Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିଏମସି ଓ କଂଗ୍ରେସକୁ ଯୋଡି ରଖିବାର ସବୁଠାରୁ ବଡ ଚୁମ୍ବକ ହେଲା ତୁଷ୍ଟିକରଣ : ପିଏମ ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିଏମସି ଓ କଂଗ୍ରେସକୁ ଯୋଡି ରଖିବାର ସବୁଠାରୁ ବଡ ଚୁମ୍ବକ ହେଲା ତୁଷ୍ଟିକରଣ : ପିଏମ ମୋଦୀ

ନୂଆଦିଲ୍ଲୀ/ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମ ବଙ୍ଗର ମାଲଦା ଉତ୍ତରରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ଓ ଟିଏମସିର ତୁଷ୍ଟିକରଣର ରାଜନୀତି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । କାର୍ଯ୍ୟକ୍ରମରେ ମଂଚରେ ମାଲଦା ଉତ୍ତରର ଲୋକସଭା ପ୍ରାର୍ଥୀ ଖଗେନ ମୁର୍ମୁ ଓ ମାଲଦା ଦକ୍ଷିଣର ଲୋକସଭା ପ୍ରାର୍ଥୀ ଶ୍ରୀରୂପା ମିତ୍ରା ଚୌଧୁରୀ ସମେତ ପାର୍ଟିର ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଦିନ ଭାରତ ମାତାର ଜୟଘୋଷ ସହିତ ନିଜର ବହୁମୂଲ୍ୟ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ନିଜର ମତାଧିକାରର ସଠିକ ବ୍ୟବହାର କରିବା ଅର୍ଥ ଗଣତନ୍ତ୍ରକୁ ସୁଦୃଢ କରିବା ସହ ସମାନ ଅଟେ । ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ତୃଣମୂଳ ଓ କଂଗ୍ରେସ ପରି ଦଳ ପରାସ୍ତ ହୋଇସାରିଲେଣି ଏବଂ ଏହି ପର୍ଯ୍ୟାୟରେ ଏହି ଦଳ ଧ୍ୱସ୍ତ ହୋଇଯିବେ । ଦିନେ ସମୟ ଥିଲା, ଯେତେବେଳେ ପଶ୍ଚିମବଙ୍ଗ ପୁରା ଦେଶର ବିକାଶର ନେତୃତ୍ୱ ନେଉଥିଲା, ସାମାଜିକ ସଂସ୍କାର ହେଉ, କି ବୈଜ୍ଞାନିକ ଅଗ୍ରଗତି, ଆଧାତ୍ମ୍ୟ ବିକାଶ ହେଉ କିମ୍ବା ଦେଶ ପାଇଁ ବଳିଦାନ, ଜୀବନର କୌଣସି ଏଭଳି ଦିଗ ନଥିଲା, ଯାହାର ନେତୃତ୍ୱ ପଶ୍ଚିମବଙ୍ଗ ନନେଇଛି । କିନ୍ତୁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମିଳିତ ଭାବେ ପଶ୍ଚିମବଙ୍ଗର ସମ୍ମାନକୁ ନଷ୍ଟ କରିଛନ୍ତି । ଟିଏମସି ଶାସନରେ ପଶ୍ଚିମବଙ୍ଗରେ କେବଳ ଗୋଟିଏ ଜିନିଷ ଚାଲିଛି, ଏବଂ ତାହା ହେଉଛି ଦୁର୍ନୀତି । ଶ୍ରୀ ମୋଦି କହିଛନ୍ତି ଯେ, ଟିଏମସିର ତାଲିକାରେ ଚିଟଫଣ୍ଡ ଦୁର୍ନୀତି, ପଶୁ ତସ୍କରୀ, ନଗରପାଳିକା ଘୋଟାଲା, କୋଇଲା ଘୋଟାଲା ଓ ରାସନ ଦୁର୍ନୀତି ପରି ଅନେକ ଦୁର୍ନୀତି ଓ ଅନିୟମିତତାର ମାମଲା ସାମିଲ ରହିଛି । ଅନିୟମିତତା ଟିଏମସିର ଭ୍ରଷ୍ଟ ସରକାର କରୁଛି କିନ୍ତୁ ଏହାର କ୍ଷତି ପଶ୍ଚିମବଙ୍ଗର ଲୋକଙ୍କୁ ଉଠାଇବାକୁ ପଡୁଛି । ପଶ୍ଚିମବଙ୍ଗରେ ବିନା କମିଶନରେ କୌଣସି ବି କାମ ହେଉନାହିଁ । ମଣ୍ଡିରେ ଫସଲ ବିକ୍ରି କରିବାକୁ ଆସୁଥିବା ଚାଷୀଙ୍କ ଆୟରୁ ଏକ ବଡ ଭାଗ ମଧ୍ୟସ୍ଥିଙ୍କୁ ଭେଟି ଦିଆଯାଉଛି । ଟିଏମସି ସରକାର ଯୁବକଙ୍କ ଭବିଷ୍ୟତ ସହିତ ଖେଳିବାରେ ପଛକୁ ହଟୁନାହିଁ । ଟିଏମସି ଦ୍ୱାରା କରାଯାଇଥିବା ଶିକ୍ଷା ଘୋଟାଲା କାରଣରୁ ପ୍ରାୟ ୨୬ହଜାର ପରିବାରଙ୍କ ନିତି ଦିନିଆ ଆୟ ଠପ୍ ହୋଇଯାଇଛି ଏବଂ ସେମାନେ ଋଣ ଭାରରେ ବୁଡିଯାଇଛନ୍ତି । ବିଜେପି ସରକାର ପୂରା ପାରଦର୍ଶିତାର ସହ ଯୁବକଙ୍କୁ ନିଯୁକ୍ତି ଦେଉଛି । ବିଜେପି ମୁଦ୍ରା ଯୋଜନା, ଷ୍ଟାର୍ଟଅପ ଇଂଡିଆ ଅଭିଯାନ, କୌଶଳ ବିକାଶ ଯୋଜନାରେ ଯୁବକଙ୍କ ସାମର୍ଥ୍ୟ ଆହୁରି ଅଧିକ ବୃଦ୍ଧି କରିବା ପାଇଁ କାମ କରୁଛି । ବିଜେପି ସରକାରର ନୀତିରେ ଦେଶରେ ନୂଆ ନୂଆ ସେକ୍ଟର ଖୋଲୁଛି, ଯେଉଁଠି ଯୁବକଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ମିଳୁଛି । କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି ପଶ୍ଚିମବଙ୍ଗର ଯୁବକଙ୍କ ବିକାଶର ସମସ୍ତ ଦ୍ୱାରରେ ତାଲା ପକାଇଦେଇଛି । ବିଜେପି ସରକାରର ଜନହିତକାରୀ ଯୋଜନାଗୁଡିକ କାରଣରୁ ଲୋକଙ୍କୁ ନିଶୁଳ୍କ ରାସନ ମିଳୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ୫୦ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଂଟକୁ ସିଧା ୮ହଜାର କୋଟି ଟଙ୍କା ପିଏମ କିଷାନ ସମ୍ମାନ ନିଧି ଅଧୀନରେ ପଠାଯାଇଛି କିନ୍ତୁ ଟିଏମସି ସରକାର ଲୋକଙ୍କ ଅର୍ଥ ହଡପ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ । କେନ୍ଦ୍ର ଦ୍ୱାରା ରାଜ୍ୟର ବିକାଶ ପାଇଁ ପଠାଯାିଥିବା ଅର୍ଥ ଏଠାକାର ମନ୍ତ୍ରୀ, ନେତା ଓ ବଟିଆଦାୟକାରୀ ମିଳିତ ଭାବେ ଶେଷ କରୁଛନ୍ତି । କେନ୍ଦ୍ରର ଯୋଜନାକୁ ମଧ୍ୟ ଟିଏମସି ସରକାର ରୋକି ଦେଉଛନ୍ତି । ଟିଏମସି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ବି ରାଜ୍ୟରେ ଲାଗୁ ହେବାକୁ ଦେଉନାହାନ୍ତି । ବିଜେପି ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତି ବର୍ଗର ଲୋକଙ୍କୁ ୫ଲକ୍ଷ ଟଙ୍କା ଯାଏ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଟିଏମସି ସରକାର ପଶ୍ଚିମବଙ୍ଗରେ ବୟସ୍କଙ୍କୁ ଏହି ଯୋଜନାର ଲାଭ ବି ଦେବେନାହିଁ । ଟିଏମସି ଚାହୁଁଛି ଯେ, ପଶ୍ଚିମବଙ୍ଗରେ ବନ୍ଦେ ଭାରତ ପରି ଦ୍ରୁତ ଗତି ଟ୍ରେନ ମଧ୍ୟ ଠପ୍ ହୋଇଯାଉ । ମାଲଦାର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଆମ୍ବ ଏବଂ ମଖାନା ବିଶ୍ୱପ୍ରସିଦ୍ଧ ଅଟେ ।ଏହି ଚାଷୀଙ୍କ ଆୟ ବଢୁ, ଏଥିପାଇଁ ବିଜେପି ସରକାର ଖାଦ୍ୟ ପ୍ରସଂସ୍କରଣ ଶିଳ୍ପ ଆଣିବ । ଟିଏମସି ଏଥିରେ ବି ନିଜର ଅଂଶ ମାଗୁଛି । ଶ୍ରୀ ମୋଦୀ କହିଛନ୍ତି ଯେ ମା ମାଟି ମାନୁଷର କଥା କହି ଶାସନକୁ ଆସିଥିବା ତୃଣମୂଳ କଂଗ୍ରେସ ସବୁଠୁ ବଡ ବିଶ୍ୱାସଘାତ ରାଜ୍ୟର ମହିଳାଙ୍କ ସହିତ କରିଛି । ଯେବେ ଭାଜପା ସରକାର ତିନ୍ ତଲାକ୍ ଶେଷ କଲା , ଟିଏମସି ଏହାର ବିରୋଧ କଲା , ସନ୍ଦେଶଖାଲିରେ ମହିଳାଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାରର ମୁଖ୍ୟ ଅଭିଯୁକ୍ତକୁ ଟିଏମସି ସରକାର ବଂଚାଇଲା ଏବଂ ମାଲଦାରେ ମଧ୍ୟ ମହିଳାଙ୍କ ସହ ଲଜ୍ଜାଜନକ ଘଟଣା ଉପରେ ମଧ୍ୟ ଟିଏମସି ସରକାର ଚୁପ୍ ରହିଲା । ଯେତେବେଳେ କି ଭାଜପା ସରକାର ପାଇଁ ମହିଳାଙ୍କ ମାନ ମର୍ଯ୍ୟାଦା ସବୁଠୁ ଉପରେ । ଭାଜପା ସରକାର ପଶ୍ଚିମବଙ୍ଗରେ ୮୦ ଲକ୍ଷ ରୁ ଅଧିକ ଶୌଚାଳୟ ତିଆରି କରିଛି , ୧.୨୫ କୋଟି ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଦେଇଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଇଥିବା ଘର ମଧ୍ୟରୁ ଅଧିକାଂଶ ଘର ମହିଳାଙ୍କୁ ଦିଆଯାଇଛି । ଭାଜପା ସରକାର ମହିଳାଙ୍କୁ ପ୍ରତ୍ୟେକ ସ୍ତରରେ ସଶକ୍ତ କରୁଛି ।

Leave a Reply