Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଓକେର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବି ଜୋରଦାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଓକେର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବି ଜୋରଦାର

ପିଓକେର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବି ଜୋରଦାର

ନୂଆଦିଲ୍ଲୀ: ପାକିସ୍ତାନ କବ୍‌ଜାରେ ଥିବା ଜାମ୍ମୁ କାଶ୍ମୀରରେ ଲୋକମାନେ ନିଜ ନିଜର ଅଧିକାରକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ପିଓକେର ନାଗରିକ ପାକିସ୍ତାନ ପୋଲିସ ଓ ପାକିସ୍ତାନ ପ୍ରଶାସନର କ୍ରୁରତା ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ଏପରି ସମୟରେ ଭାରତରେ ହେଉଛି ଲୋକସଭା ନିର୍ବାଚନ । କ୍ଷମତାରେ ଥିବା ବିଜେପି –ଉପରେ କବ୍‌ଜା କରିବା ନେଇ ଦେଶର ଜନତାଙ୍କୁ ପ୍ରତିଶ୍ରୁତି ଦେଇଛି । ବର୍ତ୍ତମାନର ବିରୋଧ ପ୍ରଦର୍ଶନ ଓ ଏହି ପ୍ରଦର୍ଶନକୁ ହିଂସକ ଦମନରୁ ଏହି ସଂକେତ ମିଳୁଛି କି ପାକିସ୍ତାନ ସେହି କ୍ଷେତ୍ରରେ ନିଜର ଅଧିକାର ହରାଇବାକୁ ଯାଉଛି । ମୁଜାଫରବାଦ ଓ ରାୱଲକୋଟରେ ସ୍ଥାନୀୟ ଲୋକମାନଙ୍କର ଅଧିକାରୀଙ୍କ ସହ ହୋଇଥିବା ଗଣ୍ଡଗୋଳ ଏହାର ପ୍ରମାଣ ଦେଉଛି । ଏହା ବ୍ୟତିତ ରାୱଲକୋଟ୍‌ରୁ ଭାରତ ସହ ବିଲୟ ନେଇ ଦାବୀ ସଂପର୍କିତ ପୋଷ୍ଟର ବି ସାମ୍ନାକୁ ଆସିଛି । ଏହି କ୍ରମରେ କିଛି କିଛି ସ୍ଥାନରେ ପିଓକେ ଲୋକମାନେ ଭାରତର ଜାତୀୟ ପତାକା ଧରିଥିବାର ନଜର ଆସିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ପାକିସ୍ତାନ ଅବୈଧ ରୂପରେ ଜାମ୍ମୁ କାଶ୍ମୀରର ଏହି ଅଂଶକୁ କବ୍‌ଜା କରି ବସିଛି । ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ସ୍ପ୍ରେ କରିବା ପରେ ପିଓକେର ଜନତା ଅଧିକ କ୍ରୋଧିତ ହୋଇଉଠିଛନ୍ତି । ଏମାନେ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିବା ସହ ଏକ ସେନା ଗାଡିକୁ ନଷ୍ଟ କରି ଦେଇଛନ୍ତି । ଏହାକୁ ଲକ୍ଷ୍ୟ କରି ଜଣେ ବିଶେଷଜ୍ଞ କହିଛନ୍ତି ପାକିସ୍ତାନ ଚଙକ ଉପରେ ନିଜର ଅଧିକାର ହରାଉଛି ଓ ପିଓକେ ଭାରତର ଅଂଶ ପାଲଟିବା ଦିଗରେ ଆଗକୁ ବଢୁଛି । ତେବେ ଏହି ବିରୋଧ ପ୍ରଦର୍ଶନ ସେତେବେଳେ ଉଗ୍ର ହୋଇଥିଲା ଯେତେବେଳେ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ୍ ସଂପର୍କରେ ଆସି ୨ ଜଣ ନାବାଳିକାଙ୍କର ମୃତ୍ୟୁ ହୋଇଯାଇଥିଲା । ପିଓକେର ୧୦ ଜିଲ୍ଲାରେ ଏହା ବିରୋଧରେ ବିରୋଧ ପ୍ରଦର୍ଶନ କରଯାଇଛି ।

Leave a Reply