Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁସଡ଼ିବାରେ ଲାଗିଛି ମାଓ ଗଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁସଡ଼ିବାରେ ଲାଗିଛି ମାଓ ଗଡ଼


ମାଲକାନଗିରି, – କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼ । ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସ ନିକଟରେ ୩୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ଦୀର୍ଘବର୍ଷ ଧରି ମାଓ ସଂଗଠନରେ ଏହି ମାଓବାଦୀ ମାନେ କାର୍ଯ୍ୟ କରି ଆସୁଥିବା ବେଳେ ଏମାନେ ସଙ୍ଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ଏହି ମାଓବାଦୀମାନେ ସଂଗଠନରେ ହେଉଥିବା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ଏବଂ ବଡ଼ କ୍ୟାଡ଼ର ମାଓବାଦୀଙ୍କ ଦ୍ୱାରା ଅନ୍ୟ ମାଓବାଦୀଙ୍କୁ ନିର୍ଯାତନା ଯୋଗୁଁ ସଂଗଠନ ଛାଡିଥିବା କହିଛନ୍ତି । ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ମାଓବାଦୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଗତ କିଛି ମାସ ମଧ୍ୟରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଏହି ଅବସରରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply