Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁ ବିଦ୍ୟା ମନ୍ଦିରରେ ତମାଖୁ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁ ବିଦ୍ୟା ମନ୍ଦିରରେ ତମାଖୁ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ତମାଖୁ ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟଅତିଥ ଭାବେ ଜିଲ୍ଲାସ୍ତରୀୟ ଅଧ୍ୟକ୍ଷକ ଡା.ଇନ୍ଦିରା ମହାପାତ୍ର, ଗୁରାଣ୍ଡି ହସ୍ପିଟାଲ୍ ଜନସ୍ୱାର୍ଥ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧୂକାରୀ ମମତା ପାଢ଼ୀ ଓ ସମାଜସେବୀ ଭାଗବତ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଡା. ମହାପାତ୍ର ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ଛାତ୍ରଛାତ୍ରଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏଥିରେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଗୁଞ୍ଜନ୍ ମଲାଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୦ ଶ୍ରେଣୀ ଛାତ୍ରୀ ରୋଶନୀ ଚୌଧୁରୀ ଦ୍ୱିତୀୟ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ର ଧୂରଜ୍ ବଡରଇତ ତୃତୀୟ ହୋଇଥିଲେ । ଓ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥ୍‌ ପୁରସ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଆ ଆଚାର୍ଯ୍ୟ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ମେ ୩୧ ତଥା ବିଶ୍ୱ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଏପରି ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କହିଛନ୍ତି ା

Leave a Reply