳତା ପରେ ଅଭିଯାନରେ ସାମିଲ ହୋଇଥିବା ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌.ହରନାଦ, ଉପାଧ୍ୟକ୍ଷ ନିଲଭ୍ର ଦାସଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି । ଜାହାଜରୁ ଜାହାଜକୁ ପଣ୍ୟ ପରିବହନ ଏକ କଷ୍ଟକର କାର୍ଯ୍ୟ ହୋଇଥିବା ବେଳେ ବନ୍ଦର ଅଧିକାରୀ,କର୍ମଚାରୀ ସଫଳତାର ସହିତ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି ।

Leave a Reply