ଏବିଭିପି ପକ୍ଷରୁ କଲେଜର ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ସହ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେକ୍ସ

ପଟ୍ଟାମୁଣ୍ଡାଇ- ପୃଥିବୀର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ରାଜନଗର ନଗର ତରଫରୁ ଗତକାଲି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଣୟ ବେହେରାଙ୍କୁ ସମ୍ବର୍ଦ୍ଧନା ସହ ୩ ଛାତ୍ରଛାତ୍ରୀ ଙ୍କ ନାମଲେଖା ପାଇଁ ହେଲ୍ପ ଡ଼େକ୍ସ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତାର ସେବା ଜାରି ରଖିଛି, ଚଳିତ ବର୍ଷ ୩ ର ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ପକ୍ରିୟାରେ ଏବିଭିପି ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ସାହାଯ୍ୟ ନିମିତ ଜିଲ୍ଲା ପ୍ରମୁଖ ବୈଲୋଚନ ଦାସଙ୍କ ନିର୍ଦେଶରେ ରାଜନଗର ନଗର ତରଫରୁ ହେଲ୍ପ ଡ଼େକ୍ସ ଖୋଲା ଯାଇଛି । ଏଥିରେ ନୂଆକରି ମହାବିଦ୍ୟାଳୟକୁ ଆସୁଥିବା ୩ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନାମଲେଖା ସମ୍ପର୍କିତି କାଗଜପତ୍ର ଓ ସୂଚନା ପାଇଁ ହେଲ୍ପ ଡ଼େକ୍ସ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନଗର ନଗର ଛାତ୍ର ପ୍ରମୁଖ ରଞ୍ଜିତ ସାହୁ, ଦେବ ଦୁଲାଲ ଜେନା, ନନ୍ଦ ଦୁଲାଲ ଜେନା, ଗୌରାଙ୍ଗ ଦଳାଇ, ମନୋରଞ୍ଜନ ସାହୁ, ଛାତ୍ରୀ ପ୍ରମୁଖ ସ୍ୱର୍ଣ୍ଣଲତା ଦାସ, ସସ୍ମିତା ସାହୁ, ସ୍ମୃତିରେଖା ନାଥ ଶର୍ମା ରହି ହେଲ୍ପ ଡ଼େକ୍ସ ଜରିଆରେ ସମସ୍ତ ୩ ଛାତ୍ରଛାତ୍ରୀ ଙ୍କୁ ନାମ ଲେଖିବାରେ ସହାୟତା ପ୍ରଦାନ କରିଥିଲେ । ଖାଲି ରାଜନଗର ମହାବିଦ୍ୟାଳୟରେ ନୁହେଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ପ୍ରକ୍ରିୟାରେ ହେଲ୍ପ ଡ଼େକ୍ସ ର ବ୍ୟବସ୍ଥା କରାଯାଇଛି । ୧୯୪୯ ଜୁଲାଇ ୯ ତାରିଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଠନ ହେବା ଦିନଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ସେବା ଯୋଗାଇ ଆସିଛି, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ସରକାରଙ୍କ ବିରୁଦ୍ଧରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମାଧାନ ପାଇଁ ଦାବି ମଧ୍ୟ ରଖିଛି । ସେଥିପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ବିଶ୍ୱର ବୃହତ ଛାତ୍ର ସଂଗଠନର ମାନ୍ୟତା ପାଇଛି । ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଛିଡା ହେବା ସହିତ ରାଷ୍ଟ୍ର ହିତରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ ମଧ୍ୟ କରି ଆସୁଛି ଏବଂ ଏହି କାର୍ଯ୍ୟ ଆଗକୁ ମଧ୍ୟ କରି ଚାଲିବ ।

Leave a Reply

Your email address will not be published. Required fields are marked *