କୋକସରା ଶ୍ରୀରାମ ସେନା ପକ୍ଷରୁ ଶ୍ରୀରାମ ନବମୀରେ ଶୋଭାଯାତ୍ରା

କୋକସରା: ଶ୍ରୀରାମ ନବମୀରେ ଉତ୍ସବମୁଖର ହୋଇଉଠିଥିଲା ଗାଁ ଠାରୁ ସହର । ଚାରିଆଡ଼େ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ଗାଁ ଗାଁରେ ଗୁଞ୍ଜରିତ ହୋଇଉଠିଥିଲା ଜୟ ଶ୍ରୀରାମ ଧ୍ୱନି । ଏହି କ୍ରମରେ କୋକସରା ଶ୍ରୀରାମ ସେନା ପକ୍ଷରୁ ବୁଧବାର ବ୍ଲକ ସଦର ମହକୁମାଠାରୁ ଶହ ଶହ ସଂଖ୍ୟକ ଶ୍ରୀରାମ ଭକ୍ତ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ମାଝିଗୁଡା, ମହୁଲମୁଡା, ଝରିଆଗୁଡା, ଛିଲିପାମାଲ, ଡହଗାଁ, ମୁଷାପାଲି, ବେହେରା, ଘଣ୍ଟିଗୁଡା, ଖଲିଗଡ଼ ଆଦି ବିଭିନ୍ନ ଗାଁ ପରିକ୍ରମା କରି ପ୍ରାକ୍ ଐତିହାସିକ ଯୁଗର ସ୍ୱାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରା ଶ୍ରୀରାମ ମନ୍ଦିରରେ ପହଞ୍ଚି ଥିଲେ । ସେଠାରେ ଶହ ଶହ ଲୋକଙ୍କ ଗହଣରେ ସେମାନଙ୍କୁ ସ୍ୱାଗତ କରାଯାଇଥିବାବେଳେ ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହୋଇ ଉଠିଥିଲା ପୂରା ପରିବେଶ । ଏହି ବିଶାଳ ଶୋଭାଯାତ୍ରାରେ ଶ୍ରୀରାମ ସେନାର କ୍ଷୀରସିନ୍ଧୁ ନେଗୀ, ମହେଶ ଗୁପ୍ତା, ମାନସ ପ୍ରଧାନୀ, ମୋହନ ବାଗ, ଅମ୍ୟ ରଞ୍ଜନ ପ୍ରଧାନୀ, ବିବେକ ଶର୍ମା, ଜିତୁ ପ୍ରଧାନୀ, ଅମୂଲ୍ୟ ବିଶି, ଅଧୁରାଜ ନାଏକ, ପ୍ରବୀଣ ଶବର, ଲିପନ ଶବର, ପପୁ ଦଣ୍ଡସେନା, ଶକ୍ତି ଶବର, ଶୁଭମ ପୂଝାରୀ, ମାନସ ବେହରା, ଚିତ୍ରସେନ ବେହେରା, ମଣ୍ଟୁ ପ୍ରଧାନୀ ସମେତ ଶ୍ରୀରାମ ଭକ୍ତମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *