Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାୟଗଡ଼ାରେ ୫ ହଜାରରୁ ଅଧିକ ଦାଦନ ଶ୍ରମିକ ଭୋଟଦାନରୁ ବଞ୍ଚିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାୟଗଡ଼ାରେ ୫ ହଜାରରୁ ଅଧିକ ଦାଦନ ଶ୍ରମିକ ଭୋଟଦାନରୁ ବଞ୍ଚିତ

ରାୟଗଡ : ଚଳିତ ବର୍ଷ ନିର୍ବାଚନ ମହାପର୍ବରେ ସବୁ ଭୋଟରଙ୍କୁ ଭାଗ ନେବାକୁ ଜିଲା ପ୍ରଶାସନ ପକ୍ଷରୁ ଶତ ପ୍ରତିଶତ ଚେଷ୍ଟା କରାଯାଇଥିଲା କିନ୍ତୁ ରାଜ୍ୟ ବାହାରୁ କୌଣସି ଶ୍ରମିକ ଶ୍ରେଣୀର ଲୋକ ଜିଲାକୁ ଆସି ପାରି ନ ଥିଲେ । ଅବଶ୍ୟ ଭୋଟଦାନ ବୃଦ୍ଧି କରିବା ପାଇଁ ରେଳ ବିଭାଗ ପକ୍ଷରୁ ଟ୍ରେନ ଗୁଡ଼ିକ ଭିନ୍ନ ଭିନ୍ନ ମାର୍ଗ ଦେଇ ଚଳାଚଳ କରିଥିଲା । ଏହି କ୍ରମରେ ଗୋଟିଏ ଅତିରିକ୍ତ ଟ୍ରେନ ରାୟଗଡ଼ା ଜିଲା ଦେଇ କଳାହାଣ୍ଡି ବଲାଙ୍ଗୀର ଜିଲ୍ଲାରେ ପହଞ୍ଚିଥିଲା । କିନ୍ତୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଦେଖା ମିଳି ନ ଥିଲା ସୂଚନା ଥାଉ କି, ରାୟଗଡ଼ା ଜିଲାର ୨୮ ଗୋଟି ପଞ୍ଚାୟତ ମଧ୍ୟରୁ ବଡ଼ଆଳୁବାଡ଼ି, ଇରୁକୁବାଡ଼ି, କେରେଡ଼ା, ରେଡ଼ା, ମିରାବାଲି, ମିଗ ପିପିଲିଗୁଡ଼ା, ଡାଙ୍ଗଲୋଡ଼ି, ବୈରାଗୀହାଲୁଆ, ଗାଜୀଗାଁ, କାରୁବାଇ, ଓ କୋଲନରା ବ୍ଲକ ଅନେକ ପଞ୍ଚାୟତରେ ବହୁ ଲୋକେ ଦାଦନ ଶ୍ରମିକ ଭାବେ ଆନ୍ଧ୍ର, କେରଳ ଓ ତାମିଲନାଡୁ ଆଦି ରାଜ୍ୟରେ କାମ କରୁଛନ୍ତି । ବିଶେଷ କରି ବହୁ ଯୁବକ ଯୁବତୀ ମାନେ ଚିଙ୍ଗୁଡ଼ି ପ୍ରକ୍ରିୟା କରଣ ୟୁନିଟ୍ ଏବଂ ଇଟାଭାଟି ଶ୍ରମିକ ଭାବେ କାମ କରୁଥିବାବେଳେ ବାର୍ଷିକ ଦେୟ ମାଧ୍ୟମରେ ଏ ମାନେ ଚୁକ୍ତିବଦ୍ଧ ହୋଇ ଥାଆନ୍ତି ତେଣୁ କାମ ଅଧାରୁ ଛୁଟିକୁ ସମ୍ପୃକ୍ତ ସଂସ୍ଥା ମଞ୍ଜୁର କରି ନ ଥାଏ କରୋନା ମହାମାରୀ ସମୟରେ ରାୟଗଡ଼ା ଜିଲାରେ ଘରକୁ ଫେରିବା ପାଇଁ ସରକାରୀ ୱେବ୍ ସାଇଟ୍ ରେ ୧୬ ହଜାର ଶ୍ରମିକ ପଞ୍ଜୀକରଣ କରିଥିଲେ । ଏପଟେ ୨୦୨୧ ମସିହାରେ ଲାଇସେନ୍ସ ପ୍ରାପ୍ତ ଠିକାଦାର ଅଧୀନରେ ୧୨୦୦ ଜଣ ଶ୍ରମିକ ବାହାରକୁ ଯାଇଛନ୍ତି । ୨୦୨୨ ମସିହାରେ ୪ ଶହ ରୁ ଅଧୂକ ପଞ୍ଜିକୃତ ଏବଂ ୨୦୨୩ ରେ ୮ ଶହ ରୁ ଅଧୂକ ଶ୍ରମିକ ଠିକାଦାରଙ୍କ ଦ୍ୱାରା ବାହାର ରାଜ୍ୟକୁ ଯାଇଛନ୍ତି ବିଶେଷ କରି କାଶୀପୁର ଅଞ୍ଚଳରେ ରେ ଏହି ଶ୍ରମିକଙ୍କ ସଂଖ୍ୟା ଅଧୂକା ଏ ସମ୍ପର୍କରେ ଜିଲା ଶ୍ରମ ଅଧୂକାରୀ ଜସ୍ମିନ ଏସ୍ ସାହୁ ଦାଦନ ଶ୍ରମିକମାନଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି । କିଛି ଭୋଟ ଦେବାରେ ଭାଗ ନେଇ ଥିଲା ବେଳେ ଆଉ କିଛି ଭାଗ ନେଇ ପାରି ନ ଥିଲୋ ଶେଷ ମୁହୂର୍ତ୍ତରେ ଜେମାଦେଇପେଣ୍ଠ ପଞ୍ଚାୟତରେ ଦୁଇଟି ବୁଥରେ ଦାଦନ ନ ଶ୍ରମିକ ଙ୍କୁ ଅପେକ୍ଷା କରାଯାଇଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି ।

Leave a Reply