Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ହିଣ୍ଡନ୍‌ବର୍ଗ ମାମଲାରେ କୋଟାକ ଇଣ୍ଡିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିଣ୍ଡନ୍‌ବର୍ଗ ମାମଲାରେ କୋଟାକ ଇଣ୍ଡିଆ


ସୌମେନ୍ଦ୍ର ଜେନା
ଆମେରିକାର ହିଣ୍ଡନବର୍ଗ ଜାଲିଆତିରେ କୋଟାକ ମହିନ୍ଦ୍ରା ଗ୍ରୁପ୍‌ର ସଂପୃକ୍ତି ସନ୍ଦେହ କରି ସେବି ପକ୍ଷରୁ କୋଟାକ ମହିନ୍ଦ୍ରା ଇଣ୍ଟରନେସନାଲ ଲିମିଟେଡ଼ ନାମରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଗତ ଦିନରେ ଆମେରିକାର ହିଣ୍ଡନବର୍ଗ ସଂସ୍ଥାର ପ୍ରରୋଚନାରେ ମରିସସ୍‌ର ଏକ ସଂସ୍ଥା କିଙ୍ଗଡ଼ନ୍ ଆଦାନୀଙ୍କ ସେୟାରର ସର୍ଟ ସେଲିଂ କରିଥିଲା, ଯାହାକୁ ହିଣ୍ଡନବର୍ଗ ଆଦାନୀ ଗ୍ରୁପ୍‌ର ଏହା ଜାଲିଆତି ବୋଲି ବିଦେଶରେ ପ୍ରଚାରି କରି ଆଦାନୀ ଗ୍ରୁପ୍‌ର କ୍ଷତି ପହଞ୍ଚାଇଥିଲା । ତେବେ ଇତି ମଧ୍ୟରେ ଆଦାନୀ ଗ୍ରୁପ୍ ଖୁବ୍ କମ୍ ସମୟରେ ନିଜ ପୁରୁଣା ସ୍ଥିତିକୁ ଫେରି ଆସିଲେ ମଧ୍ୟ ଆଦାନୀ ଗ୍ରୁପ୍‌ରେ ନିବେଶକାରୀଙ୍କ ବହୁ ଅର୍ଥ ଡୁବି ଯାଇଥିଲା । କାରଣ ବ୍ୟବସାୟ ଦୃଷ୍ଟିରୁ ଆଦାନୀ ସେୟାର ପୁଞ୍ଜି ନିବେଶକାରୀଙ୍କ ପାଇଁ ଏକ ବିଶ୍ୱାସଯୋଗ୍ୟ ସଂସ୍ଥା ହୋଇଥିଲା ବେଳେ ଏହି ସାମୟିକ ଷଡଯନ୍ତ୍ର ପାଇଁ ଅନେକ ବ୍ୟକ୍ତି କ୍ଷତିର ସମ୍ମୁଖୀନ ହୋଇଥିଲେ । ଫଳରେ ଆଦାନୀ ଗ୍ରୁପ୍‌କୁ ମଧ୍ୟ ଲକ୍ଷଲକ୍ଷ କୋଟିର କ୍ଷତି ସହିବାକୁ ହୋଇଥିଲା । ଚୀନର ପ୍ରରୋଚନାରେ ଆନ୍ତର୍ଜାତିକ ବଜାରରେ ଚୀନା କମ୍ପାନୀମାନଙ୍କୁ ପଛକୁ ଠେଲି ଦେଉଥିବା ଆଦାନୀ ଗ୍ରୁପ୍‌କୁ ବିଦେଶରେ ବଦନାମ କରିବାଲାଗି ଯେଉଁ ଷଡ଼ଯନ୍ତ୍ର ସୃଷ୍ଟି ହୋଇଥିଲା ସେଥିରେ କିଙ୍ଗଡ଼ନ କମ୍ପାନୀର ଚୀନା ମୂଳର ମାଲିକାଣୀଙ୍କ ଭୂମିକା ଅଧିକ ରହିଥିଲା । ଏହି ମାମଲାରେ କିଛି ଜାଣିନଥିବା କଥା ମହିନ୍ଦ୍ରା ଗ୍ରୁପ୍ କହୁଥିଲେ ମଧ୍ୟ ସେବି ସେହି କଥାରେ ସନ୍ତୁଷ୍ଟ ହୋଇନାହିଁ । ହିଣ୍ଡନବର୍ଗ କମ୍ପାନୀ ଗତବର୍ଷ ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ୍‌ରେ ଅନିୟମିତତା ସଂକ୍ରାନ୍ତରେ ଅଭିଯୋଗ କରିଥିଲା । ଏହି କମ୍ପାନୀର କାର୍ଯ୍ୟ ହେଉଛି କୌଣସି ଏକ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆଣି ସେହି କମ୍ପାନୀର ସେୟାର ମୂଲ୍ୟ ବଜାରରେ ହ୍ରାସ କରିବା ଏବଂ ତା’ ପରେ ପରେ ଶସ୍ତାରେ ସେହି ସେୟାରକୁ କିଣିନେଇ ପରେ ଲାଭବାନ ହେବା । ହିଣ୍ଡନବର୍ଗର ରିପୋର୍ଟ ପ୍ରକାଶ ପରେ ଆଦାନୀ ଗ୍ରୁପ୍‌ର ୧୫୦ ବିଲିଅନ୍ ଡଲାର ସେୟାରରେ କ୍ଷତି ହେବାପରେ ପୁନର୍ବାର ସେୟାର ପୂର୍ବାବସ୍ଥାକୁ ଫେରିବାକୁ ଉଦ୍ୟମ ଜାରିରଖିଛି । ଉଦାହରଣସ୍ୱରୂପ ଦେଖିଲେ ଡିସେମ୍ବର ୨୦୨୨ରେ ଆଦାନୀ ସେୟାର ମୂଲ୍ୟ ୪୧୮୯.୫୫ ଟଙ୍କା ରହିଥିଲା । ହିଣ୍ଡନବର୍ଗ ଘଟଣା ପରେ କମ୍ପାନୀର ସେୟାର ଟ.୧୦୧୭.୪୫ରେ ପହଞ୍ଚିଗଲା । ଆଦାନୀ ଗ୍ରୁପ୍‌ର ସେୟାର ଆଦାନୀ ଏଣ୍ଟରପ୍ରାଇଜେସ୍ କାରବାର କରିଥାଏ । କମ୍ପାନୀ ହିଣ୍ଡନବର୍ଗ ବିରୋଧରେ ମକଦ୍ଦମା କରି ମାମଲାକୁ ଦୀର୍ଘସ୍ଥାୟୀ କରି କ୍ଷତିର ସମ୍ମୁଖୀନ ହେବା ବଦଳରେ ପୁଞ୍ଜି ନିବେଶକାରୀଙ୍କ ବିଶ୍ୱାସ ଅର୍ଜନ ପାଇଁ ଉଦ୍ୟମ ଜାରିରଖି ସଫଳ ହେଲା । ତେବେ ଏହି ଷଡଯନ୍ତ୍ର ପଛରେ ମହିନ୍ଦ୍ରା ଗୋଷ୍ଠୀ କିପରି ଆସିଲା ତାହା ଏଠାରେ ଆଲୋଚନାର ବିଷୟ ।
ମହିନ୍ଦ୍ରା ଗ୍ରୁପ୍‌ର ଅନେକ କମ୍ପାନୀ ମଧ୍ୟରେ କୋଟାକ ଇଣ୍ଡିଆ ଅପରଚ୍ୟୁନିଟିଜ ଫଣ୍ଡ୍ (କେଆଇ ଓ ଏଫ୍‌) ଟି ରହିଛି ଯାହା କୋଟାକ ମହିନ୍ଦ୍ରା ଇଣ୍ଟରନେସନାଲ ଅଧିନରେ ଅଛି । କେଆଇଓଏଫ୍‌ର କାର୍ଯ୍ୟ ବିଦେଶରେ ମରିସସ୍‌ର କିଙ୍ଗଡନ୍ କରିଥାଏ । ହିଣ୍ଡନବର୍ଗ କେବେ କୋଟାକ ଇଣ୍ଡିଆ ଅପରଚ୍ୟୁନିଟିଜ ଫଣ୍ଡ୍‌ର ଗ୍ରାହକ ନଥିବା ମହିନ୍ଦ୍ରା ପକ୍ଷରୁ କୁହାଯାଇଛି । କିନ୍ତୁ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ମହେଶ ଜେଠମାଲାନୀଙ୍କ କହିବାନୁସାରେ ଭାରତର ଆର୍ଥିକ ବଜାରକୁ ନଷ୍ଟ କରିବାକୁ ଚୀନ ପକ୍ଷରୁ ଯେଉଁସବୁ ଷଡଯନ୍ତ୍ର କରାଯାଉଛି ଏହି ମାମଲାଟି ତା’ର ଅଂଶ ବିଶେଷ । କାରଣ ବିଗତ ଦିନରେ ଥାଇଲାଣ୍ଡ, ଲାଓସ୍ ଆଦି ଦେଶରେ ଚୀନା କମ୍ପାନୀମାନେ ଭାରତୀୟ ଲୋକଙ୍କୁ ନିଯୁକ୍ତି ଦେଇ ସାଇବର ଠକେଇ କାର୍ଯ୍ୟ କରୁଥିବା ବିଷୟ ଦୃଷ୍ଟିକୁ ଆସିଛି । ସେହିପରି ଚୀନା ଲୋକେ ଭାରତରେ ବାଣିଜ୍ୟ ପାଇଁ ଅଫିସ ଖୋଲି ଜାଲି ଋଣ ଆପ୍ ମାଧ୍ୟମରେ ଶହ ଶହ କୋଟି ଟଙ୍କା ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଠକି ନେଇଛନ୍ତି । ଚୀନର ମୋବାଇଲ କମ୍ପାନୀଗୁଡ଼ିକ ଭାରତୀୟ ଗ୍ରାହକମାନଙ୍କର ତଥ୍ୟ ଚୀନା ବଜାରରେ ବିକ୍ରିକରି ଜାଲିଆତି ପାଇଁ ଦେଉଥିବାର ଅଭିଯୋଗ ପୂର୍ବରୁ ଆସିଛି ।

ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ କୋଟାକ-ଇଣ୍ଡିଆ ଅପରଚ୍ୟୁନିଟିଜ ଫଣ୍ଡ୍‌, (ମରିସସ) ମାଧ୍ୟମରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସେୟାରର ସର୍ଟ ସେଲିଂ କରାଯାଇଥିଲା । ଏଥିପାଇଁ କିଙ୍ଗଡନ୍ ପକ୍ଷରୁ ୪୦ ମିଲିଅନ ଡଲାରର ମାଷ୍ଟର୍ସ ଫଣ୍ଡ୍ ଯୋଗାଇ ଦିଆଯାଇଥିଲା । ଏହାର ବଡ଼ ଅଂଶ କିଙ୍ଗଡନ୍ ପରିବାର ହାତରେ ରହିଛି । କିଙ୍ଗଡନ୍ ସହ କୋଟାକ ଇଣ୍ଡିଆ ଅପଚ୍ୟୁନିଟଜର ସଂପର୍କ ରହିଛି । ଅଭିଯୋଗ ହେଉଛି ଯେ ଆଫ୍ରିକୀୟ ବ୍ୟବସାୟୀ ମାର୍କ କିଙ୍ଗଡନ୍‌ଙ୍କୁ ଏହି ଷଡଯନ୍ତ୍ର କରିବାକୁ ହିଣ୍ଡନବର୍ଗ ଦାୟିତ୍ୱ ଦେଇଥିଲା । କିଙ୍ଗଡନ୍‌ଙ୍କ ସ୍ତ୍ରୀ ଅନ୍‌ଲା ଚେଙ୍ଗ ହେଉଛନ୍ତି ଚୀନା ମୂଳର ମହିଳା, ଯିଏ କି ଆମେରିକାରେ ଚୀନ ସରକାରଙ୍କ ସ୍ୱାର୍ଥରେ କାର୍ଯ୍ୟ କରିଥାନ୍ତି । ସେ ପୂର୍ବରୁ ସପ୍‌-ଚାଇନାର