ଦେବ ଦେଶରେ ରାମରାଜ୍ୟର ମୂଲ୍ୟ ହେଉଛି ଆଦର୍ଶ ଓ ପ୍ରତୀମାନ : ସ୍ୱାମୀ ରାମଦେବ


ହରିଦ୍ୱାରା : ଶକ୍ତି, ମର୍ଯ୍ୟାଦା ଏବଂ ସାଧନାର ମହାପର୍ବ ଚୈତ୍ର ମହାରାତ୍ର ଏବଂ ରାମନବମୀ ଅବସରରେ ବେଦ ଆୟୋଜିତ ଏହି ପର୍ବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜ୍ୟ ସ୍ୱାମୀ ରାମଦେବ ଏବଂ ମୁକ୍ତି ପାଇବା ପାଇଁ ହିନ୍ଦୁମାନଙ୍କୁ ସ୍ୱାଭିମାନ ହେବାକୁ ଶିବାଜୀ ଆହ୍ୱାନ ଦେଇଥିଲେ । ତାଙ୍କ ଦ୍ୱାରା ସ୍ଥାପିତ ହିନ୍ଦୁ ସାମ୍ରାଜ୍ୟର ଏବେ ୩୫୦ବର୍ଷ ପୂର୍ତ୍ତି ହୋଇଛି । ଶିବାଜୀ ମହାରାଜଙ୍କ ନୀତି ଓ ଆଦର୍ଶକୁ ପାଥେୟ କରିପାରିଲେ ଦେଶ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ । ଉତ୍ସବରେ ସ୍ୱାମୀ ରାମଦେବ ଯୋଗଦେଇ କହିଥିଲେ ଯେ, ଶିବାଜୀ ମହାରାଜ ସୌର୍ଯ୍ୟ, ପରାକ୍ରମର ପ୍ରତୀକ ଥିଲେ । ସେ ଭାରତ ମାତାର ଅଖଣ୍ଡତା ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଆର୍ଥିକ ଏବଂ ସାଂସ୍କୃତି ଗୋଲାମିରୁ ମୁକ୍ତି ପାଇଁ ସେ ଦେଶର ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ସମାରୋହରେ ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ ଯେ, ରାମନବମୀ ଧର୍ମ ଓ ଋଷି ଧର୍ମର ସମ୍ବାହକ । ଯୋଗ ୠଷି ସ୍ୱାମୀ ରାମଦେବ ତାଙ୍କ ସନ୍ନ୍ୟାସର ୩୦ବର୍ଷ ପୂର୍ତ୍ତି ଅବସରରେ ସ୍ୱାମୀ ଶ୍ରୀ ଗୋବିନ୍ଦଦେବ ଗିରିଜୀ ମହାରାଜଙ୍କ ନେତୃତ୍ୱରେ ଛତ୍ରପତି ଶିବାଜୀ ମହାରାଜ କଥାମୃତ ଆରମ୍ଭ କରିଥିଲେ । ପତଞ୍ଜଳି ବିଶ୍ୱବିଦ୍ୟାଳୟର ସଭାଗୃହରେ ଆଚାର୍ଯ୍ୟ ବାଳକୃଷ୍ଣ ମହାରାଜ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇବା ସହ ଗୋବିନ୍ଦଜୀ ମହାରାଜଙ୍କୁ ତାଙ୍କ ପ୍ରବଚନ ଆରମ୍ଭ ପାଇଁ ଆହ୍ୱାନ ଦେଇଥିଲେ । ଏହି କଥାମୃତର ଉଦ୍‌ଯାପନୀ ସମାରୋହରେ ଗୋବିନ୍ଦ ଗିରୀ ମହାରାଜ କହିଥିଲେ ରାମାୟଣ ଓ ମହାଭାରତର ଉଲ୍ଲଖିତ ସମସ୍ତ ଗୁଣକୁ ଏକତ୍ର କରିପାରିଲେ ମାନବ ଦିବ୍ୟ ଅନୁଭୂତି ଲାଭ କରିବେ ବୋଲି ଶିବାଜୀ ମହାରାଜ କହିଥିଲେ । ଭାରତ ଏକ ହଜାର ବର୍ଷ ଧରି ପରାଧିନ ରହିଥିଲା । ଯେଉଁଥିପାଇଁ ଭାରତୀୟମାନଙ୍କ ସ୍ୱାଭିମାନ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା । ଏହି ଜ୍ୱାଳାରୁ ହେଉଛି ଏକ ମହାନ ପର୍ବ । ଭଗବାନ ଶ୍ରୀରାମ ତାଙ୍କ ଜୀବନରେ ପ୍ରସନ୍ନତା ଏବଂ ଉଲ୍ଲାସ ଏବଂ ନିରୋଗ ଉପରେ ସଂପୂର୍ଣ୍ଣ ଭରସା କରୁଥିଲେ । ଆଜି ପତଞ୍ଜଳି ଯୋଗପୀଠରେ ଅଭିଭାବକମାନେ ସଂକଳ୍ପ ନେବା ଜରୁରୀ ଯେ, ସେମାନେ ଏବଂ ସେମାନଙ୍କ ସନ୍ତାନସନ୍ତତିମାନେ ଯେପରି ଦେଶସେବାରେ ନିଜକୁ ବ୍ରତ୍ତି କରିପାରିବେ । ଏହି ସମାରୋହରେ ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ୍‌ପି ସିଂ, ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ମହାବୀର ଅଗ୍ରୱାଲ, ମାନବ ସମ୍ବଳ ବିକାଶ ମୁଖ୍ୟ ଆଚାର୍ଯ୍ୟ ଦେବପ୍ରିୟା, ଆଚାର୍ଯ୍ୟ କୁଳମ୍‌ର ଉପଧ୍ୟକ୍ଷା ଋତୁମ୍ଭରା, ପତଞ୍ଜଳି ଯୋଗପୀଠର କ୍ରୟ ସମିତି ଅଧ୍ୟକ୍ଷ ଭଉଣୀ ଅଶ୍ରୁଳ ପ୍ରମୁଖଙ୍କ ସହ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *