Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୮ ହଜାରରୁ ଅଧିକ ମୋବାଇଲ୍‌କୁ ବ୍ଲାକଲିଷ୍ଟ କଲେ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୮ ହଜାରରୁ ଅଧିକ ମୋବାଇଲ୍‌କୁ ବ୍ଲାକଲିଷ୍ଟ କଲେ ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ବଡ ଆକ୍ସନ । ବନ୍ଦ ହେବ ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନ୍ । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ମିଳିଥିବା ସୂଚନା ମୁତାବକ ବ୍ଲାକଲିଷ୍ଟ ହେଇଥିବା ଏହି ମୋବାଇଲ୍ ସଂଖ୍ୟା ପ୍ରାୟ ୨୮ ହଜାର ୨୦୦ । ସାଇବର କ୍ରାଇମରେ ଜଡିତ ଥିବା ୨୮ ହଜାରରୁ ଅଧିକ ସ୍ମାର୍ଟଫୋନକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଟେଲିକମ୍ କମ୍ପାନିକୁ ନୋଟିସ୍ ଜାରି କରାଯାଇଛି । ଖାଲି ସେତିକି ନୁହେଁ ତତ୍କାଳ ପ୍ରଭାବରେ ୨୦ ଲକ୍ଷ ମୋବାଇଲ କନେକ୍ସନର ରିଭେରିଫିକେସନ କରିବାକକୁହାଯାଇଛି । ସୂଚନାଯୋଗ୍ୟ ଯେ, ଟେଲିକମ୍ ବିଭାଗ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ରାଜ୍ୟ ପୁଲିସକୁ ନେଇ ସାଇବର କ୍ରାଇମ୍ ଏବଂ ଅନଲାଇନ୍ ଫ୍ରଡକୁ ରୋକିବାକୁ ଏକ ଟିମ୍ ଗଠନ ହେଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟୁଲିସ ସହ ମିଶି ପ୍ରାୟ ୨୮ ହଜାର ୨୦୦ ମୋବାଇଲ୍ ଫୋନର ଚିହ୍ନଟ କରିଛି, ଯାହାକି ସାଇବର କ୍ରାଇମରେ ସାମିଲ ଥିଲା । ତେଣୁ ଏହି ସବୁ ମୋବାଇଲକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply