Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଭିଶପ୍ତ ଶୈଶବ: ଖେଳିବା ବୟସରେ ପରିବାରର ବୋଝ ଉଠାଉଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଭିଶପ୍ତ ଶୈଶବ: ଖେଳିବା ବୟସରେ ପରିବାରର ବୋଝ ଉଠାଉଛନ୍ତି

ମାଲକାନଗିରି: ଶିକ୍ଷାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଯୋଜନାଗୁଡ଼ିକ ଯେଭଳି ଉପାନ୍ତ ଅଂଚଳରେ ପହଞ୍ଚିବ ସେଥିପ୍ରିତି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ନାହିଁ । ତେଣୁ ଉପାନ୍ତ ଅଂଚଳରେ ବାସ କରୁଥିବା ପିଲାମାନେ ଶିକ୍ଷାରୁ ବଂଚିତ ହୋଇ ପରିବାରକୁ ବିଭିନ୍ନ କାମରେ ସହଯୋଗ କରିବା ସହ ପରିବାରର ବୋଝ ମଧ୍ୟ ଉଠାଉଛନ୍ତି । ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକର ବିଭିନ୍ନ ଅଂଚଳରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଗୋଷ୍ଠୀ ବସବାସ କରୁଛନ୍ତି । ଏମାନେ ବଣ ଜଂଗଲରେ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିଲ ଡଂଗରରେ ଫସଲ ଉତ୍ପାଦନ କରି ଜୀବନ ବିତାଉଛନ୍ତି । ଏସବୁ କାମରେ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିବା ପ୍ରାୟତଃ ଦେଖିବାକୁ ମିଳେ ।ଘରର ମୁରବୀ ପରିବାରର ସମସ୍ତ ବୋଝ ଉଠାଉଥିଲେ ମଧ୍ୟ ଅନ୍ୟମାନେ ଏଥିରେ ହାତ ବଢାଇଥାନ୍ତି । କିନ୍ତୁ ଏମିତି ବି ଦେଖିବାକୁ ମିଳିଥାଏ ଯେ କମ୍ ବୟସର ପିଲାମାନେ ମଧ୍ୟ ନିଜର ବାପା ଓ ମା’ଙ୍କୁ ପରିବାରର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥାନ୍ତି, ଯାହାକି ସେମାନଙ୍କର ବଳ ଓ ବୟସ ତୁଳନାରେ ଅଧିକା ବୋଝ ହୋଇଥାଏ ।ଯେଉଁ ବୟସରେ ସେମାନେ ଖେଳକୁଦ କରିବା କଥା କିମ୍ବା ବହି ବସ୍ତାନୀ ନେଇ ସ୍କୁଲକୁ ଯିବାର କଥା, ସେହି ବୟସରେ ପିଲାମାନେ ଗୃହପାଳିତ ପଶୁକୁ ନେଇ ପାଖ ବଣକୁ ଗୋରୁ ଚରାଇବାକୁ ନେଇଥାନ୍ତି । ତାଛଡା ଜଂଗଲରୁ ପତ୍ର ତୋଳିବା, ଜାଳେଣୀ କାଠ ସଂଗ୍ରହ କରିବା, ଏପରିକି ବିଲରେ ହଳ ବୁଲାଇବା ସହ ଧାନ କାଟିବା ଆଉ ଅମଳ କରିବାରେ ମଧ୍ୟ ସହଯୋଗ କରିଥାନ୍ତି । ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର ପ୍ରାୟ ସବୁ ଗାଁ ଗହଳିରେ ଦେଖିବାକୁ ମିଳେ । ଖଇରପୁଟର ବଣ୍ଡାଘାଟିରେ ଯେଉଁ ଦୃଶ୍ୟ ଦେଖିଲୁ ତାହା ବିଶ୍ୱାସ କରି ହେଲା ନାହିଁ । ଯେଉଁ ବୟସରେ ପିଲାମାନେ ଖେଳକୁଦ କରିବା କଥା ସେହି ବୟସରେ ପିଲାମାନେ ନିଜର ସାନ ଭାଇଭଉଣୀମାନଙ୍କୁ କୋଳେଇ ଧରିବା ସହ ଯତ୍ନ ନେଇଥାଏ । ପୁଣି ଦେଖିବାକୁ ମିଳିଥିଲା ଯେ ଛୋଟ ଛୋଟ ପିଲାମାନେ ଜଂଗଲରୁ ଜାଳେଣୀ କାଠ ସଂଗ୍ରହ କରି ଘରକୁ ନେଉଛନ୍ତି । ଏପରିକି ଝିଅ ଓ ପୁଅର ବୟସ ୧୪ କିମ୍ବା ୧୫ ବର୍ଷ ହୋଇଗଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ବଣ୍ଡା ଜନଜାତିର ବହୁ ନାବାଳକ ପୁଅ ଝିଅମାନେ ଜିଲ୍ଲାର ବିଭିନ୍ନ ହୋଟେଲ ଏବଂ ଗ୍ୟାରଜମାନଙ୍କରେ କାମ କରୁଥିବା ଦେଖିବାକୁ ମିଳେ । ବଣ୍ଡାଘାଟିରେ ଶିକ୍ଷା କହିଲେ ବହୁଦୂରରେ । ଏହାଯେ କେବଳ ଏମାନଙ୍କର ଭାଗ୍ୟରେ କାମ କରିବା ଲେଖାଯାଇଛି ତାହା ନୁହେଁ,ଏପରିକି ପ୍ରତ୍ୟେକ ଆଦିବାସୀ ପରିବାରରେ କୋମଳମତି ଶିଶୁମାନେ ବାପା ମାଆଙ୍କୁ ସାହାଯ୍ୟ କରିବା ପାଇଁ ସଂସାରର ବୋଝ ଉଠାଇଥାନ୍ତି । ଆଦିବାସୀ ପରିବାରର ଆର୍ôଥକ ସ୍ଥିତି ଅତି ଦୁର୍ବଳ ଥିବା ଯୋଗୁଁ ପରିବାରର ସମସ୍ତ ସଦସ୍ୟ ପେଟ ପାଇଁ ମୂଲ ଲାଗିବା ବେଳେ ଏହି ଅସହାୟ ଶିଶୁମାନେ ନିଜର ଭାଇଭଉଣୀମାନଙ୍କୁ ଯତ୍ନ ନେବା ପାଇଁ ବାଧ୍ୟ ହୋଇଥାନ୍ତି । ସେମାନଙ୍କର ସବୁ ସ୍ୱପ୍ନ ଏଠାରେ ହିଁ ବନ୍ଧା ପଡ଼ିଯାଏ । ଏସବୁକୁ ଆଦିବାସୀଙ୍କ ଯୁଗ ଯୁଗର ପରଂପରାର ଆଖ୍ୟା ଦେଇ ଶିକ୍ଷିତ ସମାଜ ଆଡେଇ ଦେଉଥିବା ବେଳେ ପ୍ରଶାସନ ଓ ସରକାରଙ୍କର ଉଦାସୀନତା ଏହି କୋମଳମତି ଶିଶୁମାନଙ୍କର ଭାଗ୍ୟକୁ ଅନ୍ଧାରର ଗର୍ଭ ଭିତରକୁ ଠେଲି ଦେଉଛି ।ଏମାନଙ୍କର ଭାଗ୍ୟ କେବେ ବଦଳୁଛି ଦେଖିବାକୁ ବାକି ରହିଲା ।

Leave a Reply