Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଉତ୍କଳ ଭୂମିରେ ଶାସନ କୌଣସି ବାବୁ ନୁହେଁ ଉତ୍କଳ ଭୂମିର ସନ୍ତାନ ହିଁ କରିବ, ଯିଏ ଓଡିଆ ଭାଷାରେ କଥା କହି ପାରୁ ଥିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳ ଭୂମିରେ ଶାସନ କୌଣସି ବାବୁ ନୁହେଁ ଉତ୍କଳ ଭୂମିର ସନ୍ତାନ ହିଁ କରିବ, ଯିଏ ଓଡିଆ ଭାଷାରେ କଥା କହି ପାରୁ ଥିବ

ଉତ୍କଳ ଭୂମିରେ ଶାସନ କୌଣସି ବାବୁ ନୁହେଁ ଉତ୍କଳ ଭୂମିର ସନ୍ତାନ ହିଁ କରିବ, ଯିଏ ଓଡିଆ ଭାଷାରେ କଥା କହି ପାରୁ ଥିବ

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ

ମାନନୀୟ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ । ସେ ଏହି ଅବସରରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ । ଏହି କାର‌୍ୟ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଆପାରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ ବରିଷ୍ଠ ନେତା ତଥା ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ୨୫ ବର୍ଷ ପରେ ଓଡିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଧାରରେ ଓଡିଶାରେ ସରକାର ଗଠନ ହେବାକୁ ଯାଉଛି । ମୁଁ ଯେଉଁଠାକୁ ଯାଏ ଲୋକ ମାନେ କହନ୍ତି ଯେ ଆମ ସାଂସଦକୁ ମନ୍ତ୍ରୀ କରି ଦିଅନ୍ତୁ ହେଲେ ସମ୍ବଲପୁରର ଜନସାଧାରଣଙ୍କ ପାଇଁ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀ ଜଣେ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ଦେଇଛନ୍ତି । ସମ୍ପୂର୍ଣ ଦେଶରେ ପାଂଚ ପର‌୍ୟ୍ୟାୟର ନିର୍ବାଚନ ହୋଇ ସାରିଛି ଓ ପଂଚମ ପର‌୍ୟ୍ୟାୟରେ ହିଁ ନରେନ୍ଦ୍ର ମୋଦୀଜୀ ୩୧୦ ସିଟ ପାର କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର‌୍ୟାୟରେ ୪ ଶହ ଆସନ ପାର କରିବା ପାଇଁ ରହିଛି । ସାରା ଦେଶରେ କେବଳ ୪ ଶହ ପାର କରିବାର ଲକ୍ଷ୍ୟ ରହିଛି କିନ୍ତୁ ଓଡିଶାର ଜନସାଧାରଣଙ୍କୁ ବିଧାନସଭାରେ ମଧ୍ୟ ୭୫ରୁ ଅଧିକ ଆସନରେ ବିଜେପିକୁ ବିଜୟୀ କରାଇ ପଦ୍ମ ଫୁଲ ଫୁଟାଇବାର ଅଛି । ଏହି ନିର୍ବାଚନ ଗୋଟିଏ ପଟେ ଦେଶକୁ ସୁରକ୍ଷିତ ଓ ସମୃଦ୍ଧ କରିବାକୁ ଓ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାର ନିର୍ବାଚନ , ଅନ୍ୟ ପଟେ ଓଡିଶାକୁ ସମୃଦ୍ଧ ପ୍ରଦେଶ କରିବାର ମଧ୍ୟ ଏହା ହେଉଛି ନିର୍ବାଚନ । ଓଡିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିର ସମ୍ମାନକୁ ପୁନଃ ସ୍ଥାପିତ କରିବାର ନିର୍ବାଚନ । ମହାପ୍ରଭୁଙ୍କ ପରମ୍ପରା ଗୁଡିକୁ ସମ୍ମାନ ଦେବାର ନିର୍ବାଚନ ଅଟେ ।

ଶ୍ରୀ ଶାହ କହିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବ ରଖିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅକୁ ଦେଶର ରାଷ୍ଟ୍ରପତି କରି ସମଗ୍ର ଓଡ଼ିଶାର ସମ୍ମାନ କରିବାର କାର‌୍ୟ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଧେୟ ଅଟଳ ବିହାର ବାଜପେୟୀ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଘୋଷଣା କରିଛନ୍ତି । କଂଗ୍ରେସ ସରକାରରେ କେନ୍ଦ୍ରର ଆଦିବାସୀ କଲ୍ୟାଣ ବଜେଟ କେବଳ ୮୫ ହଜାର କୋଟି ଟଙ୍କା ଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବୃଦ୍ଧି କରି ୧ଲକ୍ଷ ୨୫ ହଜାର କୋଟି କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ଏବଂ ୪୦ହଜାର ଆଦିବାସୀ ଶିକ୍ଷକଙ୍କ ଭର୍ତ୍ତି କରିଛନ୍ତି ।

ମାନନୀୟ ପ୍ରଧାନମନ୍ତ୍ରୀ ସିକଲ ସେଲ ଏନିମିଆ ଶେଷ କରିବା ପାଇଁ ମିଶନ ଆରମ୍ଭ କରିଛନ୍ତି ଯଦ୍ୱାରା ୧୦ ବର୍ଷ ପରେ ବି ଆଦିବାସୀ ପିଲାଙ୍କୁ ସିକଲ ସେଲ ନହେଉ । ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦି ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡର ରଚନା କରିଛନ୍ତି ଏବଂ ୮୫ ହଜାର କୋଟି ଟଙ୍କା ଆଦିବାସୀ ଅଂଚଳର ବିକାଶ ପାଇଁ ଦେଇଛନ୍ତି । ଦିଲ୍ଲୀରେ ଆୟୋଜିତ ଜି-୨୦ରେ ସାରା ବିଶ୍ୱରୁ ଆସିଥିବା ନେତାଙ୍କ ପାଇଁ ସଜାଯାଇଥିବା ସ୍ୱାଗତ ସ୍ଥାନରେ ଓଡ଼ିଶାର କୋଣାର୍କର ସୂର‌୍ୟ୍ୟମନ୍ଦିରର ଫଟୋ ଲଗାଇ ଓଡ଼ିଶାକୁ ପୂରା ବିଶ୍ୱରେ ପ୍ରସିଦ୍ଧ କରିବାର କାର‌୍ୟ୍ୟ ଯଶସ୍ୱୀ ଶ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଓଡ଼ିଶାର ସରକାର ମହାନ ପାଇକ ବିଦ୍ରୋହକୁ ଭୁଲିବାର କାର‌୍ୟ୍ୟ କରୁଥିଲେ, ମାତ୍ର ମାନନୀୟ ପ୍ରଧାନମନ୍ତ୍ରୀ ପାଇକ ସଂଗ୍ରାମ ପାଇଁ ମୁଦ୍ରା ଓ ଡାକ ଟିକେଟ ଜାରି କରିଛନ୍ତି । ନବୀନ ବାବୁ ସଡ଼ିଶାରେ ବାବୁଶାହୀ ଥୋପୁଛନ୍ତି ଏବଂ ଓଡ଼ିଶାର ଲୋକ, ସଂସ୍କୃତି ଓ ଅସ୍ମିତାର ଅପମାନ କରୁଛନ୍ତି । ଏହି ମହାନ ଉତ୍କଳ ପ୍ରଦେଶ ଉପରେ କୌଣସି ତାମିଲବାବୁ ଶାସନ କରିପାରିବେ ନାହିଁ, ଓଡ଼ିଶା ଉପରେ ଶାସନ ଓଡ଼ିଶାର ପୁଅ ହିଁ କରିବେ ଯିଏ ଓଡ଼ିଆ ଭାଷାରେ କଥା କରିପାରିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଆଗକୁ ବଢାଇବ । ବିଜେଡି ସରକାର ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ପର‌୍ୟ୍ୟଟନ ସ୍ଥଳ ବନାଇବା ନାମରେ ତାର ଅପମାନ କରୁଛନ୍ତି, ମଠ ମନ୍ଦିରକୁ ଭଙ୍ଗା ଯାଉଛି, ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲାଯାଉନାହିଁ ଏବଂ ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରାଯାଇଥିଲା । ଓଡ଼ିଶା ସାରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ଅଟେ, କିନ୍ତୁ ଏହା ସତ୍ତ୍ୱେ ସବୁଠୁ ଗରିବ ଲୋକେ ଏହି ରାଜ୍ୟର ଅଟନ୍ତି । ଖଣିଜ ସଂପଦରେ ଭରି ରହିଥିବା ଉତ୍କଳ ଭୂମିକୁ ନବୀନଙ୍କ ‘ବାବୁ’ ଲୁଟିବାର କାର‌୍ୟ୍ୟ କରୁଛନ୍ତି । ବିଜେପି ଏଭଳି ଓଡ଼ିଶା ନିର୍ମାଣ କରିବାକୁ ଚାହୁଁଛି, ଯେଉଁଠି ଜଣେ ବି ଯୁବକଙ୍କୁ ନିଜ ପତ୍ନୀ ଓ ବୃଦ୍ଧ ମାଆ-ବାପାଙ୍କୁ ଛାଡି ଅନ୍ୟ କୌଣସି ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ନପଡୁ, ତାକୁ ତାର ରାଜ୍ୟରେ ହିଁ କାମ ମିଳୁ ।

କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ବହୁତ ସୁନ୍ଦର ସ୍ଥାନ ଅଟେ, ଯେଉଁଠି ଏକ ଦୀର୍ଘ ସାମୁଦ୍ରିକ ସୀମା ରହିଛି, ଖଣିଜ ସଂପଦାର ଭଣ୍ଡାର ରହିଛି ଏବଂ ପରିଶ୍ରମୀ ଯୁବକ ଅଛନ୍ତି, କେବଳ ଏଠାରେ ଜଣେ ପରିଶ୍ରମ କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଅଭାବ ରହିଛି । ଓଡ଼ିଶାର ଲୋକେ ଏଠାରେ ବିଜେପିର ସରକାର ଗଠନ କଲେ, ବିଜେପି ପରିଶ୍ରମ କରୁଥିବା ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାକୁ ସମୃଦ୍ଧ କରିବ । ବିଜେଡି ସରକାର ପଶ୍ଚିମ ଅଂଚଳ ସହିତ ସର୍ବଦା ଅନ୍ୟାୟ କରିଛି । ସମଗ୍ର ଓଡ଼ିଶାର ବିକାଶ ହେଉ ଏଥିପାଇଁ ଭାରତୀୟ ଜନତା ପାର୍ଟି ସର୍ବଦା ପ୍ରତିବଦ୍ଧ ଅଟେ । ଏଠାରେ ଆଜି ବି ୨୭ଲକ୍ଷ ପରିବାର ନିକଟରେ ଘର ନାହିଁ । ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ପାଣି ଦେବା ଆରମ୍ଭ କଲେ ତା ପୂର୍ବ ଯାଏ କେବଳ ସାଢେ ୩ ପ୍ରତିଶତ ଲୋକଙ୍କ ନିକଟରେ ଏଠାରେ ପାଣି ଥିଲା ଏବଂ ଆଜି ବି ୨୬ ଲକ୍ଷ ପରିବାର ନିକଟରେ ପାଣି ନାହିଁ । ଆଜି ବି ୬୪୦୦ ଗାଁ ରାସ୍ତାରୁ ବିଚ୍ଛିନ୍ନ ହୋଇଛି, ୮ହଜାର ସ୍କୁଲ ବନ୍ଦ ହୋଇଯାଇଛି ଏବଂ ବିକାଶର ପାହାଚ ‘ଇଜ୍ ଅଫ୍ ଡୁଇଙ୍ଗ’ରେ ଓଡ଼ିଶା ୨୯ ତମ ସ୍ଥାନରେ ଅଛି । ଓଡ଼ିଶାରେ ନବୀନ ବାବୁଙ୍କ ସରକାର ବ୍ୟାଗ ସରକାର ଅଟେ, କାରଣ ଯେତେବେଳେ ଆଦରଣୀୟ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ୫ କିଲୋ ଶସ୍ୟ ଦେଉଛନ୍ତି, ନବୀନ ବାବୁ ତାକୁ ନିଜ ଫଟୋ ବାଲା ବ୍ୟାଗରେ ଗରିବଙ୍କୁ ଦେଉଛନ୍ତି । ନବୀନ ବାବୁ ବ୍ୟାଗରେ ପେଟ ପୂରେ ନାହିଁ । ଶସ୍ୟ ଶ୍ରୀ ନରେନ୍ଦ୍ର ମୋଦି ଦେଉଛନ୍ତି, ଯଦି ଆପଣଙ୍କୁ ସାମାନ୍ୟ ଲଜ୍ଜା ଅଛି ତେବେ ବ୍ୟାଗର ମୂଲ୍ୟର ଚାଉଳ ହିଁ ଆପଣ ଦେଇଥିଲେ ଗରିବଙ୍କ ଭଲ ହୋଇଥାନ୍ତା । ନବୀନ ବାବୁ ୨୫ ବର୍ଷରେ ଓଡ଼ିଶାକୁ ପଛରେ ପକାଇଛନ୍ତି । ଓଡ଼ିଶାରୁ ଅନେକ ଲୋକ ରୋଜଗାର ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଏବଂ ଏଥିପାଇଁ ଶ୍ରୀ ନରେନ୍ଦ୍ର ମୋଦି ୱାନ ନେସନ ୱାନ ରାସନ କାର୍ଡ ଯୋଜନା ଆଣିଛନ୍ତି ଯଦ୍ୱାରା ରାଜ୍ୟରୁ ସ୍ଥାନାନ୍ତର ହୋଇ କାମ କରିବାକୁ ଯାଇଥିବା ଗରିବ ଯୁବକ କେଉଁଠାରୁ ବି ନିଶୁଳ୍କ ରାସନ ନେଇପାରିବ ଏବଂ ତାର ମାଆ-ବାପା ଓଡ଼ିଶାରେ ବି ରାସନ ପାଇପାରିବେ । ନବୀନ ବାବୁ ଏହି ଯୋଜନା ଲାଗୁ କରୁନାହାନ୍ତି ଏବଂ ମଝିରେ ଅଧିକାରୀ ଏହି ରାସନକୁ ଗାଏବ କରିଦେଉଛନ୍ତି । ନବୀନ ବାବୁଙ୍କ ସରକାରରେ ଏଠାରେ ସ୍ୱାସ୍ଥ୍ୟ ଯୋଜନା, ଶିକ୍ଷା ଓ ଭିତ୍ତିଭୂମି ସବୁ କିଛି ଲାଇନଚ୍ୟୁତ ହୋଇଯାଇଛି । ନବୀନ ବାବୁ ଜବାବ ଦିଅନ୍ତୁ ରତ୍ନ ଭଣ୍ଡାରର ଚାବି କେଉଁଠି ହଜିଲା ? ନକଲି ଚାବିରୁ ରତ୍ନଭଣ୍ଡାର ଖୋଲାଯାଇଛି କି ଖୋଲାଯାଇନାହିଁ ? ଏବଂ ରତ୍ନ ଭଣ୍ଡାର ଯାଂଚ ରିପୋର୍ଟକୁ କାହିଁକି ଲୁଚାଇ କରି ରଖାଯାଇଛି ? ଓଡ଼ିଶାର ଲୋକେ ବିଜେପି ସରକାର ବନାଇ ଦିଅନ୍ତୁ, ଯେଉଁମାନେ ରତ୍ନଭଣ୍ଡାରକୁ ହଡପ କରିଛନ୍ତି ତାକୁ ଶହେ ଦିନ ଭିତରେ ବିଜେପି ସିଧା କରିଦେବ । ମୋଦି ସଂକଳ୍ପ ନେଇଛନ୍ତି ସମୃଦ୍ଧ ଓଡ଼ିଶା, ସ୍ୱାଭିମାନୀ ଓଡ଼ିଶା ଓ ସବୁଠୁ ଆଗରେ ଓଡ଼ିଶା । ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାର ଲୋକେ ବିଜେପି ସରକାର ଗଠନ କରନ୍ତୁ ବିଜେପି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ପ୍ରତି ଟଙ୍କାର ହିସାବ ବିଜ୍ଞାପନ ମାଧ୍ୟମରେ ଓଡ଼ିଶାର ଲୋକଙ୍କ ନିକଟରେ ରଖିବ । ପୂରା ରତ୍ନଭଣ୍ଡାରର ମୂଲ୍ୟାଙ୍କନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା କରାଇ ତାକୁ ସାର୍ବଜନୀନ କରାଯିବ ।