ସିଇଓ ରହିଥିଲେ, ଯାହା ଚୀନ ସରକାରଙ୍କୁ ସମର୍ଥନ କରୁଥିବା ମିଡ଼ିଆ କମ୍ପାନୀ । ପରେ ତାହା ଚୀନର ପ୍ରକଳ୍ପରେ ପରିଣତ ହୋଇଥିଲା । ଆମେରିକାର ଜଣେ ସୂଚନାକର୍ମୀ ଆମେରିକାର କଂଗ୍ରେସ ନିକଟରେ ଏହି କମ୍ପାନୀ ଚୀନର ସ୍ୱାର୍ଥରେ ସମ୍ବାଦ ପରିବେଷଣ କରୁଥିବା ଅଭିଯୋଗ ଆଣି ଯାଞ୍ଚ ପାଇଁ ଦାବୀ କଲାପରେ ଉକ୍ତ ପ୍ରକଳ୍ପଟି ବନ୍ଦ ହୋଇଥିଲା । ସେହି ପ୍ରକଳ୍ପ ସହ ଚୀନ କମ୍ୟୁନିଷ୍ଟ ପାର୍ଟିର ସଂପର୍କ ଥିଲା । ଚୀନ ସରକାରଙ୍କ ନିର୍ଦ୍ଦେଶରେ ହେରଫେର କରାଯାଇଥାଏ ବୋଲି ଅତୀତରେ ସେନାନ ୱାନ୍‌ସେଣ୍ଟ ନାମକ ଜଣେ ବ୍ୟକ୍ତି ଆମେରିକାର ଅଦାଲତରେ ସ୍ୱୀକାର କରିଥିଲେ ।
ଅତୀତରେ ଆଦାନୀ ଗ୍ରୁପ୍ ଶ୍ରୀଲଙ୍କାର କୋଇଲା ପରିବହନ ପ୍ରକଳ୍ପ, ଅଷ୍ଟ୍ରେଲିଆର ଷ୍ଟୋନ ପ୍ରକଳ୍ପ, ଇସ୍ରାଏଲର ହାଇଫା ବନ୍ଦର ଚୀନା କମ୍ପାନୀ ହାତରୁ ଛଡାଇ ଆଣିବାକୁ ସମର୍ଥ ହୋଇଥିଲା । ଆଗାମୀ ଦିନରେ ନେପାଳର ପୋଖରା ଆନ୍ତର୍ଜାତିକ ବିମାନ ବନ୍ଦରର ପରିଚାଳନା ଭାର ଆଦାନୀ ଗ୍ରୁପ୍ ନେବାପାଇଁ ପ୍ରୟାସ ଚଳାଇଛି । ଚୀନର ଆର୍ଥିକ ସହାୟତା (ଋଣ)ରେ ନିର୍ମିତ ଏହି ବନ୍ଦର ଏବେ ନେପାଳ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଚୀନା କମ୍ପାନୀ ପରିଚାଳନାରେ ଥିବା ଏହି ବିମାନ ବନ୍ଦରକୁ ଭାରତ ସରକାର ବ୍ୟବହାର କରୁ ନଥିବା ହେତୁ ବିମାନ ବନ୍ଦରଟି କ୍ଷତି ସହିବାରେ ଲାଗିଛି । ନେପାଳ ସରକାର ଏହାକୁ ଆର୍ଥିକ ସହାୟତାରେ ନିର୍ମାଣ ହେବା କଥା କହୁଥିବା ସମୟରେ ଚୀନ ଏହାକୁ ବେଲ୍ଟ ଏଣ୍ଡ୍ ରୋଡ ପ୍ରକଳ୍ପ ବୋଲି କହିବାରେ ଲାଗିଛି । ପୃଥିବୀର ଅନେକ ଦେଶରେ ଚୀନା କମ୍ପାନୀ ସହ ଆଦାନୀ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ହେତୁ ଚୀନ ସରକାର ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି ।
