Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ୫୬% ରୋଗର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ୫୬% ରୋଗର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ସେପଟେ ଶରୀରରେ ଜରୁରି ପୋଷକ ତତ୍ତ୍ୱର ଆବଶ୍ୟକତା ପୂରଣ କରିବା, ମୋଟାପଣ ଏବଂ ମଧୁମେହ ଭଳି ରୋଗକୁ ରୋକିବା ଲାଗି ଆଇସିଏମଆର ଭାରତୀୟଙ୍କ ଲାଗି ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ୧୭ଟି ନିର୍ଦ୍ଦେଶ ଜାରି କରିଛି । ସୁସ୍ଥ ଆହାର ଓ ଶାରୀରିକ କାର୍ଯ୍ୟକଳାପ କୋରୋନାରୀ ହୃଦ ରୋଗ (ସିଏଚଡି) ଓ ହାଇପରଟେନସନ (ଏଚଟିଏସ)ର ହାରକୁ ହ୍ରାସ କରିବା ସହିତ ଟାଇପ-୨ ମଧୁମେହକୁ ୮୦ ପ୍ରତିଶତ ରୋକି ପାରିବ ବୋଲି ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା ଅଧିନରେ ରହିଥିବା ରାଷ୍ଟ୍ରୀୟ ପୋଷଣ ସଂସ୍ଥା (ଏନଆଇଏନ) ତରଫରୁ କୁହାଯାଇଛି । ସୁସ୍ଥ ଜୀବନଧାରଣର ପାଳନ କରି ସମୟ ପୂର୍ବରୁ ହେଉଥିବା ମୃତ୍ୟୁକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ସୁଗର ଓ ଫ୍ୟାଟରେ ଭରପୂର ରହିଥିବା ଖାଦ୍ୟ ଅଧିକ ଖାଇବା, ଶାରୀରିକ କାର୍ଯ୍ୟକଳାପ କମ୍ କରିବା, ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ, ଅଧିକ ଓଜନ ସମସ୍ୟା କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଉଛି । ଲୁଣ୍ ସେବନ ସୀମିତ କରିବା, ଅଏଲ ଓ ଫ୍ୟାଟର କମ୍ ମାତ୍ରାରେ ଉପଯୋଗ କରିବା, ଠିକରେ ବ୍ୟାୟାମ କରିବା, ଅଲଟ୍ରା-ପ୍ରୋସେସଡ୍ ଖାଦ୍ୟକୁ କମ୍ କରିବାକୁ ଏନଆଇଏନ ତରଫରୁ ପରାମର୍ଶ ଦିଆଯାଇଛି । ଆଇସିଏମଆରର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ, ଗତ କିଛି ଦଶନ୍ଧୀ ହେଲା ଭାରତୀୟ ଆହାର ସମ୍ବନ୍ଧୀୟ ଅଭ୍ୟାସରେ ପରିବର୍ତ୍ତନ ହୋଇଛି । ଫଳରେ ଦୁରାରୋଗ୍ୟର ମାତ୍ରା ବୃଦ୍ଧି ପାଇଛି । ସେପଟେ କୁପୋଷଣ ଜନିତ କେତକେ ସମସ୍ୟା ମଧ୍ୟ ଜାରି ରହିଛି । ଏହା ସହ ଉପରୋକ୍ତ କେତେକେ ସ୍ୱାସ୍ଥ୍ୟକର ଖାଦ୍ୟ ଲାଗି ଜାରି ହୋଇଥିବା ନିର୍ଦ୍ଦେଶନାମା ଭାରତୀୟଙ୍କୁ ସହାୟକ ହେବ ।

Leave a Reply