Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତଠାରୁ ଭଲ ଗଣତନ୍ତ୍ର ନାହିଁ : ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତଠାରୁ ଭଲ ଗଣତନ୍ତ୍ର ନାହିଁ : ଆମେରିକା

ଭାରତଠାରୁ ଭଲ ଗଣତନ୍ତ୍ର ନାହିଁ : ଆମେରିକା

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଛି ଦିନ ତଳେ ଭାରତକୁ ଏକ ଜେନୋଫୋବିକ୍ ଦେଶ( ଶରଣାର୍ଥୀଙ୍କ ଘୃଣା କରୁଥିବା ଦେଶ) ବୋଲି ବର୍ଣ୍ଣନା କରିଥିଲେ । ଏବେ ଆମେରିକା ଏହାକୁ ନେଇ ୟୁ-ଟର୍ଣ୍ଣ ନେଇଛି । ଆମେରିକା ଶୁକ୍ରବାର କହିଛି ଯେ ବିଶ୍ୱରେ ଭାରତ ଭଳି ବହୁତ କମ୍ ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ରହିଛି ଏବଂ ଭାରତକୁ ପ୍ରଶଂସା କରୁଛି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଜନ୍ କିର୍ବି ତାଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ ଠାରୁ ଅଧିକ ଜୀବନ୍ତ ଗଣତନ୍ତ୍ର ଥିବା ବିଶ୍ୱରେ ଅନେକ ଦେଶ ନାହିଁ । ଭୋଟ୍ ଦେବାର ଅଧିକାର ବ୍ୟବହାର କରି ସରକାର ଚୟନ କରିଥିବାରୁ ଆମେ ଭାରତବାସୀଙ୍କୁ ପ୍ରଶଂସା କରୁଛୁ । ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅମଳରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗତ ତିନି ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ସୁଦୃଢ଼ ହୋଇଛି । ଭାରତ ସହ ଆମର ଘନିଷ୍ଠ ସମ୍ପର୍କ ରହିଛି, ଯାହା ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଛି ।

Leave a Reply