କୋଟାକ ଇଣ୍ଡିଆ ଅପରଚ୍ୟୁନିଟିଜ ଫଣ୍ଡ୍ ସେବି ଦ୍ୱାରା ପଞ୍ଜିକୃତ ବିଦେଶୀ ପୋର୍ଟଫୋଲିଓ ନିବେଶକ ୨୦୧୩ରେ କାମ ଆରମ୍ଭ କରିଥିଲା । ଏହା ମରିସସ୍‌ର ଫାଇନାନ୍‌ସିଆଲ କମିଶନ ଦ୍ୱାରା ପରିଚାଳିତ ହୋଇଥାଏ । କିଙ୍ଗଡନ୍ କୋଟାକ ଇଣ୍ଡିଆ ସହ ବାଣିଜ୍ୟ ସଂପର୍କରେ ରହିଛନ୍ତି । କିଙ୍ଗଡନ୍ ହିଣ୍ଡନବର୍ଗର ଅର୍ଥରେ କୋଟାକ-ଇଣ୍ଡିଆ ମାଧ୍ୟମରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଉପରେ ମରିସସ୍‌ରୁ ଆକ୍ରମଣ କରିଥିବା ଅଭିଯୋଗ ଉଠିଛି । ଆଦାନୀଙ୍କ ସେୟାରର କିଣା ବିକାରେ ସଂପୃକ୍ତ ହେବାକୁ ଅଫ୍‌ସୋର ଫଣ୍ଡ ଖୋଲାଯାଇଥିବା ଏବଂ ଏହା ପଛରେ ହିଣ୍ଡନବର୍ଗ ରହିଥିବା କଥା କୁହାଯାଉଛି । ଭାରତର ପୁଞ୍ଜି ନିବେଶକ, କମ୍ପାନୀମାନଙ୍କ ଭବିଷ୍ୟତ ଏବଂ ଆର୍ଥିକ ବଜାରରେ ସୁରକ୍ଷାର ସ୍ଥିତିକୁ ସୁଦୃଢ଼ କରିବାକୁ ସେବି ପକ୍ଷରୁ କୋଟାକ ଇଣ୍ଡିଆ ଅପରଚ୍ୟୁନିଟିଜ ଫଣ୍ଡ୍ ବିଷୟରେ ଅଧିକ ଯାଞ୍ଚ କରାଯିବା ସହ ଏଥିରେ ସଂପୃକ୍ତ ଥିବା ପକ୍ଷଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରକାଶ କରାଯିବାକୁ ଦାବି ହେଉଛି । ଭାରତ ସରକାର, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ବିଭାଗ ଏ ସଂକ୍ରାନ୍ତରେ ଅଧିକ ସତର୍କ ରହିବାଲାଗି ଏବେ ପରିସ୍ଥିତି ବାଧ୍ୟ କଲାଣି । ଆନ୍ତର୍ଜାତିକ ଆହ୍ୱାନକୁ ସମ୍ମୁଖୀନ ହେବାଲାଗି ଏବେଠୁ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ହେବା ଦରକାର । ନଚେତ୍ ଆଗାମୀ କାଲି ଏହିପରି ଢଙ୍ଗରେ ଅନେକ କମ୍ପାନୀ ଉପରେ ମିଛ ଆକ୍ରମଣ କରାଯାଇ ଦେଶର କମ୍ପାନୀଗୁଡ଼ିକର କ୍ଷତି କରାଯାଇପାରିବ ।

                            ଭାରତୀୟ ସମ୍ବାଦ ସେବା (ଭାସ୍‌)
                            ଭୁବନେଶ୍ୱର - ୭୫୧୦୦୩

Leave a Reply