Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି

ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି

ଲଖିମପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଦିନ ଲଖିମପୁରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି । ଶାହା କହିଛନ୍ତି ଯେ ଯେତେବେଳେ ଉତ୍ତରପ୍ରଦେଶରେ ଏସପି ସରକାର ଥିଲେ । ଗୁଣ୍ଡାଙ୍କ ରାଜୁତି ଚାଲିଥିଲା । ଜମିକୁ ବେଆଇନ ଦଖଲ କରାଯାଇଥିଲା । ହୋଲି ଏବଂ ଦୀପାବଳି ଦିନ ସେଠାରେ ବିଦ୍ୟୁତ କାଟ୍ ହେଉଥିଲା । କିନ୍ତୁ ରମଜାନ ସମୟରେ ୨୪ ଘଣ୍ଟା ବିଦ୍ୟୁତ ଆସୁଥିଲା । ଅମିତ ଶାହା କହିଛନ୍ତି ଯେ ମିଥ୍ୟା ପ୍ରଚାର ପ୍ରସାର କରି କଂଗ୍ରେସ, ଏସପି ଏବଂ ବିଏସପି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରୁଛନ୍ତି । ସେମାନେ କହୁଛନ୍ତି ଯଦି ଆପଣ ମୋଦୀଙ୍କୁ ୪୦୦ଟି ସିଟ୍ ଦେବେ ତେବେ ସଂରକ୍ଷଣ ହଟାଇ ଦିଆଯିବ । ସେ କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେଠାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କଟାଯାଇଥିଲା ଏବଂ ମୁସଲମାନମାନଙ୍କୁ ପାଞ୍ଚ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି । ସାମ୍ବିଧାନିକ ବିରୋଧୀ ମୁସଲିମ ସଂରକ୍ଷଣକୁ ସମାପ୍ତ କରିବାକୁ ଗୃହମନ୍ତ୍ରୀ କହିଥିଲେ । ଗୃହମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ସେ କହିଛନ୍ତି ରାହୁଲ ବାବା କହିଛନ୍ତି ସେ ଗୋଟିଏ ଝଟକାରେ ଦାରିଦ୍ର‌୍ୟ ଦୂର କରିବେ । ତୁମ ଜେଜେମା ଇନ୍ଦିରା ଗାନ୍ଧୀ ହଠାତ୍ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ । ରାହୁଲଙ୍କ ବାପା ରାଜୀବ ଗାନ୍ଧୀ ଗୋଟିଏ ଝଟକାରେ ତିନି ତାଲାକ୍ ଜାରି କରାଇଥିଲେ । ତୁମର ପାର୍ଟି ଗୋଟିଏ ଝଟକାରେ ରେ ପଛୁଆ ବର୍ଗର ସଂରକ୍ଷଣକୁ ଛଡ଼ାଇ ନେବା କାମ କରିଥିଲା । ଶାହା ତାଙ୍କ ଭାଷଣରେ ସିଏଏ ପ୍ରସଙ୍ଗ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ରାହୁଲ ବାବା କହିଛନ୍ତି ଯେ ଆମେ ସିଏଏ ଅପସାରଣ କରିବୁ । ଆରେ ରାହୁଲ ବାବା, ଯଦି ତୁମ ଜେଜେମା ଯଦି ସ୍ୱର୍ଗରୁ ଆସନ୍ତି, ତେବେ ମଧ୍ୟ ସିଏଏ ଅପସାରିତ ହେବ ନାହିଁ । ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ ସେମାନଙ୍କର ପ୍ରାର୍ଥୀ ମଧ୍ୟ ନାହାନ୍ତି । ସେମାନଙ୍କର ନା ନେତା, ନା ମିଶନ, ନା ନୀତି ଅଛି । ସେମାନେ କେବଳ ବଂଶବାଦ ରାଜନୀତି କରୁଛନ୍ତି । ଶାହା କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମୋଦୀ୧୯୦ ସିଟ୍ ଅତିକ୍ରମ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ଅଧିକ ସଂଖ୍ୟାରୋ ମତଦାନ କରି ଏସପି, କଂଗ୍ରେସ ଏବଂ ବିଏସପିକୁ ବିଲୋପ କରିବାକୁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ଲାଗି ହେଉଛି । ତିନି କୋଟି ଗରିବ ଭଉଣୀଙ୍କୁ କୋଟିପତି କରିବା ପାଇଁ ଏହି ନିର୍ବାଚନ କରାଯାଉଛି । ଚାରି ଲକ୍ଷ ଗରିବ ଲୋକଙ୍କୁ ଘର ଦେବା ପାଇଁ ନିର୍ବାଚନ ହେଉଛି । ଲୋକଙ୍କୁ ସମୃଦ୍ଧ କରିବା ପାଇଁ ଏହା ଏକ ମତଦାନ ।

Leave a Reply