Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ: ଅମିତାଭ କାନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ: ଅମିତାଭ କାନ୍ତ

୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ: ଅମିତାଭ କାନ୍ତ

ନୂଆଦିଲ୍ଲୀ :ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି । ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି ସୂଚକାଙ୍କ ଆଧାରରେ ଏହା କହିଛନ୍ତି । ବିଶ୍ୱ ଅର୍ଥନୀତିରେ ଆମେରିକା, ଚାଇନା, ଜର୍ମାନୀ ଓ ଜାପାନ ପରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି । ୨୦୨୨ରେ ଏହା ବ୍ରିଟେନ୍ ଅର୍ଥନୀତିକୁ ପଛରେ ପକାଇଥିଲା । ଭାରତର ଆର୍ଥତ୍କ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଆସିଛି । ୧୦ ବର୍ଷ ପୂର୍ବେ ଭାରତର ଜିଡିପି ୧୧ତମ ସ୍ଥାନରେ ରହିଥିଲା । ଏବେ ଦେଶର ଜିଡିପି ପରିମାଣ ୩.୭ ଟ୍ରିଲିୟନ ଡଲାରରେ ପହଞ୍ଚତ୍‌ଛି । ୨୦୧୩ରେ ଭାରତ ୫ କମ୍‌ଜୋର ଅର୍ଥ ବ୍ୟବସ୍ଥା ମଧ୍ୟରେ ଥିଲାବେଳେ ୨୦୨୪ରେ ଏହା ଶୀର୍ଷ ୫ ଅର୍ଥନୀତି ମଧ୍ୟରେ ରହିଛି । ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ, ଗତ ୩ଟି ତ୍ରୈମାସିକରେ ୮ ପ୍ରତିଶତରୁ ଅଧିକ ଜିଡିପି ଅଭିବୃଦ୍ଧି, ୨୭ଟି ଦେଶ ସହ ଭାରତୀୟ ମୁଦ୍ରାରେ କାରବାର ଏବଂ ଦେଶର ମୁଦ୍ରାସ୍ଫୀତି ସ୍ତର ନିୟନ୍ତ୍ରଣାଯୋଗ୍ୟ ସ୍ତରରେ ରହିଥିବାରୁ ଏହି ସଫଳତା ମିଳିପାରିଛି ।

Leave a Reply