Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୫ରେ ରପ୍ତାନି ହେବ ଭାରତ ନିର୍ମିତ ସେମିକଣ୍ଡକ୍ଟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୫ରେ ରପ୍ତାନି ହେବ ଭାରତ ନିର୍ମିତ ସେମିକଣ୍ଡକ୍ଟର

ନୂଆଦିଲ୍ଲୀ: ୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ । ଏଥିମଧ୍ୟରୁ ଅଧିକାଂଶ ସେମିକଣ୍ଡକ୍ଟର ରପ୍ତାନି ଉଦ୍ଦେଶ୍ୟରେ ନିର୍ମାଣ ହେବ ବୋଲି ମାଇକ୍ରନର ଭାରତ ପରିଚାଳନା ନିର୍ଦେଶକ ଆନନ୍ଦ ରାମମୂର୍ତ୍ତି କହିଛନ୍ତି । ଶ୍ରୀ ରାମମୂର୍ତ୍ତି କହିଛନ୍ତି ଯେ, ଭାରତରେ ସେମିକଣ୍ଡକ୍ଟର ଚାହିଦା ବୃଦ୍ଧି ପାଉଥିଲେ ବି ବିଶ୍ୱ ବଜାର ଚାହିଦା ତୁଳନାରେ ଘରୋଇ ଚାହିଦା ଅପେକ୍ଷାକୃତ କମ୍ । ଭାରତର ଚାହିଦା କମ୍ ଥିବାରୁ କୌଣସିକାରଖାନା କେବଳ ଭାରତ ପାଇଁ ନିର୍ମାଣ କରିପାରିବ ନାହିଁ । ଗୁଜୁରାଟରସାନନ୍ଦ କାରଖାନାରେ ନିର୍ମାଣ ହେଉଥିବା ସେମିକଣ୍ଡକ୍ଟର ମୁଖ୍ୟତଃ ଡାଟାସେଣ୍ଟର, ସ୍ମାର୍ଟଫୋନ୍‌, ନୋଟ୍‌ବୁକ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ ଡିଭାଇସ୍‌ଏବଂ ଅଟୋମୋଟିଭ୍ କ୍ଷେତ୍ରରେ ବ୍ୟବହାର ହୋଇପାରିବ । କମ୍ପାନୀରମୁଖ୍ୟାଳୟ ଆମେରିକାର ଇଡାହୋରେ ରହିଛି । ବିଶ୍ୱବ୍ୟାପୀ କମ୍ପାନୀରେ୪୦ହଜାର କର୍ମଚାରୀ କାମ କରୁଥିବା ବେଳେ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅନୁସନ୍ଧାନ ଓ ବିକାଶ ବିଭାଗରେ ପ୍ରାୟ ୪ହଜାରକର୍ମଚାରୀ କାମ କରୁଛନ୍ତି । କମ୍ପାନୀ ଆଗାମୀ ବର୍ଷରେ ଭାରତରେକର୍ମଚାରୀ ସଂଖ୍ୟା ୫ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହା ଦ୍ୱାରା ପ୍ରାୟ ୧୫ହଜାର ପରୋକ୍ଷ ନିଯୁକ୍ତି ପାଇବେ ।

Leave a Reply