Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ମାଓବାଦୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ପୋଲିସ ୩ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ମାଓବାଦୀମାନେ ହେଲେ ମୁନା ମୁରମା ( ୩୨ ) ମିଳିଶିଆ କମାଣ୍ଡର , ରାଜୁ ମୁରମା ( ୩୧ ) ଡିଏକେଏମଏସ ସଦସ୍ୟ , ଲକ୍ଷମୁ ମୁରମା ( ୩୯ ) ଭୁମକାଲ ମିଲିଶିଆ ସଦସ୍ୟ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ତୋୟେନାର ଅଞ୍ଚଳରେ ସୁରକ୍ଷାକର୍ମୀ ଦ୍ୱାରା ପାଟ୍ରୋଲିଂ କରାଯାଉଥିଲା ଏହି ସମୟରେ ସୁରକ୍ଷା କର୍ମୀ ୩ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ । ଏହି ୩ ମାଓବାଦୀ ମାଓ ବନ୍ଦ ଡାକରା ସମୟରେ ରାସ୍ତା ଖୋଳିବା , ବ୍ୟାନେର ପୋଷ୍ଟର ଲଗାଇବା ସହ ୨୦୨୨ ମସିହାରେ ଜଣେ ସରପଞ୍ଚଙ୍କୁ ହତ୍ୟାରେ ସାମିଲ ଥିଲେ ।

Leave a Reply