Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୋଲିଲା କେଦାରନାଥ ଧାମ, ଏକାଠି ହେଲେ ଭକ୍ତ ଓ ଭଗବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୋଲିଲା କେଦାରନାଥ ଧାମ, ଏକାଠି ହେଲେ ଭକ୍ତ ଓ ଭଗବାନ

ଅପେକ୍ଷାର ଅନ୍ତ ଘଟିଲା । ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିଲା ପରିବେଶ । ରୀତିନୀତି ଅନୁଯାୟୀ କେଦାରନାଥ ଧାମର ଦ୍ୱାର ଖୋଲିଛି । ଏହାସହ ସକାଳ ୧୦ଟା ୧୯ରେ ଗଂଗୋତ୍ରୀ ଦ୍ୱାରଖୋଲାଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯିବ । ଏଥି ସହିତ, ମେ’ ୧୨ତାରିଖ ସକାଳ ୬ଟାରେ ବଦ୍ରିନାଥଙ୍କ ଦ୍ୱାର ଖୋଲିବ । ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି । ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି । ମଧ୍ୟାହ୍ନ ୧୨ଟା ୨୦ରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯିବ ।ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ପତ୍ନୀ ଗୀତା ଧାମି କେଦାରନାଥ ଯାଇ ଦର୍ଶନ କରିଛନ୍ତି । ପୁଷ୍କର ସିଂ ଧାମି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ଆଜି ଅକ୍ଷୟ ତୃତୀୟାର ଶୁଭ ଅବସରରେ କେଦାରନାଥ ଧାମ, ଯମୁନେତ୍ରୀ ଧାମ ଏବଂ ଗଙ୍ଗୋତ୍ରୀ ଧାମର ଦ୍ୱାର ପୂର୍ଣ୍ଣ ରୀତିନୀତି ସହିତ ଦର୍ଶନ ପାଇଁ ଖୋଲାଯିବ ।

Leave a Reply