Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାୟଗଡ଼ା ଜିଲ୍ଲା ଦାଦନ ଚାଲାଣର ହବ୍ ପାଲଟିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାୟଗଡ଼ା ଜିଲ୍ଲା ଦାଦନ ଚାଲାଣର ହବ୍ ପାଲଟିଛି

ନିର୍ବାଚନ ପରେ ବାହାର ରାଜ୍ୟକୁ ଛୁଟିଲା ଦାଦନଙ୍କ ସୁଅ

ରାୟଗଡ଼ା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗତ ୧୩ ରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଶେଷ ପରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦାଦନ ସୁଅ ଛୁଟିଛି ବାହାର ରାଜ୍ୟକୁ । କାମଧନ୍ଦା ଅଭାବରୁ ଜିଲ୍ଲାର ହଜାର ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ଦାଦନ ଚାଲାଣର ହବ୍ ପାଲଟିଛି । ଗତକାଲି ଠାରୁ ରେଳ ଯୋଗେ ଶ୍ରମିକମାନେ ରାଜ୍ୟ ବାହାରକୁ ଖଟିବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ବିଭିନ୍ନ ସହରରେ ଜିଲ୍ଲାର ଲୋକେ ଦୟନୀୟ ଭାବେ ଦାଦନ ଖଟୁଛନ୍ତି । ବୈଶାଖ ମାସରେ ଘରେ ପୂଜା ଋତୁ ସାଙ୍ଗକୁ ନିର୍ବାଚନ ଶେଷ ହେବା ପରେ ଦାଦନ ଦଲାଲମାନେ ଏଠାରେ ପହଞ୍ଚି ଶ୍ରମିକ ସଂଗ୍ରହ କରି ବର୍ତ୍ତମାନ ଚାଲାଣ କରୁଛନ୍ତି । ଗତ ୨ ଦିନ ହେଲା ଏହି ଚିତ୍ର ରାୟଗଡ଼ା ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ନଜରକୁ ଆସିଛି । ଆଜି ମଧ୍ୟ ଅନେକ ଶ୍ରମିକ ଦଳ ଦଳ ହୋଇ ଦକ୍ଷିଣ ଭାରତକୁ ଯାଇଛନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି, ଜିଲ୍ଲାର ୧୧ ଟି ବ୍ଳକ ମଧ୍ୟରୁ କାଶୀପୁର, ଚନ୍ଦ୍ରପୁର କଲ୍ୟାଣସିଂହପୁର ଓ ଗୁଡ଼ାରୀରୁ ସର୍ବାଧିକ ଶ୍ରମିକ ଚାଲାଣ ହେଉଛି । କେବଳ ପ୍ରାପ୍ତ ବୟସ୍କ ନୁହେଁ ନାବାଳକ ଓ ନାବାଳିକା ମଧ୍ୟ ଯାଉଛନ୍ତି । ଆଜି କାଶୀପୁର ବ୍ଳକ କଣ୍ଟାମାଳ, ତଳଡେସ୍କା ଓ ସୁରୁଗୁଞ୍ଜା ଗାଁର ୮ ଜଣ ଯୁବକ ଶ୍ରମିକ କାମ ପାଇଁ କେରଳ ରାଜ୍ୟର ଚାଲାକୁଡ଼ି ସହରକୁ ଯାଇଛନ୍ତି । ନିଜ ଗାଁରୁ ରାୟଗଡ଼ା ଆସି ବିଜୟନଗରମ୍ ଯାଇଛନ୍ତି । ସେଠାରୁ ସେମାନେ ରେଳ ଯାଗେ ଚାଲାକୁଡ଼ି ସହରକୁ ଯିବେ ବୋଲି ସୂଚନା ଦେଇଛନ୍ତି । ଦାଦନ ଯାଇଥିବା ଶ୍ରମିକମାନେ ହେଲେ ସୁମନ ଝୋଡିଆ, ସୁଧୀର ଝୋଡ଼ିଆ, ନରେନ୍ଦ୍ର ମାଝୀ, ପୀତାମ୍ବର ମାଝୀ, ମୋହନ ମାଝୀ, ନିରଞ୍ଜନ ମାଝୀ, ରାମଚନ୍ଦ୍ର ମାଝୀ, ଦିବାକର ମାଝୀ ଓ କରୁଣାକର ନାଏକ । ନିଜ ଅଞ୍ଚଳରେ କାମଧନ୍ଦା ମିଳୁ ନଥିବାରୁ ବାଧ୍ୟହୋଇ ରାଜ୍ୟ ବାହାରକୁ ପାଦ କାଢ଼ିଥିବା ସେମାନେ କହିଛନ୍ତି । ଜଣେ ଦଲାଲ ସେମାନଙ୍କୁ ବିଜୟନଗରମ ଠାରୁ ଚାଲାକୁଡ଼ି ନେବ ବୋଲି ଜଣାପଡ଼ିଛି । ଗତକାଲି ଓ ଆଜି ୫୦ ରୁ ଅଧିକ ଶ୍ରମିକ ପରିବାର ରେଳ ଦ୍ୱାରା ଅନ୍ୟ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ଏହିମାନେ ସୂଚନା ଦେଇଛନ୍ତି । କାଶୀପୁର ବ୍ଳକ ସିନ୍ଦୁରଘାଟି, ଚିଲିଗୁଡ଼ା, ତଳଡେସ୍କା, କେଶକେରୀ, ଚାଦଗିରି, ସିନ୍ଦୁରଘାଟି, କଣ୍ଟାମାଳ, ତଳଝିରି, ବନ୍ତେସି, ସରାମବାଇ, ମାଣ୍ଡିଝୋଲା, ରାଉତଘାଟି, ବଡ଼ମାଗୁର, ଅଡାଟାକିରି, ସିଆଡ଼ିମାଳ, ବାହାରଦୁଲୁକି, ଭିତରଦୁଲୁକି, ପଦାମାଝୀ, ବାରିଗୁଡ଼ା, ଭ୍ରମରଝରି, ରାଉତଘାଟି ଭଳି ଅନେକ ଗାଁର ଶତାଧିକ ଶ୍ରମିକ ବର୍ତମାନ କର୍ଣାଟକ ଓ କେରଳ ରାଜ୍ୟର ବିଭିନ୍ନ ସ୍ଥାନରେ ଦାଦନ ଖଟୁଛନ୍ତି । ସେହିଭଳି କଲ୍ୟାଣସିଂହପୁର ବ୍ଳକ ତଳସାଜା, ବିଜୟନଗର, ପୋଲମା, ସିରିପୁର, ଭାଲୁମସ୍କା, ସେରିଗୁମା, ଫୁଲଗୁଡ଼ା, ଲକ୍ଷ୍ମୀନଗର, ଚନ୍ଦ୍ରପୁର ବ୍ଲକର ବେଲମଗୁଡ଼ା, ଜାରପା, ବନ୍ଦିରି, କତିସୁର, ଗେଣ୍ଡାବାଜୁ, ଖିଲୁଣ୍ଡି, ରାଇବିଜି, ଗୁଛୁଜାବା ଗାଁର ଅନେକ ଶ୍ରମିକ କେରଳ ସମେତ କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ଦାଦନ ଖଟୁଛନ୍ତି । ଥରେ ସେମାନେ ସେହି ସ୍ଥାନରେ ପହଞ୍ଚିବା ପରେ ଗାଁ ଓ ପରିବାର ସହିତ ସମ୍ପର୍କ ବହୁ କଷ୍ଟରେ ସ୍ଥାପନ ହେଉଛି । ଅନ୍ୟପକ୍ଷେ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ନିଖୋଜ ହେଉଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏହିଭଳି ଶ୍ରମିକଙ୍କ କୌଣସି ତଥ୍ୟ ରହୁନାହିଁ । ନାମକୁ ମାତ୍ର ଏହି ବିଭାଗ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶ୍ରମିକଙ୍କ ପଞ୍ଜୀକରଣ କରିବାକୁ ପଞ୍ଚାୟତଗୁଡ଼ିକୁ ଦିଆଯାଇଥିବା ଦାୟିତ୍ୱ ଯେମିତି ଚାଲିଛି ତାହା ସ୍ୱଚକ୍ଷୁରେ ଦେଖିଲେ ହିଁ ବିଶ୍ୱାସ ହେବ । ଏହାର ସ୍ଥାୟୀ ପ୍ରତିକାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଗତ ୧୩ ତାରିଖରେ ଅନୁଷ୍ଠିତ ନିର୍ବାଚନ ପାଇଁ ଏହି ଶ୍ରମିକମାନେ ଭୋଟ ଦାନ କରିଥିଲେ । ହେଲେ ସେମାନଙ୍କ ହାତକୁ କାମ ଯୋଗାଇବା କଥାକୁ କେହି ଦୃଷ୍ଟି ଦେଲେନି । ଫଳରେ ଦାଦନ ମାନେ କେବଳ ଭୋଟ ବ୍ୟାଙ୍କ ପାଲଟିଛନ୍ତି । ପୁଣି ଏହି ଯୁବକମାନେ ଦାଦନ ଖଟି କେବେ ବାହୁଡିବେ ତାହାର କୌଣସି ସୂଚନା ମଧ୍ୟ ନାହିଁ । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ, ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ସମସ୍ତ ତଥ୍ୟ ମହଜୁଦ ରଖିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳିକି ଏଥିପାଇଁ ଅନୁଦାନ ମଧ୍ୟ ପଞ୍ଚାୟତକୁ ହସ୍ତାନ୍ତର ହୋଇଛି । ତେବେ କାହାକୁ ରୋକିବା ପାଇଁ କୌଣସି ନିୟମ ନାହ

Leave a Reply