Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୪ ଦଫା ଦାବି ନେଇ ହିନ୍ଦୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୪ ଦଫା ଦାବି ନେଇ ହିନ୍ଦୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା


ଭଦ୍ରକ, : ଗତ ୧୭ ତାରିଖ ରାମନବମୀ ଦିନ ଭଦ୍ରକ ନଗର ସଂକୀର୍ତ୍ତନରେ ଭାଗ ନେବାକୁ ଆସୁଥିବା ଶୋଭାଯାତ୍ରାକାରୀମାନଙ୍କ ଉପରେ ଦୁଇ ଦୁଇଥର ଆକ୍ରମଣ କରି ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାର ପୂର୍ବ ଯୋଜନା କରିଥିବା ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଜିଲା ପୁଲିସ୍ ପ୍ରଶାସନ ଗିରଫ ନକରିବା ପ୍ରତିବାଦରେ ଶୁକ୍ରବାର ପୂର୍ବ ଘୋଷଣା ମତେ ଭଦ୍ରକର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଧର୍ମରକ୍ଷା ସମିତି ଓ ବହୁ ହିନ୍ଦୁ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନେ ଏହି ଘଟଣାରେ ପୁଲିସ୍ ଓ ଜିଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇ ୪ ଦଫା ଦାବି ସମ୍ବଳିତ ଏକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଏହା ଯଥାଶୀଘ୍ର କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଉପରୋକ୍ତ ସଙ୍ଗଠନ ସୂଚାଇଛନ୍ତି । ପୁରୁଣାବଜାର ଥାନା ଅଧିକାରୀଙ୍କ କର୍ତ୍ତବ୍ୟର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଛଡାକମହଲା ଛକ (ସରକାର ନଗର) ଠାରେ ଦୁଇ ଦୁଇ ଥର ଭିନ୍ନ ଭିନ୍ନ ସ୍ଥାନରେ ପଥରରେ ଆକ୍ରମଣ କରିଥିବା ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯିବା, ସଂପୃକ୍ତ ଅଂଚଳରେ ଗତବର୍ଷ ଓ ଚଳିତବର୍ଷ ମଧ୍ୟ ଅଘଟଣ ଘଟିଥିବାରୁ ହିନ୍ଦୁ ଓ ମୁସଲମାନ ସମାଜର ସୁରକ୍ଷା ପାଇଁ ସେଠାରେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଏବଂ ଗୁଜିଦରଡାରେ ସୋସିଆଲ ମିଡିଆ ବିଷୟକୁ ନେଇ ଘଟିଥିବା ଗଣ୍ଡଗୋଳରେ ନିରୀହ ନିର୍ଦ୍ଦୋଷ ହିନ୍ଦୁ ଯୁବକମାନଙ୍କୁ ଗିରଫ କରି ତାଙ୍କ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଥିବାରୁ ସେମାନଙ୍କ ବିରୁଦ୍ଧରେ ଥିବା ମାମଲା ପ୍ରତ୍ୟାହାର କରାଯିବା ଭଳି ଦାବିମାନ ରହିଛି । ଏହି ଗଣଧାରଣାରେ ଭଦ୍ରକର ବରିଷ୍ଠ ହିନ୍ଦୁ ସଂଗଠକ ମାନସ ମହାନ୍ତି ଉଦ୍‌ବୋଧନ ଦେଇ ହିନ୍ଦୁ ସମାଜ ଓ ଭଦ୍ରକ ଜିଲାର ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ୪ ଦଫା ଦାବି ଆଗାମୀ ୨ ଦିନ ଭିତରେ ପୂରଣ ନହେଲେ ଆଗାମୀ ଦିନରେ ଏହି ଗଣଧାରଣା ଏକ ଜନଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି । ଏବଂ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ସର୍ବସମ୍ମତି ମତ ପ୍ରକାଶ ପାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ବିପିନ ବିହାରୀ ପଣ୍ଡା, ତପନ ମହାନ୍ତି, କ୍ଷୀତିଶ ରାଉତ, ଜୟପ୍ରକାଶ ପତି, ଦୁର୍ଗାବାହିନୀର ସିପ୍ରା ରାଉତ, ମଧୁସ୍ମିତା ମହାପାତ୍ର, ବିଶ୍ୱହିନ୍ଦୁ ପରିଷଦର ପ୍ରସନ୍ନ ଷଡଙ୍ଗୀ, ଅରବିନ୍ଦ କର, ରଥ କିଶୋର ଦାସ, ଧର୍ମରକ୍ଷା ସମିତିର ସଂଜୀବ ଦାସ, ବିଭାସ ନାଥ, ବଳରାମ ଜେନା, ନଗର ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଦଶରଥ ସାହୁ, ସତ୍ୟଜିତ୍ ବାରିକ, ପ୍ରବୀର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply