Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲୁକାକଳା ମାଧ୍ୟମରେ ଗଣପର୍ବ ରଜ ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦୃଶ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲୁକାକଳା ମାଧ୍ୟମରେ ଗଣପର୍ବ ରଜ ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦୃଶ୍ୟ

ମାର୍ଶାଘାଇ : ମହାକାଳପଡା ଥାନା ଅନ୍ତର୍ଗତ ସୋବଳା ଗ୍ରାମରେ ବାଲୁକା ଶିଳ୍ପୀ ଯଶୋବନ୍ତ ଦାଶ ଙ୍କ ଦ୍ୱାରା ବାଲୁକା କାର୍ଯ୍‌ଯ କରାଯାଇ ସମାଜକୁ ସୁନ୍ଦର ବାର୍ତା ଦେଇଛନ୍ତି । ଓଡିଶା ର ଗଣ ପର୍ବ ରଜ, ଆସ୍ତେ ଆସ୍ତେ ଗାଁ ଗହଳିର ଲୋକ ମାନେ ସହରୀ ସଭ୍ୟତାକୁ ଆପଣେଇ ନେଇ ପୁରାତନ ପରମ୍ପରା କୁ ଭୁଲିବାକୁ ବସିଲେଣି । ଏହି ପରମ୍ପରା କୁ ଉଦ୍ଜୀବିତ କରିବା ପାଇଁ ବାଲୁକା କଳା ମାଧ୍‌ଯମ ରେ ଶିଳ୍ପି ଯଶୋବନ୍ତ ଦାସ ପ୍ରାୟ ୮ ଟନ ବାଲିରେ ବାଲୁକା କଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ଓଡିଶାର ଗଣପର୍ବ ରଜ ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରି ସୁନ୍ଦର କଳାକୃତି । ବାଲିରେ ରଜ ପିଠା, ପାନ ଓ ଦୋଳି ସହିତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବାର ଅତି ସୁନ୍ଦର ଆଉ ନିଖୁଣ ଭାବରେ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶତ କରିଛନ୍ତି ଶିଳ୍ପି ଯଶୋବନ୍ତ । ଯାହାକୁ ଦେଖିବାପାଇଁ ଗ୍ରାମବାସୀ ମାନେ ଭିଡ ଜମାଇଛନ୍ତି ।

Leave a Reply