ସେ କହିଛନ୍ତି ଯେ ଭାଜପାର ସରକାର ଗଠନ ହେବାର ୯୦ ଦିନ ମଧ୍ୟରେ ଆମେ ପ୍ରତ୍ୟେକ ବିଡି କାରୀଗର ଓ କେନ୍ଦୁପତ୍ର ର ପ୍ରୋଭିଡେଣ୍ଟ ଫଣ୍ଡ ଯାହା ମିସମ୍ୟାଚ୍ ହୋଇଛି ତାକୁ ଠିକ୍ କରିବାର କାମ କରାଯିବ । ଭାଜପାର ସରକାର ସମ୍ବଲପୁରର ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ର ହସ୍ପିଟାଲକୁ ମେଡିକାଲ କଲେଜ ସହିତ ନିର୍ମାଣ କରିବ । ଆଦିବାସୀମାନଙ୍କ ଜମି ବିକ୍ରୀର କାମକୁ ମଧ୍ୟ ପ୍ରଦେଶ ସରକାର ଭଳି ପେସା ଆଇନ୍ କୁ ଏଠାରେ ଲାଗୁ କରିବାର କାମ ଭାଜପା ସରକାର କରିବ । ସମ୍ବଲପୁରରେ ତେଲ ଓ ଗ୍ୟାସ୍ କ୍ଷେତ୍ରରେ ୧୦ ବର୍ଷରେ ୨.୫ ଲକ୍ଷ କୋଟି ର ନିବେଶ ହୋଇଛି , ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟ ଖୋଲିଛି , ଝାରସୁଗୁଡାରେ ନୂଆ ଉତ୍ପାଦନ ଡିପୋ ହୋଇଛି , ପାରାଦ୍ୱୀପ ରିଫାଇନାରୀ ୧୫୦୦ କୋଟି ଟଙ୍କାର ଆୟ ପ୍ରତି ବର୍ଷ ଦେଉଛି , ୧୫୦୦ କୋଟି ବ୍ୟୟରେ ମେଡିକାଲ କଲେଜ ନିର୍ମାଣ ହୋଇଛି , ସମ୍ବଲପୁରରେ ଆଇଆଇଏମ୍ ନିର୍ମାଣ ହୋଇଛି , ଭୁବନେଶ୍ୱରରେ ଆଇଆଇଟି ଖୋଲିଛି , ରାଉରକେଲାରେ ଏନଆଇଟି ହୋଇଛି ଏବଂ ୬୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟକୁ ବିଶ୍ୱସ୍ତରୀୟ କରିବାର କାମ ଭାଜପା ସରକାର କରୁଛି । ଓଡିଶାରେ ମେଡିକାଲ ସାଇନ୍ସ ଓଡିଆ ଭାଷାରେ ପଢାଇବାର ଶୁଭାରମ୍ଭ ଭାଜପା ସରକାର କରିବ । ଭାଜପା ସଂକଳ୍ପପତ୍ରରେ ଘୋଷଣା କରିଛି ଯେ ୧୮ ମାସରେ ଚିଟଫଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଜେଲରେ ପୁରାଯିବ, ଭାଜପା ସରକାର ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ ଚାଷୀଙ୍କ ଠାରୁ ଧାନ କିଣିବ ଓ ୪୮ ଘଣ୍ଟା ମଧ୍ୟରେ ଖାତାରେ ପଇସା ଜମା କରିବ, ମା ଓ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦୁଇ ବର୍ଷରେ ମିଳିବ , ୨୫ ଲକ୍ଷ ଲକ୍ଷପତି ଦିଦି ହେବେ ଓ ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ଭତ୍ତା ଦେବା କାର‌୍ୟ୍ୟ ମଧ୍ୟ ଭାଜପା ସରକାର କରିବ । ପ୍ରତ୍ୟେକ ବୁଣାକାରକୁ ୩ ହଜାର ଟଙ୍କାର ବୁଣାକାର ନିଧି ଦିଆଯିବ, ୧.୫ ଲକ୍ଷ ଯୁବକଙ୍କୁ ସ୍ୱଚ୍ଛ ପ୍ରକ୍ରିୟାରେ ସରକାରୀ ଚାକିରୀ ଦେବା କାର‌୍ୟ୍ୟ ଭାଜପା ସରକାର କରିବ । ରାଉରକେଲା, ସମ୍ବଲପୁର, ପାରାଦ୍ୱୀପ , ଧାମରାରେ ଇଣ୍ଡଷ୍ଟ୍ରିଆଲ କରିଡର ହେବ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱରରେ ଆଇଟି ପାର୍କ ହେବ , ୧୫ ଲକ୍ଷ ଗରୀବଙ୍କୁ ଘର ଦିଆଯିବ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦଳ ୭୦ ବର୍ଷରୁ ରାମ ମନ୍ଦିରର ନିର୍ମାଣ କାମକୁ ବନ୍ଦ କରି ରଖିଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନିଜ ଦ୍ୱିତୀୟ କାର‌୍ୟ୍ୟକାଳରେ ହିଁ କେସ୍ ଜିତିଲେ , ଭୂମି ପୂଜନ ବି କଲେ ଓ ୨୪ ଜାନୁଆରୀକୁ ଭବ୍ୟତାର ସହିତ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମଧ୍ୟ କଲେ । ପୁରା ଦେଶ ଯେତେବେଳେ ରାମ ଉତ୍ସବରେ ଲୀନ ଥିଲା ସେତେବେଳେ ଓଡିଶାର ବିଜୁ ଜନତା ଦଳର ସରକାର ରାମ ଉତ୍ସବରେ ରାମ ଭକ୍ତଙ୍କୁ ସାମିଲ ହେବାରୁ ବାଧା ଦେଉଥିଲେ । ଓଡିଶାର ଜନତା ଯଦି ଏଥର ଭାଜପାକୁ ପୂର୍ଣ୍ଣ ବହୁମତ ର ସରକାର କରନ୍ତି ତେବେ ଭାଜପା ଓଡିଶାର ଭବିଷ୍ୟତ ସୁଦୃଢ କରିବାର କାମ କରିବ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହି ଦେଶକୁ ସୁରକ୍ଷିତ ଓ ସମୃଦ୍ଧ କରିବାର କାମ କରିଛନ୍ତି କାଶ୍ମୀରରେ ଧାରା ୩୭୦ ଏତେ ବର୍ଷ ଧରି ଥିଲା ଯେଉଁ କାରଣରୁ ଆତଙ୍କବାଦ ବଢୁଥିଲା , କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଧାରା ୩୭୦କୁ ଶେଷ କରି ଦେଶକୁ ଆତଙ୍କବାଦରୁ ମୁକ୍ତ କରିବାର କାମ କରିଛନ୍ତି । କଂଗ୍ରେସ କହୁଛି ଯେ ପାକ୍ ଅଧିକୃତ କାଶ୍ମୀରର ଆଲୋଚନା କରନାହିଁ , ପାକିସ୍ଥାନ ପାଖରେ ପରମାଣୁ ବୋମା ଅଛି । ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଡରିବାର ଅଛନ୍ତି ତ ଡରନ୍ତୁ , ପାକ୍ ଅଧିକୃତ କାଶ୍ମୀର ଭାରତର ଓ ଭାରତ ତାକୁ ନେବ ହିଁ ନେବ । କଂଗ୍ରେସ ଓ ବିଜେଡି ବାଲା ଦେଶକୁ କରୋନା ଭଳି ମହାମାରୀରୁ ବଞ୍ଚାଇ ପାରିବେ ନାହିଁ , ପାକିସ୍ଥାନକୁ ଦୃଢ ଜବାବ ଦେଇପାରିବେ ନାହିଁ ଓ ଚନ୍ଦ୍ରୟାନକୁ ଚନ୍ଦ୍ର ପର‌୍ୟ୍ୟନ୍ତ ପହଞ୍ଚାଇପାରିବେ ନାହିଁ । ଏହି କାମ କେବଳ ଓ କେବଳ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିଁ କରିପାରିବେ ।

ଶ୍ରୀ ଶାହା ଓଡିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ପାଇଁ କିଛି କରୁନାହାନ୍ତି ଓ ବାବୁ ହିଁ ଓଡିଶାକୁ ଚଳାଉଛନ୍ତି , ଏଥିପାଇଁ ଏଥର ଜନତାଙ୍କୁ ଓଡିଶାର ମାଟିର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍ କାରଣ ବାବୁଗିରିରେ ଶାସନ ଚାଲେନାହିଁ । ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ । ଶ୍ରୀ ଅମିତ୍ ଶାହ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ୍ ର ସରକାର ଗଠନ କରିବାକୁ ଅପିଲ କରିଛନ୍ତି ।

Leave a Reply