Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦିନକ ପରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦିନକ ପରେ


ପୁରୀ: ଆଉ ଦିନକ ପରେ ଅର୍ଥାତ୍ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ରଥ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ରହିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥକୁ କିପରି ଭକ୍ତ ମାନେ ଶାନ୍ତିଶୃଙ୍ଖଳାର ସହିତ ଟାଣିବେ ଓ ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ପୁରୀରେ ପୋଲିସ ପକ୍ଷରୁ ଗତକାଲି ଓ ଆଜି ମକଡ୍ରିଲ୍ କରାଯାଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ନୀତି ନିର୍ଘଂଟ, ଦ୍ରବ୍ୟ ଯୋଗାଣ ସମ୍ପର୍କରେ ବିଭିନ୍ନ ସେବାୟତ ନିଯୋଗକୁ ପରାମର୍ଶ ଦିଆଯାଇଛି । ରଥଯାତ୍ରା ବେଳେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ନେଇ ପୋଲିସ ପକ୍ଷରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ୬୧ଟି ସିସିଟିଭି ଲଗାଯାଇଛି । ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ଡ ଓ ସମୁଦ୍ର କୂଳରେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଶନିବାର ଦିନ ଶ୍ରୀମନ୍ଦିର ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବା ପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏ ବର୍ଷ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଶୃଙ୍ଖଳିତ ଭାବେ ଘୋଷଯାତ୍ରା ସମ୍ପନ୍ନ କରିବା ଲାଗି ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବିଧି ମୁତାବକ, ରଥଯାତ୍ରା ପୂର୍ବଦିନ ତିନିରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଥାନ୍ତି । ତିନିରଥର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ନିକଟରେ ପହଞ୍ଚାନ୍ତି । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୁଏ । ତେଣୁ କାଲି ସକାଳଧୂପ ପରେ ସକାଳ ୮ଟା ୪୫ରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ଲାଗି ନୀତି ନିର୍ଘଣ୍ଟ ହୋଇଛି । ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବ । ଯେହେତୁ ଚଳିତବର୍ଷ ଅଣସର ୧୩ ଦିନିଆ ପକ୍ଷ ପଡିଛି ତେଣୁ ଠାକୁର ଅଣସର ପିଣ୍ଡିରେ ଥିବେ । ତେଣୁ ପଟିଦିଅଁଙ୍କଠାରୁ ରଥ ଆଜ୍ଞାମାଳ ଆସିବା ପରେ ତିନିରଥ ସିଂହଦ୍ୱାର ସମ୍ମୁଖରେ ଲାଗିବ ଏବଂ ରବିବାର ଅନୁଷ୍ଠିତ ହେବ ରଥଯାତ୍ରା ା

Leave a Reply