Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳ ପକ୍ଷରୁ ମେଡିକାଲ ସଫେଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳ ପକ୍ଷରୁ ମେଡିକାଲ ସଫେଇ

କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରେ ଦୀର୍ଘ ଦିନର ବ୍ୟବଧାନ ପରେ ନୂତନ ଭାବେ ଗଠିତ ହୋଇଥିବା ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଦିନ କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖଣି ଅଞ୍ଚଳ ବଜରଙ୍ଗ ଦଳ ସଦସ୍ୟ ମାନେ ସକାଳୁ କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଥିବା ଅନାବନା ଘାସ ଓ ଗଛ ଉଠି ଜଙ୍ଗଲ ସଦୃଶ୍ୟ ହୋଇଥିବାରୁ ବିଷଧର ସାପ ମଧ୍ୟ ରହୁଥିଲେ । ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫା ହୋଇପାରିଛି । ବଜରଙ୍ଗ ଦଳର ଜନକଲ୍ୟାଣ ସେବା ପାଇଁ ସାଧାରଣରେ ଅନେକ ପ୍ରଶଂସା କରାଯାଇଛି । ବଜରଙ୍ଗ ଦଳର ଖଣି ଅଞ୍ଚଳ ପ୍ରମୁଖ ବବଲୁ କୁମାର ନାଥଙ୍କ ନେତୃତ୍ୱରେ ପ୍ରାୟ ୧୫ ଜଣ ସଦସ୍ୟ ସଦସ୍ୟା ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଅଗାମି ଦିନରେ ବିଭିନ୍ନ ଜନକଲ୍ୟାଣ ସେବା ବଜରଙ୍ଗ ଦଳ ପକ୍ଷରୁ ଯୋଗାଇବାକୁ ପ୍ରକାଶ କରିଥିଲେ ।

Leave a Reply