ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବ ଭାରତ: ଜୟଶଙ୍କର

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ନିରନ୍ତର ଚେଷ୍ଟା କରୁଛି । ପ୍ରତ୍ୟେକଥର ଚାଇନା ଏଥିରେ ବାଧା ସୃଷ୍ଟି କରୁଛି । କିନ୍ତୁ ଏଥର ଭାରତ ସ୍ଥାୟୀ ସଦସ୍ୟ ହେବ ସମସ୍ତ ଚେଷ୍ଟା କରୁଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏଭଳି ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ଭାରତ ଖୁବ୍‌ଶୀଘ୍ର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ । ଆମେରିକା ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରୁଛି ।ଭାରତରେ ରୁଷିଆର ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଅଧିକାଂଶ ପ୍ରସଙ୍ଗରେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି, ତେଣୁ ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବାକୁ ହକଦାର । ରାଷ୍ଟ୍ରପତି ପୁଟିନ ଅନ୍ତର୍ଜାତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ସମର୍ଥନ କରିଛନ୍ତି । ବର୍ତ୍ତମାନ ବ୍ରିଟେନ, ଚାଇନା, ଫ୍ରାନ୍ସ, ରୁଷିଆ ଏବଂ ଆମେରିକା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *