Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ

ମାଲାକାନଗିରି : ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ । ନିଜ ଜୀବନକୁ ବାଜି ଲଗାଇ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲରେ ପହଞ୍ଚାଇଲେ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ସହ ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି । ଗତକାଲି ବିଜାପୁର ଜିଲ୍ଲାର ନାମ୍ବି ଗାଁରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଯନ୍ତ୍ରଣା ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ନଦୀର ପାଣି ବଢ଼ିଥିବାରୁ ମହିଳାଙ୍କୁ ଡାକ୍ତରଖାନା ନେବା ପରିବାର ଲୋକଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ପରିବାର ଲୋକେ କ’ଣ କରିବେ କ’ଣ ନାହିଁ ଉପାୟ ଶୂନ୍ୟ ହୋଇ ପଡ଼ିଥିଲେ । ଘଟଣା ବିଷୟରେ ଖବର ପାଇ ମହିଳାଙ୍କ ଘରେ ପହଞ୍ଚିଥିଲେ ସିଆରପିଏଫ୍ ଯବାନ । ଘଟଣା ସଂପର୍କରେ ଜାଣିବା ପରେ ପାଖରେ ଡଙ୍ଗା ନଥିବାରୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ତିଆରି କରିଥିଲେ ଏକ ଯୁଗାଡ଼ ଡଙ୍ଗା । ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଉସୁର ମେଡିକାଲରେ ଭର୍ତ୍ତି କରିଥିଲେ । ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାଯାଇଛି ।

Leave a Reply