Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଗୁରୁ ବନ୍ଦନ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଗୁରୁ ବନ୍ଦନ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଗଞ୍ଜାମ ଶାଖା ପକ୍ଷରୁ ଭଗବାନ ବ୍ୟାସଦେବଙ୍କ ଜନ୍ମତିଥି ବ୍ୟାସ ପୂର୍ଣ୍ଣିମା ଦିନ ଗୁରୁ ବନ୍ଦନ କାର୍ଯ୍ୟକ୍ରମ ବ୍ରହ୍ମପୁର ବ୍ରହ୍ମାନଗର ୧ ମ ଗଳିସ୍ଥ \”ଭିଜେନ୍ କ୍ଲାସେସ୍‌\” ପରିସରରେ ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୁଷୋତ୍ତମପୁର ବ୍ଲକ୍ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତଥା କୁଇନ୍ ଅଫ୍ ଦ ମିଶନ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିକୃଷ୍ଣ ପଣ୍ଡା ବ୍ୟାସଦେବଙ୍କ ଜୀବନୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଖଲ୍ଲିକୋଟ ଆର୍ ସି ଏମ୍ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବର୍ତ୍ତମାନ ଦେଖାଦେଇଥିବା ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭିଜେନ୍ କ୍ଲାସେସ୍ ର ନିର୍ଦ୍ଦେଶକ ହର୍ଷ ପ୍ରସାଦ ଦାଶ ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ । ଶୈକ୍ଷିକ ମହାସଂଘ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପାଢ଼ୀ, ମାଧ୍ୟମିକ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ ମଞ୍ଚାସୀନ ଥିଲେ । ଗୁରୁ ପୂଜନ ପରମ୍ପରା ଅନୁଯାୟୀ ଶ୍ରୀ ହରିକୃଷ୍ଣ ପଣ୍ଡାଙ୍କୁ ଉପଢୈାକନ ଓ ନାରୀକେଳ ପ୍ରଦାନ ପୂର୍ବକ ଭିଜେନ୍ କ୍ଲାସେସ୍‌ର ଅଧ୍ୟାପିକା ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ସହ ସମ୍ପାଦକ ନୀଳାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରାଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା , ବିନାୟକ ତ୍ରିପାଠୀ, ଡଃ ସନାତନ ପଣ୍ଡା, ମନୋରଞ୍ଜନ ସାହୁ,ଏମ୍ ବିଶ୍ୱନାଥ, ଭୁବନାନନ୍ଦ ସାହୁ, ଲୋକନାଥ ସାହୁ ଏବଂ ଭିଜେନ କ୍ଲାସେସ ର ୫୦ ଅଧିକ ଛାତ୍ରଛାତ୍ରୀ ସଭାରେ ଯୋଗ ଦେଇଥିଲେ ।

Leave a Reply