Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ, ଖସାଇ ଦେଲା ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ, ଖସାଇ ଦେଲା ସେନା

ରଜୌରୀ: ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ । ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆକାଶରେ ଉଡ଼ୁଥିବା ବେଳେ ଏହାକୁ ଖସାଇ ଦେଇଛି ଭାରତୀୟ ସେନା । ଏହା ପ୍ରଥମ ଥର ନୁହେଁ,ଯେବେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଛି । ପୂର୍ବରୁ ମଧ୍ୟ ପାକିସ୍ତାନ ବହୁ ଥର ଏପରି ପ୍ରୟାସ କରି ସାରିଛି । ଜମ୍ମୁ କଶ୍ମୀରର ରଜୌରି ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଡ୍ରୋନଟି ଉଡ଼ୁଥିବା ବେଳେ ସେନା ତାହାକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଗତ ଶନିବାର ରାତିରେ ଡ୍ରୋନଟି ଭାରତ ଆକାଶରେ ଉଡ଼ିବା ପରେ ତାହା ପୁଣି ଥରେ ପାକିସ୍ତାନକୁ ଫେରି ଯାଇଥିଲା । ମାତ୍ର ରବିବାର ପୁଣି ଥରେ ଡ୍ରୋନଟି ଭାରତ ସୀମାରେ ପ୍ରବେଶ କରିବାରୁ ସେନା ଯବାନ ତାହାକୁ ଖସାଇ ଦେଇଥିଲେ । ଏହାପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଜୋରସୋରରେ ଖାନତଲାସୀ କରାଯାଇଥିବା ବେଳେ କୌଣସି ସନ୍ଦେହଜନକ ବସ୍ତୁ ଜବତ ହୋଇନି । ମୁଖ୍ୟତଃ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଭାରତ ମଧ୍ୟକୁ ପ୍ରବେଶ କରାଇବା ନିମନ୍ତେ ପାକିସ୍ତନ ଡ୍ରୋନର ସହାୟତା ନେଉଛି । ମାତ୍ର ସୁରକ୍ଷା ବଳ ପାକିସ୍ତାନର ଏପରି ଅପଚେଷ୍ଟାକୁ ବିଫଳ କରିବାକୁ ସମ୍ପୂର୍ଣ୍ଣ ସଜାଗ ରହିଛି ।

Leave a Reply